ହାଇଦ୍ରାବାଦ: ଆଜିର ଖରାପ ଜୀବନଶୈଳୀ ଏବଂ ଖାଦ୍ୟ ଯୋଗୁଁ ଲୋକମାନେ ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି । କିଛି ଭୁଲ ଅଭ୍ୟାସ ମଧ୍ୟ ଏଥିପାଇଁ ଦାୟୀ ଅଟେ । ଯେପରିକି ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବା । ଅନେକ ଲୋକ ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବାକୁ ପସନ୍ଦ କରନ୍ତି । ହେଲେ ଖାଇବା ପରେ ତୁରନ୍ତ ଶୋଇବା ଭଳି ଭୁଲ୍ କରିବା ଉଚିତ୍ ନୁହେଁ । ଯଦି ସୁସ୍ଥ ରହିବାକୁ କିମ୍ବା ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଖାଇବା ପରେ ତୁରନ୍ତ ଶୋଇବା ପରିବର୍ତ୍ତେ କିଛି ପାଦ ଚାଲିବାର ଅଭ୍ୟାସ କରନ୍ତୁ । ନଚେତ ଏହା ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ ହୋଇପାରେ । ଖାଦ୍ୟ ହଜମ ହୁଏନାହିଁ । ଫଳରେ ପେଟ ରୋଗ ହୋଇଥାଏ ।
କିଛି ଲୋକ ଖାଦ୍ୟ ଗ୍ରହଣ କରିବା ଏବଂ ଖାଦ୍ୟ ଖାଇବା ପରେ ୱାକ କରିବାକୁ ଭଲପାଆନ୍ତି । ସେମାନେ ଏହା କରିବାର କାରଣ ହେଉଛି ଖାଦ୍ୟ ଖାଇବା ପରେ ଚାଲିବା କିମ୍ବା ବୁଲିବା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ଆୟୁର୍ବେଦ ମଧ୍ୟ ଭୋଜନ ପରେ ଚାଲିବାର କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦେଇଥାଏ। ଆୟୁର୍ବେଦ ବିଶ୍ବାସ କରନ୍ତି ଯେ ଖାଦ୍ୟ ଖାଇବା ପରେ ପ୍ରତ୍ୟେକ ବ୍ୟକ୍ତି ଅତି କମରେ 100 ପାହାଚ ଚାଲିବା ଉଚିତ୍। ଏହା ଶରୀରକୁ ଅନେକ ଲାଭ ଦେଇଥାଏ ।
ଖାଦ୍ୟ ଖାଇବା ପରେ ଆମେ କାହିଁକି 100 ପାହାଚ ଚାଲିବା ଉଚିତ୍?
1. ହଜମ କରାଏ:ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ବୁଲିବା ହଜମ ପ୍ରକ୍ରିୟାକୁ ଶୀଘ୍ର କରିଥାଏ, ଅର୍ଥାତ୍ ଆମେ ଯାହା ଖାଇବା ତାହା ଶୀଘ୍ର ହଜମ ହୋଇଯାଏ । ଚାଲିବା କେବଳ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ନାହିଁ, ବରଂ ପୋଷକ ତତ୍ତ୍ୱକୁ ଶୀଘ୍ର ଗ୍ରହଣ କରିବାରେ ସହଜ କରିଥାଏ । ଗ୍ୟାସ, ପେଟ ଯନ୍ତ୍ରଣା ଏବଂ ଚାଲିବା ଦ୍ୱାରା ପେଟ ଫୁଲିବା ଭଳି କୌଣସି ଅସୁବିଧା ନାହିଁ ।