ହାଇଦ୍ରାବାଦ:ଉତ୍ତମ ସ୍ବାସ୍ଥ୍ୟ ପାଇଁ ଭଲ ଖାଦ୍ୟ ଯେପରି ଆବଶ୍ୟକ ସେହିପରି ଭଲ ନିଦ ମଧ୍ଯ ଲୋଡା । ଯେତେ ସ୍ବାସ୍ଥ୍ଯକର ଖାଦ୍ୟ ଖାଇଲେ ମଧ୍ୟ ଯଦି ସଠିକ୍ ନିଦ ନହୁଏ ତେବେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିବା ସ୍ବାଭାବିକ । ବର୍ତ୍ତମାନ ସମୟରେ ନିଦ୍ରାଜନିତ ସମସ୍ୟା(Sleeping disorders) ଅଧିକ ଦେଖା ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି । ତେବେ କିପରି ଏହି ସମସ୍ୟାରୁ ରକ୍ଷା ପାଇବେ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...
- ନିଦ୍ରାର ଅଭାବରୁ ମୁକ୍ତି ପାଇବାକୁ ଚାହୁଁଥିଲେ ସକାଳେ କିଛି ସମୟ ସୂର୍ଯ୍ୟକିରଣରେ ବସନ୍ତୁ । ଏହି କାରଣରୁ, ଶରୀରରେ ଏକ ଭିନ୍ନ ପ୍ରକାରର ଶକ୍ତି ସୃଷ୍ଟି ହୋଇଥାଏ ଏବଂ ମସ୍ତିଷ୍କରେ ସେରୋଟୋନିନ୍ ସ୍ତର ସଂଶୋଧିତ ହୁଏ । ସୂର୍ଯ୍ୟକିରଣରେ ଥିବା ଭିଟାମିନ D ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ।
- ଆମେ ସମସ୍ତେ ଜାଣୁ ଯେ, ଘିଅ ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଆପଣ ଜାଣନ୍ତି କି ରାତିରେ ଗରମ ଘିଅ ସହିତ ପାଦ ମାଲିସ୍ କରିବା ଦ୍ୱାରା ଭଲ ନିଦ ଆସିଥାଏ । ଆଜ୍ଞା ହଁ ଗରମ ଘିଅକୁ ପାଦରେ ମାଲିସ କରିବା ଦ୍ବାରା ଭଲ ନିଦ ଆସିଥାଏ ।
- ଖାଦ୍ୟରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ । ଏହା ନିଦ୍ରାହୀନତାର ସମସ୍ୟାକୁ ଦୂର କରିଥାଏ ।
- ପ୍ରତିଦିନ ସକାଳେ ଉଠିବା ପରେ 4ରୁ 5ଟି ବାଦାମ ଖାଆନ୍ତୁ । ଏହି କାରଣରୁ, ଶରୀରରେ ଜିଙ୍କ୍, ମ୍ୟାଗ୍ନେସିୟମ୍ ପରି ଅତ୍ୟାବଶ୍ୟକ ଖଣିଜ ପଦାର୍ଥର ଅଭାବ ପୂରଣ ହୁଏ, ଯଦି ସମ୍ଭବ ହୁଏ, ପ୍ରତିଦିନ ସନ୍ଧ୍ୟାରେ ଏକ କନ୍ଦ ଆଳୁ ଖାଆନ୍ତୁ କାରଣ ଏହା ଶରୀରରେ ମେଲାଟୋନିନ୍ ସ୍ତରକୁ ଠିକ୍ ରଖେ ।
- ଭିଟାମିନ ସି ରେ ଭରପୁର କିୱି ଫଳ ଅଧିକ ପୋଷକ ଯୋଗାଇଥାଏ । ଏହି ଫଳରେ ବି ମେଲାଟୋନିନ, ଫୋଲେଟ୍, ମ୍ୟାଗ୍ନେସିୟମ ଆଦି ରହିଥାଏ, ଯାହା କି ନିଦ୍ରା ବର୍ଦ୍ଧକ ଉପାଦାନ ଭାବେ ଜଣାଶୁଣା ।