ଓଡିଶା

odisha

ETV Bharat / sukhibhava

Sleeping Disorder: ରାତିରେ ନିଦ ହେଉନଥିଲେ ଆପଣାନ୍ତୁ ଏହି ସବୁ ଖାଦ୍ୟ

ନିଦ୍ରାହୀନତା ଏକ ରୋଗ ହୋଇନଥିଲେ ମଧ୍ୟ ଧୀରେ ଧୀରେ ଏହି ଅଭ୍ୟାସ ଆମ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖାଦ୍ୟ ମାଧ୍ୟମରେ କିପରି ଏହି ସମସ୍ୟାକୁ ଦୂର କରିବେ, ଜାଣନ୍ତୁ

By

Published : Feb 25, 2023, 1:50 PM IST

Etv Bharat
Etv Bharat

ହାଇଦ୍ରାବାଦ: ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ନିଦ୍ରାହୀନତା ଏକ ପ୍ରମୁଖ ସମସ୍ୟା ପାଲଟିଲାଣି । ରାତିରେ ଠିକ୍ ସମୟରେ ନିଦ ହେଉନଥିବାରୁ ସକାଳେ ବହୁତ୍ ସମୟ ଶୋଇବା ଭଳି କୁଅଭ୍ୟାସ ନିତିଦିନିଆ ହୋଇଗଲାଣି । ଏହି ଅଭ୍ୟାସ ଆମ ଖାଦ୍ୟ ପ୍ରଣାଳୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କାରଣ ସକାଳ ଭୋଜନ ନକରିବା ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏସବୁକୁ ଦୂର କରିବା ପାଇଁ ରାତିରେ ହିଁ ପର୍ଯ୍ୟାପ୍ତ ସମୟ ଶୋଇବା ଆବଶ୍ୟକ । ତେଣୁ ଶୀଘ୍ର ନିଦ ପାଇଁ କେଉଁ ସବୁ ଖାଦ୍ୟ ଖାଇବେ, ଜାଣନ୍ତୁ...

କିୱି

କିୱି:- ଏଥିରେ ଥିବା ସମ୍ଭାବ୍ୟ ନିଦ୍ରା ଉନ୍ନତି ଗୁଣ ଆପଣଙ୍କ ନିଦକୁ ପୁଷ୍ଟି ଯୋଗାଇପାରେ । କିୱିରେ ଶୋଇବା ପ୍ରୋତ୍ସାହନକାରୀ ସେରୋଟୋନିନ୍(ଏକ ମସ୍ତିଷ୍କ ରାସାୟନିକ) ଯାହା ଶୋଇବା ଚକ୍ରରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ଏହି ଫଳରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଆଣ୍ଟିଅକ୍ସିଡାଣ୍ଟ ନିଦ୍ରାରେ ଉନ୍ନତି ଆଣିବାରେ ସହାୟକ ହୁଏ ।

ଏହା ସାଙ୍ଗକୁ କିୱିରେ ପ୍ରଚୁର ପରିମାଣର ପୋଟାସିୟମ୍ ଏବଂ ଫୋଲେଟ୍ ଥାଏ ଏବଂ ଏହା କମ୍ କ୍ୟାଲୋରୀଯୁକ୍ତ ସ୍ୱାଦିଷ୍ଟ ଫଳ । କିୱି କେବଳ ନିଦକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରେନାହିଁ, ବରଂ ଅନ୍ତଃ ସ୍ୱାସ୍ଥ୍ୟ, କୋଲେଷ୍ଟ୍ରଲ ସ୍ତର କମ୍ ଏବଂ ଶରୀରର ପ୍ରଦାହକୁ ମଧ୍ୟ ହ୍ରାସ କରେ ।

ଫ୍ୟାଟି ଫିସ୍

ଫ୍ୟାଟି ଫିସ୍: ଓମେଗା ଫ୍ୟାଟି ଏସିଡ୍ ଥିବା ମାଛ ସ୍ବାସ୍ଥ୍ୟ ବେଶ୍ ଉପକାରୀ ଶୁଣିଥିବେ ନିଶ୍ଚୟ । ଏହା ମଧ୍ୟ ଉତ୍ତମ ନିଦ ପାଇଁ ସହାୟକ ହୋଇପାରେ । ଫ୍ୟାଟି ମାଛରେ ଭିଟାମିନ୍-ଡି ଭରପୁରଥାଏ । ଶୋଇବା ପୂର୍ବରୁ ଅଳ୍ପ କିଛି ଚର୍ବି ମାଛ ଖାଇବା ଦ୍ୱାରା ଶୀଘ୍ର ଶୋଇବା ଏବଂ ଶୋଇବା ଗୁଣରେ ଉନ୍ନତି ଆସିପାରେ । ସଲମାନ, ଟ୍ରାଉଟ୍, ମାକେର୍ ଏବଂ ଟୁନା ଭଳି ଚର୍ବିଯୁକ୍ତି ଫ୍ୟାଟି ଫିସ୍ ଖାଇପାରିବେ ।

ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭିଟାମିନ୍-ଡି ଏବଂ ଓମେଗା-3 ଫ୍ୟାଟି ଏସିଡ୍‌ର ମିଶ୍ରଣ ଶୋଇବା ଗୁଣରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ, କାରଣ ଉଭୟ ଶରୀରରେ ସେରୋଟୋନିନ୍ ଉତ୍ପାଦନକୁ ବୃଦ୍ଧି କରିଥାନ୍ତି ।

ଧଳା ଚାଉଳ

ଧଳା ଚାଉଳ:- ଭାତ ଖାଇଲେ ଅଧିକ ନିଦ ଆସେ ବୋଲି ଶୁଣିଥିବେ ନିଶ୍ଚୟ । ତେବେ ଠିକ୍ ଶୁଣିଛନ୍ତି, କିନ୍ତୁ ଧଳା ଚାଉଳ ଅର୍ଥାତ୍ ପ୍ରୋସେସ୍ଡ ହୋଇଥିବା ଚାଉଳ ନିଦ୍ରା ଗୁଣ ବୃଦ୍ଧି କରିବାରେ ସହାୟକ ମଧ୍ୟ ହୋଇଥାଏ । ଅନେକ ଦେଶରେ ଏକ ମୁଖ୍ୟ ଖାଦ୍ୟ । ଧଳା ଚାଉଳ ହେଉଛି ଏକ ଶସ୍ୟ ଯେଉଁଥିରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଏହା କମ୍ ଥିବାବେଳେ, ଶୋଇବା ଗୁଣରେ ଉନ୍ନତି ଆଣିବା ପାଇଁ ଏହା ଏକ ଅବିଶ୍ୱସନୀୟ ଖାଦ୍ୟ ବିକଳ୍ପ ।

ଧଳା ଚାଉଳ କାର୍ବସରେ ଯଥେଷ୍ଟ ଅଧିକ ଏବଂ ଫାଇବରରେ କମ୍, ଯାହା ଏହାକୁ ଏକ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ(GI) ଖାଦ୍ୟ ରୂପେ ପରିଗଣିତ କରେ । ଅଧ୍ୟୟନରୁ ଜଣାପଡିଛି ଯେ, ଉଚ୍ଚ ଜିଆଇ(ଗ୍ଲାଇସେମିକ୍ ଇଣ୍ଡେକ୍ସ) ଥିବା ଖାଦ୍ୟ ଖାଇବା ଦ୍ୱାରା ଶୀଘ୍ର ନିଦ ଆସିଥାଏ । ଯଦିଓ ଧଳା ଚାଉଳ ଶୋଇବାରେ ସବୁଠାରୁ ଉପଯୋଗୀ ଖାଦ୍ୟ ମଧ୍ୟରେ ଅଛି, ଏହାକୁ ମଧ୍ୟମ ପରିମାଣରେ ଖାଇବା ଭଲ, କାରଣ ଏଥିରେ କାର୍ବସ୍ ଅଧିକ ଏବଂ ପୋଷକ ତତ୍ତ୍ୱ କମ୍ ଥାଏ ।

ବାଦାମ

ବାଦାମ:- ଆଲମଣ୍ଡ, ବାଦାମ, କାଜୁ ଏବଂ ପିସ୍ତା ଭଳି ବାଦାମ ମଧ୍ୟ ଉପଯୋଗୀ ଖାଦ୍ୟ ଭାବରେ ବିବେଚନା କରାଯାଏ, ଯାହା ଶୋଇବାରେ ସାହାଯ୍ୟ କରେ । ବାଦାମରେ ମେଲାଟୋନିନ୍, ଜିଙ୍କ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ରହିଥାଏ, ଯାହା ଅନେକ ଶାରୀରିକ କାର୍ଯ୍ୟ ଏବଂ ପ୍ରକ୍ରିୟା ପାଇଁ ଗୁରୁତ୍ୱପୂର୍ଣ୍ଣ । ଅଧ୍ୟୟନରୁ ଜଣାପଡିଛି ଯେ ମ୍ୟାଗ୍ନେସିୟମ୍, ଜିଙ୍କ୍ ଏବଂ ମେଲାଟୋନିନ୍‌ର ଏକ ମିଶ୍ରଣ ନିଦ୍ରାହୀନ ଲୋକଙ୍କୁ ଶୋଇବା ସମୟ ଏବଂ ଗୁଣକୁ ପ୍ରୋତ୍ସାହିତ କରି ସାହାଯ୍ୟ କରିଥାଏ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details