ଓଡିଶା

odisha

ETV Bharat / sukhibhava

ବ୍ୟସ୍ତତା ଭିତରେ ଖାଇବା ମିସ୍‌ କରୁଛନ୍ତି କି ? ଆପଣାନ୍ତୁ Planned Diet

ଆଜିର ବ୍ୟସ୍ତବହୁଳ ଦୁନିଆରେ ଲୋକେ ଶାନ୍ତ ଭାବରେ ବସିବା ଏବଂ ଖାଇବା ପାଇଁ ସେମାନଙ୍କ ନିକଟରେ ସମୟର ଅଭାବ । ଫଳରେ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡେ । ତେବେ ଦୈନନ୍ଦିନ କାର୍ଯ୍ୟକଳାପ ସହିତ ପୁଷ୍ଟିକର ଖାଦ୍ୟ ଅନୁସରଣ କରିବା ପାଇଁ କ'ଣ କରାଯାଇପାରିବ ? ଜାଣନ୍ତୁ କଣ କହୁଛନ୍ତି ଆମ ବିଶେଷଜ୍ଞ ।

By

Published : Jun 3, 2022, 1:17 PM IST

ବ୍ୟସ୍ତତା ଭିତରେ ଖାଇବା ମିସ୍‌ କରୁଛନ୍ତି କି ? ଆପଣାନ୍ତୁ Planned diet
ବ୍ୟସ୍ତତା ଭିତରେ ଖାଇବା ମିସ୍‌ କରୁଛନ୍ତି କି ? ଆପଣାନ୍ତୁ Planned diet

ହାଇଦ୍ରାବାଦ: ଖାଦ୍ୟ ଓ ପାନୀୟ ଜଳ ପ୍ରତ୍ୟେକ ଜୀବଜନ୍ତୁଙ୍କ ମୂଳ ଆବଶ୍ୟକତା । ଆମ ଶରୀର ଏହା ଉପରେ ନିର୍ଭର କରେ । ଏହି ୨ଟି ଜିନିଷ ଆମ ଶରୀରକୁ ଶକ୍ତି ଯୋଗାଇବା ସହ ଏହାର ଗଠନ ଓ ବିକାଶରେ ସହାୟକ ହୁଏ । ଆପଣ ମାନେ ନିଶ୍ଚିତ ଶୁଣିଥିବେ ଡାକ୍ତର କିମ୍ବା ଜେଜେ ମାଆ ଧୀରେ ଧୀରେ ବସି ଖାଇବାକୁ ପରାମର୍ଶ ଦିଅନ୍ତି । ମାତ୍ର ବ୍ୟସ୍ତବହୁଳ ସମାଜ ପାଇଁ ଏହା ମଧ୍ୟ କେହି ଅନୁସରଣ କରୁନାହାନ୍ତି । ବ୍ୟସ୍ତତା ମଧ୍ୟରେ ଖାଦ୍ୟକୁ କର୍ମସ୍ଥଳକୁ ନେଇ ଖାଇବା ବା ଶୀଘ୍ର ପ୍ରସ୍ତୁତ ହେଉଥିବା ଖାଦ୍ୟକୁ ଆପଣାଉଛନ୍ତି । ଯାହାକି ଆମ ଶରୀର ପ୍ରତି ହାନିକାରକ ।

ମୁମ୍ବାଇର ଜଣେ ଡାଏଟିସିଆନ୍ ତଥା ଖାଦ୍ୟ ବିଶେଷଜ୍ଞ ରସେଲ ଜର୍ଜ କହିଛନ୍ତି ଯେ ଭୋଜନ କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ଯେପରିକି ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନର ଆବଶ୍ୟକତା ନାହିଁ । ଆମେ ଖାଉଥିବା ଖାଦ୍ୟର ଗୁଣବତ୍ତା, ପରିବେଶ ଏବଂ ଯେଉଁ ମାନସିକ ସ୍ତରରେ ଆମେ ଖାଉଛୁ, ତାହା ଆମ ଶରୀର ପ୍ରଭାବ ପକାଇଥାଏ । ସାମ୍ପ୍ରତିକ ସମୟର ଲୋକମାନେ କୌଣସି ନିର୍ଦ୍ଦିଷ୍ଟ ସମୟରେ ଖାଦ୍ୟ ଖାଉନାହାନ୍ତି ।

ଶାନ୍ତିରେ ବସି ଖାଇବା ପାଇଁ ସେମାନଙ୍କ ନିକଟରେ ସମୟର ଅଭାବ ରହିଛି । ଏଣୁ ସେମାନେ ଏପରି ଖାଦ୍ୟ ଗ୍ରହଣ କରନ୍ତି ଯାହା ଶୀଘ୍ର ଖିଆଯାଏ ଏବଂ ପ୍ରସ୍ତୁତି ପାଇଁ ଅଧିକ ସମୟ ଆବଶ୍ୟକ କରେ ନାହିଁ । ଏଥିଲାଗି ସେମାନେ ଫାଷ୍ଟଫୁଡ୍ ଏବଂ ସ୍ନାକ୍ସକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି, ଯେଉଁଥିରେ ପୋଷଣର ପରିମାଣ କମ ରହିଥାଏ । ଏହି ଖାଦ୍ୟ ଗୁଡ଼ିକ ଶରୀର ପାଇଁ ହାନିକାରକ ହୋଇଥାଏ ।

ଶରୀର ଉପରେ ପ୍ରଭାବ:-

ରସେଲ କହିଛନ୍ତି ଯେ ଲୋକମାନେ ବର୍ତ୍ତମାନ କମ ବୟସରେ ଅନେକ ବୟସ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ମଧ୍ୟ ରଖୁଛନ୍ତି । ଅନୁପଯୁକ୍ତ ଖାଇବା ଅଭ୍ୟାସ ହୃଦଘାତ, ମଧୁମେହ, ଥକ୍କାପଣ, ମେଦବହୁଳତା, ହଜମ ପ୍ରକ୍ରିୟା, ହାତ ଏବଂ ଗୋଡରେ ଯନ୍ତ୍ରଣା, କେଶ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ଏହା ବ୍ୟତୀତ ଶରୀରରେ ପୁଷ୍ଟିକର ଖାଦ୍ୟର ଅଭାବ ମଧ୍ୟ ମାନସିକ ଏବଂ ଆଚରଣଗତ ସମସ୍ୟା ସୃଷ୍ଟି କରିପାରେ ଯେପରିକି ବିରକ୍ତିକରତା, ଚିନ୍ତା ଆଦି ।

ଯୋଜନାବଦ୍ଧ ଖାଦ୍ୟ ଆପଣାନ୍ତୁ(Have a planned diet):-

ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଥିବା ଲୋକେ ସେମାନଙ୍କର ଜଳଖିଆକୁ ଛାଡିଦେବା କିମ୍ବା ଏହାକୁ କେବଳ ଚା, କଫି କିମ୍ବା ବିସ୍କୁଟରେ ସୀମିତ ରଖିବା ଅଭ୍ୟାସ କରନ୍ତି । ଆହୁରି ମଧ୍ୟ ଯେତେବେଳେ ଜଣେ ବ୍ୟକ୍ତିର ଉପଯୁକ୍ତ ଭୋଜନ ନଥାଏ, ଯେତେବେଳେ ସେମାନେ ଅଳ୍ପ ସମୟ ପାଇଥା'ନ୍ତି ଏବଂ ଜଙ୍କ ଫୁଡ ପ୍ରତି ସେମାନଙ୍କର ଇଚ୍ଛା ବଢିବାକୁ ଲାଗେ । ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ତଥାପି ଅଳ୍ପ ସମୟ ମଧ୍ୟରେ ଜଣେ ସଠିକ୍ ଖାଇବା ରୁଟିନର ଯୋଜନା କରିପାରିବେ । ଏଥିଲାଗି ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ଅନୁସରଣ କରାଯିବା ଉଚିତ ।

  • ସକାଳ ଜଳଖିଆକୁ କେବେ ବି ଛାଡନ୍ତୁ ବା ସ୍କିପ୍‌ କରନ୍ତୁ ନାହିଁ । କାରଣ ଏହା ଦିନସାରା ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ । ଯଦି ଆପଣଙ୍କର ସକାଳେ ପର୍ଯ୍ୟାପ୍ତ ସମୟ ନଥାଏ ତେବେ ଆପଣ ଦହି, ଅଣ୍ଡା, ପୋହା, ଓଟମିଲ୍, ବନ୍ଧାକୋବି ଏବଂ ଅନ୍ୟାନ୍ୟ ଫଳ, ପନିପରିବା ରସ, କ୍ଷୀର ଏବଂ ଶୁଖିଲା ଫଳ ଖାଇପାରିବେ ।
  • ଫଳ ଏବଂ ଶୁଖିଲା ଫଳ ଦିନର ଯେକୌଣସି ସମୟରେ ଖାଇ ପାରିବେ । ଚିପ୍ସ ଏବଂ ବିସ୍କୁଟ ଖାଇବା ପରିବର୍ତ୍ତେ ଭଜା ହୋଇଥିବା ବାଦାମ, ପିସ୍ତା ବାଦାମ ଏବଂ କାଜୁକୁ ଖାଇ ପାରିବେ । କିନ୍ତୁ ଏହାକୁ ମଧ୍ୟମ ପରିମାଣରେ ଖାଇବା ଉଚିତ ।
  • ଆପଣ ବୁଟ ବା ଚଣାକୁ ମଧ୍ୟ ଖାଦ୍ୟ ଭାବେ ଗ୍ରହଣ କରିପାରିବେ ।
  • ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ସମୟରେ ମଧ୍ୟାହ୍ନ ଭୋଜନ କରିବାକୁ ଅସମର୍ଥ ତେବେ ସିଙ୍ଗଡ଼ା, କଚୋଡି କିମ୍ବା ନୁଡୁଲ୍ସ ଖାଇବା ପରିବର୍ତ୍ତେ ଫଳ ରସ, ଲସି, ବଟରମିଲ୍କ କିମ୍ବା କନ୍ଦମୂଳ, ଢୋକଲା ଆଦି ଖାଇପାରିବେ । ଏହା ହାଲୁକା ଖାଦ୍ୟ ହୋଇଥିବାରୁ ଶୀଘ୍ର ହଜମ ହେବା ସହିତ ରାତ୍ରି ଭୋଜନ ମଧ୍ୟ କରିପାରିବେ ।
  • ଦିନସାରା ପ୍ରଚୁର ପାଣି ପିଅନ୍ତୁ । ହେଲେ ଅଧିକ ଚା', କଫି, ଏନର୍ଜି ଡ୍ରିଙ୍କ୍ସ, କୋଲ୍ଡ ଡ୍ରିଙ୍କ୍‌ସ ପିଅନ୍ତୁ ନାହିଁ ।
  • ଯଦି ଆପଣଙ୍କ ରାତ୍ରି ଭୋଜନ ଖାଇବାରେ ବିଳମ୍ବ ହେଉଛି, ତେବେ ଭାରି ରାତ୍ରି ଭୋଜନ ଖାଇବା ଅପେକ୍ଷା ଖିଚଡ଼ି, ଦଲିଆ ଖାଆନ୍ତୁ । ରାତିରେ ଭାରି ଖାଦ୍ୟ ଖାଇବା ଦ୍ବାରା ଏହା ହଜମ ହୋଇନଥିବା ବେଳେ ଗ୍ୟାଷ୍ଟ୍ରିକ, ଏସିଡି଼ଟି, ବଦ ହଜମ ଭଳି ସମସ୍ୟା ଦେଖାଦିଏ ।
  • ଯଦି ଆପଣ କାମରେ ମାତ୍ରାଧିକ ବ୍ୟସ୍ତ ରୁହନ୍ତି, ତେବେ ଦିନକୁ ୩ ଥର ଖାଇବା ପରିବର୍ତ୍ତେ କମ କମ ଭାବେ ୫ନ ଥର ଖାଆନ୍ତୁ । ଗୋଟିଏ କଥା ମନେ ରଖିବା ଉଚିତ ଯେ ଏହି ୫ ମିଲ୍ସରେ ଆପଣ ଯାହା ବି ଖାଉଛନ୍ତି, ତାହା ପୋଷକଯୁକ୍ତ ହେବା ସହ ଖୁବଶୀଘ୍ର ହଜମ ହୋଇଯାଉଥିବା ଆବଶ୍ୟକ ।

ABOUT THE AUTHOR

...view details