ଆପଣଙ୍କର ଚର୍ମ ହେଉଛି ମାନବ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ସବୁଠାରୁ ବଡ଼ ଅଂଶ । ଶରୀର ଭିତରକୁ ଯାହା ବି କିଛି ପ୍ରବେଶ କରେ ତାହା ଏଥିରେ ପ୍ରତିଫଳିତ ହୁଏ ଏବଂ ଆହୁରି ମଧ୍ୟ ଆମ ପରିବେଶରେ ଅତି ସୁକ୍ଷ୍ମାଦି ସୁକ୍ଷ୍ମ ଭାବେ ରହିଥିବା ଅଙ୍ଗପ୍ରତ୍ୟଙ୍ଗ ପାଇଁ ଯାହାସବୁ କ୍ଷତିକାରକ ସେସବୁରୁ ଚର୍ମ ଶରୀରକୁ ସୁରକ୍ଷା ଦେଇଥାଏ । ଆମର ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ଆମେ ଜାଣିବାକୁ ଚାହିଁଲେ ଚର୍ମ ତାହା ଆମକୁ ଜଣାଇ ଦେଇଥାଏ, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ଚର୍ମରୁ ମିଳୁଥିବା ସୂତନା ବୁଝିପାରନ୍ତି ନାହିଁ । ଅନେକ ସମୟରେ ଚର୍ମରେ ଦେଖାଯାଉଥିବା ଲକ୍ଷଣରୁ ସ୍ବାସ୍ଥ୍ୟ ସମ୍ପର୍କିତ ଅନେକ କିଛି ଜଣାପଡେ ।
ଆମକୁ ଆମ ଚର୍ମ ଉପରେ ନଜର ରଖିବାକୁ ପଡ଼ିବ, ପ୍ରାଥମିକ ସ୍ତରରେ ଏହା ଜାଣିପାରିଲେ ଶରୀର ଭିତରେ ଥିବା ସ୍ବାସ୍ଥ୍ୟଗତ ସମସ୍ୟା ପ୍ରତି ଆମେ ତୁରନ୍ତ ଧ୍ୟାନ ଦେଇପାରିବା ।
ଆୟାନା କ୍ଲିନିକର ପ୍ରତିଷ୍ଠାତା ସିମଲ ସୋଇନ୍ ଚର୍ମରୁ ମିଳୁଥିବା କିଛି ସୂଚନା ସମ୍ପର୍କରେ ନିମ୍ନରେ ପ୍ରଦାନ କରିଛନ୍ତି :-
ଚର୍ମରେ ଫୋଟକା ହେବା
କେତେକ କ୍ଷେତ୍ରରେ ବ୍ରଣ, ଦାଗ, କୁଣ୍ଡେଇ ହେବା ଏବଂ ଫୁଲିବା, ପିଗମେଣ୍ଟଡ ସ୍ପଟ୍ ଏବଂ ପ୍ୟାଚେସ୍ ଆଲର୍ଜି, ଯକୃତ ଜନିତ ରୋଗ, ହରମୋନ୍ ଅସନ୍ତୁଳନ, ଔଷଧ ପ୍ରତିକ୍ରିୟା କିମ୍ବା ନିର୍ଦ୍ଦିଷ୍ଟ ସ୍ବୟଂଚାଳିତ ରୋଗ ପ୍ରତିରୋଧକ ପ୍ରଣାଳୀରେ ବ୍ୟତିକ୍ରମର ଲକ୍ଷଣ ହୋଇଥାଏ । ଉଦାହରଣ ସ୍ବରୂପ, ମୁହଁରେ ଏକ ପ୍ରଜାପତି ଭଳି ଦେଖାଗଲେ ଏହାକୁ ଲୁପୁସ (Lupus)ର ପ୍ରଥମ ଲକ୍ଷଣ କୁହାଯାଏ । ଏହା ମଧ୍ୟ ରୋସେସିଆ କିମ୍ବା କଣ୍ଟାକ୍ଟ ଡର୍ମାଟିଟିସ ହୋଇପାରେ, ତୁରନ୍ତ ଏହା ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଇନେବା ଉଚିତ୍ । ହାତ କହୁଣୀରେ କୁଣ୍ଡେଇ ହେଲେ ଏହାକୁ ଲିଚେନ୍ ପ୍ଲାନସ କୁହାଯାଏ । ଏହା ସାଧାରଣତଃ ହାତ କିମ୍ବା ଗୋଡ ଜଏଣ୍ଟରେ ଦେଖିବାକୁ ମିଳେ, ପାଟି କିମ୍ବା ପଛପଟେ, ବେକ, ଗୋଡ଼ ଏବଂ ଯୌନାଙ୍ଗରେ ମଧ୍ୟ ବାହାରିଥାଏ। ଆପଣ ଯଦି ଏହା ଆପଣଙ୍କ ଶରୀରରେ ଦେଖିବାକୁ ପାଆନ୍ତି ତେବେ ଆପଣ ଯକୃତ ପରୀକ୍ଷା କରିନେବା ଉଚିତ୍ କାରଣ ଏହା ଅନେକ ସମୟରେ ହେପାଟିଟିସ ସି ସହ ଜଡିତ ଥାଏ ।
ରଙ୍ଗରେ ପରିବର୍ତ୍ତନ
ହଠାତ୍ ଆପଣ ଦେଖିବେ ଆପଣଙ୍କ ଗୋଡରେ ଛୋଟ ଛୋଟ ଚିହ୍ନ ସହ ଚର୍ମର ମୂଳ ରଙ୍ଗରେ ପରିବର୍ତ୍ତନ ଘଟିଥାଏ । ଏହା ଆପଣଙ୍କ ଗୋଡରେ ଫଳିଯିବା ଭଳି ନା ଆପଣଙ୍କୁ ଏହା ଅଡୁଆ ଲାଗୁଛି? ଯଦି ବାରମ୍ବାର ଆପାଣଙ୍କର ଘା’ ହେଉଛି ତାହା ଲ୍ୟୁକେମିଆର ଲକ୍ଷଣ ହୋଇପାରେ । ଏହା ସମସ୍ତେ ଜାଣନ୍ତି ଯେ, ରକ୍ତ ପ୍ଲାଟଲେଟ କମିଗଲେ ଶରୀରରେ ବାରମ୍ବାର ଘା’ ହୋଇଥାଏ । ଅବଶ୍ୟ ଏହା ଚିନ୍ତାର କାରଣ ନୁହେଁ କିନ୍ତୁ ଯଦି ଏହି ସମସ୍ୟା ଲାଗି ରହେ ତେବେ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ହେବ ଏବଂ ରକ୍ତ କଣିକା ଗଣନା ପାଇଁ ପରୀକ୍ଷା କରିବାକୁ ପଡ଼ିବ।