ହାଇଦ୍ରାବାଦ:ଦିନକୁ ଦିନ ପରିବର୍ତ୍ତନ ହେଉଛି ଜୀବନଶୈଳୀ। ଆଜିକା ସମୟରେ ସୁସ୍ଥ ବା ପୋଷଣ ଯୁକ୍ତ ଖାଦ୍ୟ ଖାଇବା କଷ୍ଟକର ବିଷୟ ଅଟେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତିଦିନ ଖାଉଥିବା ଖାଦ୍ୟରେ ଉପଯୁକ୍ତ ପରିମାଣର ଭିଟାମିନ ଏବଂ ପୋଷକ ତତ୍ତ୍ବ ରହିବା ଆବଶ୍ୟକ। ତେବେ ମହିଳାମାନେ ଅନେକ ସମୟରେ ଅଭିଯୋଗ କରନ୍ତି ତ୍ବଚାର ରଙ୍ଗ କଳା ପଡିଯିବା ଅର୍ଥାତ ତ୍ବଚା ମଳିନ ପଡିଯିବା। ହେଲେ ଏହାର କାରଣ ଜାଣିଛନ୍ତି କି ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶରୀରେ ଭିଟାମିନର ମାତ୍ରା କମ ହେଲେ ତ୍ବଚାରେ କଳା ରଙ୍ଗ ଦେଖାଯାଏ ଅର୍ଥାତ ରଙ୍ଗରେ ପରିବର୍ତ୍ତନ ଆସିଥାଏ ।
ଭିଟାମିନ ବି 12ର ଅଭାବ ଏହି ସମସ୍ୟା ପାଇଁ ଦାୟୀ ବୋଲି କୁହାଯାଇଛି। କାରଣ ଭିଟାମିନ ବି12ରେ ମେଲେନିନର ମାତ୍ରା ଅଧିକ ରହିଥାଏ। ଏହା ତ୍ବଚା, କେଶ ଏବଂ ଆଖିର ରଙ୍ଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମେଲେନିନ ତ୍ବଚା ଏବଂ କେଶକୁ ଅତିବାଇଗଣୀ ରଶ୍ମୀ ଠାରୁ ସୁରକ୍ଷା ପ୍ରଦାନ କରିଥାଏ। ଭିଟାମିନ ବି2ର ଅଭାବ ଯୋଗୁଁ ମେଲାନୋସାଇଡ୍ସ, ମେଲେନିନ ତିଆରି କରୁଥିବା ସେଲ ଶରୀରର ରଙ୍ଗରେ ପରିବର୍ତ୍ତନ କରିଥାଏ।
ଭିଟାମିନ ବି12 ଯୋଗୁଁ ତ୍ବଚାର ରଙ୍ଗରେ ପରିବର୍ତ୍ତନର ଲକ୍ଷଣ:
- ହାଇପରପିଗମେଣ୍ଟେସନ୍: ଶରୀରରେ ବି12 କମ ହେବା କାରଣରୁ ବ୍ୟକ୍ତିଙ୍କୁ ହାଇପରପିଗମେଣ୍ଟେସନ୍ ହୋଇଥାଏ। ମେଲେନିନ କାରଣରୁ ତ୍ବଚାର ରଙ୍ଗରେ ପରିବର୍ତ୍ତନ ହେବା ସହିତ ମଳିନ ହୋଇଯାଇଥାଏ। ଫଳରେ ସମ୍ପୁର୍ଣ୍ଣ ତ୍ବଚା ବା ତ୍ବଚାର କିଛି ଅଂଶ କଳା ବା ଧୂସର ରଙ୍ଗ ଦେଖାଯାଇଥାଏ।
- ଜଣ୍ଡିସ: କେତେକ କ୍ଷେତ୍ରରେ ଭିଟାମିନ ବି12ର ଅଭାବ ଯୋଗୁଁ ଜଣ୍ଡିସ ମଧ୍ୟ ହୋଇଥାଏ। ଏହା ଦ୍ବାରା ମଧୟ ତ୍ବଚାର ରଙ୍ଗରେ ପରିବର୍ତ୍ତନ ହୋଇଥାଏ।
- କୁଣ୍ଡେଇ ହେବା: ଚର୍ମ କୁଣ୍ଡାଇ ହେବା ମଧ୍ୟ କେତେକ କ୍ଷେତ୍ରରେ ଥାଇରଏଡର ଲକ୍ଷଣ ହୋଇଥାଏ। ଭିଟାମିନ ବି12 ଅଭାବରୁ କୁଣ୍ଡେଇ ହେଲେ ଶୀଘ୍ର ଉପଶମ ମିଳିଥାଏ। କିନ୍ତୁ ଥାଇରଏଡ ଜନିତ ସମସ୍ୟା ଦେଖାଗଲେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଧିକ ସମୟ ଲାଗିଥାଏ।
- ଚର୍ମ ରୁକ୍ଷ ପଡିଯିବା: ଚର୍ମରେ ଯନ୍ତ୍ରଣା, ଗଣ୍ଠି ଏହଂ ରୁକ୍ଷ ବା ଶୁଷ୍କତା କାରଣରୁ ଦାଗ ଦେଖାଯାଇଥାଏ। ଏହା ଥାଇରଏଡର ଲକ୍ଷଣ ମଧ୍ୟ ହୋଇପାରେ। ଥାଇରଏଡ ଗ୍ରନ୍ଥିରେ ମେଲାନିନ ବୃଦ୍ଧି ପାଇଥାଏ, ଯାହା ଫଳରେ ଚର୍ମର ରଙ୍ଗ କଳା ହୋଇଯାଇଥାଏ। ଏହା ଦ୍ବାରା କେଲେଜନର ମାତ୍ରା କମ ହେବା ଆରମ୍ଭ ହୋଇଥାଏ।
- କଳା ଏବଂ ଦାଗଯୁକ୍ତ ଚର୍ମ: ଶରୀରରେ ଥାଇରଏଡ ଆସିବା ପୂର୍ବରୁ ଚର୍ମ କଠିନ ହୋଇଥାଏ। ମେଟାବୋଲିଜମ ପ୍ରକ୍ରିୟା ଠିକ ଭାବେ ନହେବା କାରଣରୁ ମଧ୍ୟ ଏହି ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ। ଯଦି ଚର୍ମ କଳା ଦେଖାଯାଉଛି କିମ୍ବା ଶରୀରର କିଛି ସ୍ଥାନରେ କଳା ଦାଗ ଦେଖାଯାଉଛି ତାହେଲେ ତୁରନ୍ତ ଥାଇରଏଡ ଟେଷ୍ଟ କରିବା ଜରୁରୀ ଅଟେ। କାରଣ ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା କରିଲେ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିଥାଏ।
ବିଦ୍ର: ଏହା ଏକ ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଖବର। କିନ୍ତୁ ତ୍ବଚା କିମ୍ବା ଶରୀରର କେଉଁ ସ୍ଥାନରେ କଳା ଦାଗ ଲାଗି ରହୁଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ।