ହାଇଦ୍ରାବାଦ: ନବରାତ୍ରୀ କେବଳ ଭକ୍ତି ଆଉ ଆରାଧାନାର ପର୍ବ ନୁହେଁ, ବରଂ ଏହା ଏକ ହର୍ଷ, ଉଲ୍ଲାସ ଓ ମନୋରଞ୍ଜନର ପର୍ବ । ବିଶେଷକରି ଯୁବପିଢିଙ୍କ ମଧ୍ୟରେ ଏହି ସମୟରେ ଗରବା ରାସ୍ ଏବଂ ଦାଣ୍ଡିଆକୁ ନେଇ ଏକ୍ ବିଶେଷ ଉତ୍ସାହ ରହିଛି । ଏହି ବିଶେଷ ଉତ୍ସବରେ ଅଧିକାଂଶ ମହିଳା ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ପାରମ୍ପରିକ ପୋଷାକ ସହିତ ମେକଅପ୍ ନେଇଥାନ୍ତି । କିନ୍ତୁ ଅଧିକାଂଶ ମହିଳା ଅନେକ କାରଣରୁ ଏହି ସମୟ ମଧ୍ୟରେ ଚର୍ମର ପରିଷ୍କାର ପରିଚ୍ଛନ୍ନତା କିମ୍ବା ଯତ୍ନ ନେବାକୁ ସମୟ ପାଇନଥାନ୍ତି । ଯାହାର ପ୍ରଭାବ ଅନେକ ପ୍ରକାରର ଚର୍ମ ସମସ୍ୟା(Skin Problem) ସୃଷ୍ଟି କରିଥାଏ ।
ତେବେ ଆସନ୍ତୁ ଜାଣିବା ପାର୍ବଣର ସମୟରେ ଚର୍ମର ଉଭୟ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ କି କି ପଦକ୍ଷେପ ନିଆଯାଇପାରିବ(Skin Care Tips For Navratri Festivities)...
ନବରାତ୍ରୀରେ ଅନେକ ରାଜ୍ୟରେ ଦାଣ୍ଡିଆ ଏବଂ ଗରବା ରାସ୍ ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ଯେଉଁଥିରେ ମହିଳା ଏବଂ ପୁରୁଷମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାରମ୍ପରିକ ନୃତ୍ୟ-ଗୀତ କରିଥାନ୍ତି । ପାର୍ବଣର ଏହି ମନୋରଞ୍ଜନ ସମୟରେ ଅନେକ ଲୋକେ ମେକ୍ଅପ୍ ନେଇଥାନ୍ତି । ମାତ୍ର ଘରକୁ ଫେରିବା ପରେ କ୍ଲାନ୍ତ କାରଣରୁ ଅଧିକାଂଶ ମହିଳା ଚର୍ମ ସଫା କରିବା ବା ଚର୍ମର ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଇନଥାନ୍ତି, ଯାହା ସେମାନଙ୍କ ଚର୍ମ ସମସ୍ୟା ସୃଷ୍ଟିର କାରଣ ହୁଏ ।
ସେହିଭଳି ନବରାତ୍ରିରେ ମଧ୍ୟ ଅନେକ ଲୋକ ନଅ ଦିନ ଉପବାସ ରଖନ୍ତି, ଏପରିସ୍ଥିତିରେ ସେମାନଙ୍କ ଶରୀରରେ ପୁଷ୍ଟିକର ଖାଦ୍ୟ କିମ୍ବା ଜଳ ଅଭାବ ହେବାର ସମ୍ଭାବନା ମଧ୍ୟ ବଢିଥାଏ । ଚର୍ମ ଏବଂ କେଶରେ ଏହି ଦୁଇଟି ଅବସ୍ଥାର ପ୍ରଭାବ ପଡିଥାଏ । ତେବେ ପାର୍ବଣରେ ଶରୀରର ଯତ୍ନ ପାଇଁ ନିମ୍ନରେ କେତେକ ଉପଚାର ବାବଦରେ ଆଲୋଚନା କରାଯାଇଛି...
ଉତ୍ତରାଖଣ୍ଡର ଜଣେ ଚର୍ମ ରୋଗ ବିଶେଷଜ୍ଞ ଆଶା ସାକଲାନି କହିଛନ୍ତି ଯେ, "ଶରୀରରେ ପୁଷ୍ଟିକର ଖାଦ୍ୟ ଏବଂ ଜଳ ଅଭାବର ପ୍ରଭାବ ଆମ ଚର୍ମ ଏବଂ କେଶରେ ବହୁତ ଦେଖାଯାଏ । ଫ୍ରେକ୍ଲେସ୍(ତ୍ବଚାରେ ଦାଗ), ପିମ୍ପଲ୍ ଏବଂ ପିଗମେଣ୍ଟେସନ୍ ଭଳି ସମସ୍ୟା ଦେଖାଦେଇଥାଏ । ଏପରି ସ୍ଥିତିରେ, ଉପବାସ ସମୟରେ କିମ୍ବା ସାଧାରଣ ଅବସ୍ଥାରେ ଜଣେ ବ୍ୟକ୍ତି କୌଣସି କାରଣରୁ ଖାଦ୍ୟ ପ୍ରତି ଅଣଦେଖା କରିବା ଉଚିତ୍ ନୁହେଁ ।"
ସେ ପରାମର୍ଶ ଦେଇଛନ୍ତି ଯେ, ବିଶେଷତ ନବରାତ୍ରି ପରି ପର୍ବ ସମୟରେ ଯେତେବେଳେ ଲୋକମାନେ ନିୟମିତ ଉପବାସ କରନ୍ତି, ସେମାନେ ନିଶ୍ଚିତ ରୂପେ ଫଳ, ଶୁଖିଲା ଫଳ(Dry Fruits) ଏବଂ ଅନ୍ୟାନ୍ୟ ପ୍ରକାରର ଖାଦ୍ୟ ଗ୍ରହଣ କରିପାରିବେ । ଏହା ବ୍ୟତୀତ ଉପବାସ ସମୟରେ ପ୍ରଚୁର ପାଣି, ଫଳ ରସ କିମ୍ବା ନଡ଼ିଆ ପାଣି ପିଅନ୍ତୁ, ଯାହାଫଳରେ ଶରୀରରେ ଜଳର ଅଭାବ ରହିନଥାଏ । ଚର୍ମର ଉପଯୁକ୍ତ ବାହ୍ୟ ଯତ୍ନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିୟମିତ ମୁହଁକୁ ସଫା କରିବା, ଏକ୍ସଫୋଲିଏସନ୍ ଏବଂ ମଶ୍ଚରାଇଜ୍ କରିବା ଆବଶ୍ୟକ ।