ଅନେକ ଥର ମାଆ ଅନୁଭବ କରେ ଯେ, ତା ସ୍ତନରେ ଛୁଆ ପାଇଁ ଯଥେଷ୍ଟ କ୍ଷୀର ହୁଏ ନାହିଁ । ତେଣୁ ଛୁଆ ପାଇଁ ସେ ଟପ୍ ଫିଡ୍ ବା ଫର୍ମୁଲା ମିଲ୍କର ପ୍ରଚଳନ ଆରମ୍ଭ କରେ । କିନ୍ତୁ ନୂଆ କରି ମାଆ ହୋଇଥିବା ମହିଳାମାନେ ଏଭଳି କରି ଭୁଲ ପଦକ୍ଷେପ ନିଅନ୍ତି । ସେଥିପାଇଁ ମାଆମାନଙ୍କୁ ସ୍ତନ୍ୟପାନର କୌଶଳ ଜାଣିବା ଏକାନ୍ତ ଜରୁରୀ । ସ୍କିଲ୍ଡ୍ ବ୍ରେଷ୍ଟ ଫିଡିଂ ସଂପର୍କରେ ନୂଆ ମାଆ ମାନଙ୍କୁ ଅବଗତ କରାଇବାର ଆବଶ୍ୟକତା ରହିଛି । ଇଟିଭି ଭାରତ ସହ ସାକ୍ଷାତାକାରରେ ଏ ବାବଦରେ ନାସିକର ଶିଶୁ ବିକାଶ ଓ ଶିଶୁ ବିଶେଷଜ୍ଞ ଡକ୍ଟର ଶାମା ଜଗଦୀଶ କୁଲକଣ୍ଣୀର କେତେକ ଉପାଦେୟ ତଥ୍ୟ ପ୍ରଦାନ କରିଛନ୍ତି ।
କଣ କରିବାକୁ ହେବ ?
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୪ଟି ସୁପାରିଶ ସ୍ତନ୍ୟପାନ ସଂପର୍କରେ କ'ଣ କହୁଛି, ତାହା ଦେଖିବାକୁ ପଡିବ ।
୧. ଡେଲିଭରିର ପ୍ରଥମ ୫ ମିନିଟ ମଧରେ ନବଜାତ ଛୁଆକୁ ମାଆର ସ୍ତନ ସହ ଲଗାଇ ରଖନ୍ତୁ । ଏମିତି ପ୍ରକ୍ରିୟାରେ ହିଁ ଛୁଆର ପ୍ରାରମ୍ଭିକ ସ୍ତନ୍ୟପାନ ଆରମ୍ଭ ହୁଏ । ଆରମ୍ଭରୁ ଯଦି ଛୁଆ ମାଆ କ୍ଷୀର ଠିକ୍ ରୂପେ ପିଇ ପାରିଲା, ତାହା ହେଲେ ଆଗକୁ ଆଉ ଅସୁବିଧା ହେବା ନାହିଁ । ଯେଉଁ ମାଆ ବି ଏଭଳି ପ୍ରକ୍ରିୟାରେ ସଫଳ ହୋଇପାରିଲା, ତାକୁ ବି ଆଉ ଆଗକୁ ସ୍ତନ୍ୟପାନ କରାଇବାରେ କଷ୍ଟ କରିବାକୁ ହେବନି ଓ ସେ ଦୀର୍ଘ ସମୟ ଧରି ଛୁଆକୁ ସ୍ତନ୍ୟପାନ କରାଇପାରିବ । ଘଣ୍ଟାଏ ମଧ୍ୟରେ ଛୁଆ ସ୍ତନ୍ୟପାନ ସହ ଅଭ୍ୟସ୍ତ ହୋଇଯାଏ । ସେ ନିପ୍ପଲର ଚିରାଚରିତ ସ୍ବାଦ ବାରିପାରେ ।
୨. ପ୍ରଥମ ୬ ମାସ ଯାଏଁ ଛୁଆକୁ କେବଳ ମାଆ କ୍ଷୀର ପିଇବାକୁ ଦିଅନ୍ତୁ । ମାଆ କ୍ଷୀରକୁ ଛାଡି ମହୁ,ପାଣି କିଛି ବି ଦିଅନ୍ତୁ ନାହିଁ । ଶିଶୁ ଏହି ୬ ମାସ ମଧ୍ୟରେ କେବଳ ବ୍ରେଷ୍ଟ ଫିଡିଂ ହିଁ କରିବା ବାଞ୍ଚନୀୟ ।
୩. ସ୍ତନ୍ୟପାନ ଜାରି ରଖିବା ପାଇଁ ଘରେ ରନ୍ଧା ହୋଇଥିବା ଖାଦ୍ୟ, ସେମିସଲିଡ ଡାଏଟ୍ ମାଆ ମାନେ ଖାଇବା ଦରକାର ।
୪. ସ୍ତନ୍ୟପାନ କରାଇବା ବେଳେ ଛୁଆ ସହ କଥାବାର୍ତ୍ତା ହୁଅନ୍ତୁ । ଛୁଆକୁ ସ୍ତନ୍ୟପାନ ବାବଦରେ କିଛି ପ୍ରମୁଖ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ତାହା ହେଲା – ଛୁଆ ମାଆ ସ୍ତନକୁ କିପରି ଧରେ, ମାଆ କିପରି ବସେ ଓ ଛୁଆକୁ ମାଆ କିଭଳି ଧରିଥାଏ ?
ଛୁଆ: ଛୁଆର ମୁଣ୍ଡ ଓ ଶରୀର ଯେମିତି ସମାନ ରହେ, ତାହା ନିଶ୍ଚିତ କରିବା ଦରକାର । ଛୁଆ କେବଳ ମାଆକୁ ଚାହିଁ ରହି ସ୍ତନପାନ କରିବା ଦରକାର । ଛୁଆର ପେଟ,ମାଆର ପେଟକୁ ସ୍ପର୍ଶ କରୁଥିବା ଆବଶ୍ୟକ । ଛୁଆର ପିଠି ଓ ମୁଣ୍ଡ ମାଆର ହାତରେ ଭଲଭାବେ ରହିବା ଜରୁରୀ ।