ହାଇଦ୍ରାବାଦ: କିଡନୀ ବା ବୃକକ୍ ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଆମ ଶରୀରର ଦୂଷିତ ପଦାର୍ଥକୁ ଫିଲ୍ଟର୍ କରି ଶୌଚ ମାଧ୍ୟମରେ ନିଷ୍କାସିତ କରିଥାଏ । ଯଦି କିଡନୀ ସଠିକ୍ କାର୍ଯ୍ୟ ନକରେ ତେବେ ବିଭିନ୍ନ ରୋଗ ଦେଖା ଦେଇଥାଏ । ତେବେ କିଡନୀ ଠିକ୍ରେ କାର୍ଯ୍ୟ କରୁଛି ଅର୍ଥାତ୍ ସୁସ୍ଥ ଅଛି ବୋଲି ଜାଣିବେ କିପରି ? ଆଜିର ଆର୍ଟିକଲରେ ଏହି ସମସ୍ୟା ବାବଦରେ ଆଲୋଚନା କରିବା...
ରକ୍ତର ଶୁଦ୍ଧତା ଏବଂ ଶରୀରରୁ ଅଧିକ ତରଳ ପଦାର୍ଥ ଦୂର କରିବା ପାଇଁ କିଡନୀ କାର୍ଯ୍ୟକରେ । କିନ୍ତୁ ଯେତେବେଳେ କିଡନୀ ସଠିକ୍ ଭାବରେ କାମ କରେ ନାହିଁ, ସେତେବେଳେ ଶରୀରରେ ଅନେକ ଲକ୍ଷଣ ଦେଖାଯିବା ଆରମ୍ଭ କରେ । କେଉଁକେଉଁ ଲକ୍ଷଣ କ୍ରନିକ୍ କିଡନୀ ରୋଗରେ ପୀଡିତ ହେବାର ଆଶଙ୍କା ସୃଷ୍ଟି(Signs of kidney failure) କରେ ଜାଣନ୍ତୁ...
ଅଧିକ କ୍ଳାନ୍ତ ଲାଗିବା-ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଶରୀରିକ ଶକ୍ତି କମ୍ ହୋଇଯାଉଛି କିମ୍ବା ଏକାଗ୍ର ହେବାରେ ଅସୁବିଧା ହେଉଛି, ଏହା ଏକ ଖରାପ ସଙ୍କେତ । କିଡନୀ କାର୍ଯ୍ୟରେ ଗୁରୁତର ହ୍ରାସ ହେଲେ ରକ୍ତରେ ବିଷାକ୍ତ ପଦାର୍ଥ ଏବଂ ଅପରିଷ୍କାରତା ସୃଷ୍ଟି ହୋଇପାରେ । ଏହା ଲୋକମାନଙ୍କୁ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରାଇପାରେ ।