ହାଇଦ୍ରାବାଦ: ଫ୍ୟାଟି ଲିଭର ରୋଗ ପିଲାମାନଙ୍କଠାରେ ସାଧାରଣ ହେବାରେ ଲାଗିଛି, ଯାହାକୁ ଆଦୌ ଅଣଦେଖା କରାଯିବା ଉଚିତ୍ ନୁହେଁ । ଯକୃତ ସମ୍ବନ୍ଧୀୟ ଏହି ରୋଗ ବିଶ୍ବର 20ରୁ ଅଧିକ ଦେଶରେ ବ୍ୟାପିଛି, ଏହି ରୋଗ ହେତୁ ପିଲାମାନଙ୍କର ଯକୃତରେ ଫୁଲା ଦେଖାଯାଏ, ଯାହା ଠିକ୍ ସମୟରେ ଚିହ୍ନଟ ନହେଲେ ଲିଭର୍ ଫେଲ୍ ହେବାର ଆଶଙ୍କା ବଢିଯାଏ ।
ଫ୍ୟାଟି ଲିଭର ମୁଖ୍ୟତଃ ବୟସ୍କମାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର ବିଷୟ ବୋଲି କୁହାଯାଉଥିଲା, ବର୍ତ୍ତମାନ ପିଲାମାନଙ୍କଠାରେ ମଧ୍ୟ ଏହା ସାଧାରଣ ହେବାରେ ଲାଗିଛି । ଏହି ସ୍ଥିତି ନନ୍-ଆଲକୋହିଲିକ୍ ଫ୍ୟାଟି ଲିଭର ରୋଗ (NAFLD) ଭାବରେ ମଧ୍ୟ ଜଣାଶୁଣା । ପିଲାମାନଙ୍କର ଯକୃତ କୋଷରେ ଅତ୍ୟଧିକ ଚର୍ବି ଜମା ହେଲେ ଏହି ସମସ୍ୟା ହୁଏ । ଏହା ବିଶେଷତଃ ଏକ ଖରାପ ଖାଦ୍ୟପେୟ, ଖରାପ ଜୀବନଶୈଳୀ, ପାଷ୍ଟରାଇଜଡ୍ ଖାଦ୍ୟ ସାମଗ୍ରୀ, ଅତିରିକ୍ତ ସୁଗାର ଏବଂ ଅସ୍ୱାସ୍ଥ୍ୟକର ଚର୍ବି ଖାଦ୍ୟ ଖାଇବା ଦ୍ବାରା ଏହି ରୋଗ ହୋଇଥାଏ। ପିଲାମାନଙ୍କ ମଧ୍ୟରେ ଫ୍ୟାଟି ଲିଭରର ଲକ୍ଷଣ ଚିହ୍ନଟ କରିବା ଏବଂ ଠିକ୍ ସମୟରେ ଚିକିତ୍ସା କରିବା ହିଁ ଏହାକୁ ଏଡାଇବାର ଏକମାତ୍ର ଉପାୟ। ତେବେ ଜାଣନ୍ତୁ, ଏହାର ଲକ୍ଷଣ ବିଷୟରେ
ପିଲାମାନଙ୍କ ମଧ୍ୟରେ ଦେଖାଯାଉଥିବା ଫ୍ୟାଟି ଲିଭରର ଲକ୍ଷଣଗୁଡ଼ିକ କ’ଣ?
- ଥକ୍କାପଣ ଏବଂ ଦୁର୍ବଳତା: ଫ୍ୟାଟି ଲିଭର ଥିବା ପିଲାମାନେ କିଛି ନ କରି ମଧ୍ୟ ଥକ୍କିବା ଏବଂ ଦୁର୍ବଳତା ଅନୁଭବ କରିପାରନ୍ତି, ଯାହା ସେମାନଙ୍କର ଦୈନନ୍ଦିନ ଜୀବନକୁ ବହୁତ ପ୍ରଭାବିତ କରିପାରେ ।
- ମୋଟାପଣ କିମ୍ବା ଅଧିକ ଓଜନ: ଫ୍ୟାଟି ଲିଭର ସମସ୍ୟାରେ ଜଡ଼ିତ ସମସ୍ତ ପିଲା ମେଦବହୁଳ ହୁଅନ୍ତି ନାହିଁ, ତଥାପି, କେତେକ ମୋଟା ହୋଇଥାଆନ୍ତି । ଶରୀରର ଅତ୍ୟଧିକ ଓଜନ, ବିଶେଷକରି ପେଟ ଚାରିପାଖରେ ମୋଟାପଣ, ଏହା NAFLD ପାଇଁ ଏକ ସାଧାରଣ ବିପଦ କାରଣ ।
- ପେଟ ଯନ୍ତ୍ରଣା: ଫ୍ୟାଟି ଲିଭର ଥିବା କିଛି ପିଲାଙ୍କ ଡାହାଣ ପାର୍ଶ୍ୱର ପେଟର ଉପରି ଭାଗରେ ଅସ୍ୱାଭାବିକତା କିମ୍ବା ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି।
- ଭୋକ ହ୍ରାସ କିମ୍ବା ଓଜନ ହ୍ରାସ:କେତେକ କ୍ଷେତ୍ରରେ, ଫ୍ୟାଟି ଲିଭର ସମସ୍ୟାରେ ଜଡ଼ିତ ପିଲାମାନଙ୍କ ଭୋକ ହ୍ରାସ କିମ୍ବା ଶୀଘ୍ର ଓଜନ ହ୍ରାସ ହୋଇଥାଏ ।
- ଇନସୁଲିନ୍ ପ୍ରତିରୋଧ ଏବଂ ଟାଇପ୍-୨ ମଧୁମେହ: ଫ୍ୟାଟି ଲିଭର ରୋଗ ଇନସୁଲିନ୍ ପ୍ରତିରୋଧ ସହ ନିବିଡ ଭାବରେ ଜଡିତ, ଏବଂ NAFLD ସମସ୍ୟାରେ ଜଡ଼ିତ କିଛି ପିଲାଙ୍କ ସମୟ ସହ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ରହିପାରେ ।
- ହାଇ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲେରିସାଇଡ୍: ରକ୍ତ ପରୀକ୍ଷା ଦ୍ବାରା କୋଲେଷ୍ଟ୍ରୋଲ ଏବଂ ଟ୍ରାଇଗ୍ଲାଇସେରାଇଡର ଅସାମାନ୍ୟ ସ୍ତର ଦେଖିବାକୁ ମିଳିଥାଏ, ଯାହା ଫ୍ୟାଟି ଲିଭର ରୋଗ ସହ ଜଡ଼ିତ ।
ଏହା ମଧ୍ୟ ପଢନ୍ତୁ: ସାବଧାନ ! ହଜମ ପ୍ରକ୍ରିୟାରେ ଏହି ସବୁ ସମସ୍ୟା ଫ୍ୟାଟି ଲିଭର ରୋଗର ସଙ୍କେତ
(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)