ହାଇଦ୍ରାବାଦ:ଆଜିର ସମୟରେ ପ୍ରାୟ ଅଧିକାଂଶ ଲୋକ ମାଉଥଓ୍ବାସ ବ୍ୟବହାର କରୁଛନ୍ତି । ଏହାରି ଭିତରେ ମାଉଥଓ୍ବାସକୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ରତିଦିନ ବା ଅତ୍ୟଧିକ ମାଉଥଓ୍ବାସର ବ୍ୟବହାର ଦ୍ବାରା ଓରାଲ କ୍ୟାନ୍ସର ବା ମୁଖ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ମାଉଥଓ୍ବାସ ପରିବର୍ତ୍ତେ ପାଟିକୁ ସତେଜ ରଖିବା ପାଇଁ ଯଦି ଘରୋଇ ଜିନିଷ ଏବଂ ହର୍ବାଲର ବ୍ୟବହାର କରାଯାଏ ତେବେ ଏହା ଅନେକ କ୍ଷେତ୍ରରେ ଫଳଦାୟୀ ବୋଲି କୁହାଯାଇଛି ।
ରିସର୍ଚ୍ଚରେ ଏହା କୁହାଯାଇଛି: ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ମାଉଥଓ୍ବାସରେ ଇଥାନଲ ନାମକ ଏକ ପଦାର୍ଥ ରହିଥାଏ । ଯାହା ପାଟିର ଜୀବାଣୁ ସହିତ ମିଶି ତୁରନ୍ତ ଏସିଟେଲ୍ଡିହାଇଡରେ ପରିଣତ ହୋଇଥାଏ । ଯାହାକି ମୁଖ କର୍କଟର ପ୍ରମୁଖ କାରଣ ହୋଇଥାଏ । ତେଣୁ ପ୍ରତିଦିନ ମାଉଥଓ୍ବାସର ବ୍ୟବହାର ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି । ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଏସିଟେଲ୍ଡିହାଇଡ ଏକ ବିଷାକ୍ତ ପଦାର୍ଥ ଅଟେ । ଯଦି ମସ୍ତିଷ୍କରେ ଏହି ପଦାର୍ଥର ସ୍ତର ବୃଦ୍ଧି ପାଏ ତେବେ ଏହା ଆସେଟାଲଡିହାଇଡ୍ର ସ୍ତରକୁ ବୃଦ୍ଧି କରିବା ଆରମ୍ଭ କରିଥାଏ ।
ଆଲକହଲ ମାଉଥଓ୍ବାସ: ଆଲକହଲ ମାଉଥଓ୍ବାସ ପାଟିରେ ରହିଥିବା ଭଲ ବ୍ୟାକ୍ଟେରିଆକୁ ମଧ୍ୟ ମାରି ଦେଇଥାଏ । ଯାହା ନାଇଟ୍ରୋଜେନକୁ ନାଇଟ୍ରିକ ଅକ୍ସାଇଡରେ ପରିଣତ କରିଥାଏ । ଏହା ହୃଦୟ ପାଇଁ ଉତ୍ତମ ବୋଲି କୁହାଯାଇଛି । ତେବେ ମାଉଥଓ୍ବାସରୁ କ୍ୟାନ୍ସର ନେଇ ପ୍ରଶ୍ନ ଉଠିବା ପରେ ଅନେକ ତର୍କ ଜାରି ରହିଛି । ଏହାରି ଭିତରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଘରୋଇ ଉପାୟରେ ମାଉଥଓ୍ବାସ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: Oral Cancer: ତମାଖୁ ଦ୍ବାରା କିପରି ହୁଏ ମୁଖ କର୍କଟ, ଏମିତି କହିଲେ ଏକ୍ସପର୍ଟ