ଓଡିଶା

odisha

ETV Bharat / sukhibhava

Stale Food: ଥଣ୍ଡା ଖାଦ୍ୟ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ଭୋଗିପାରନ୍ତି ସମସ୍ୟା - ଥଣ୍ଡା ଖାଦ୍ୟ ଖାଇଲେ କଣ ହୁଏ

ଅନେକ ଲୋକ ସକାଳର ଖାଦ୍ୟକୁ ଫ୍ରିଜରେ ରଖନ୍ତି ଏବଂ ପରେ ଏହାକୁ ଗରମ କରି ଖାଇଥାଆନ୍ତି । କିନ୍ତୁ ଥଣ୍ଡା ଖାଦ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ସହିତ ଅନେକ ରୋଗର କାରଣ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଅଧିକ ପଢନ୍ତୁ

Stale Food
Stale Food

By ETV Bharat Odisha Team

Published : Sep 11, 2023, 10:38 AM IST

ହାଇଦ୍ରାବାଦ:ଗରମ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । ଘରର ମୁଖିଆମାନେ ମଧ୍ୟ ସର୍ବଦା ଗରମ ତାଜା ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଏବଂ ବ୍ୟସ୍ତବହୁଳ ଜୀବନ ଯୋଗୁଁ ଲୋକଙ୍କୁ ଗରମ ଖାଦ୍ୟ ଖାଇବା ପାଇଁ ସମୟ ମିଳୁନାହିଁ । ଫଳରେ ଗରମ ଖାଦ୍ୟ ବଦଳରେ ଥଣ୍ଡା ଖାଦ୍ୟ ଖାଇବା ପାଇଁ ବାଧ୍ୟ ହୋଇଥାଆନ୍ତି । ଅନେକ ଲୋକ ସକାଳର ଖାଦ୍ୟକୁ ଫ୍ରିଜରେ ରଖନ୍ତି ଏବଂ ରାତିରେ ଏହାକୁ ଗରମ କରି କିମ୍ବା ସେଭଳି ଖାଇଦିଅନ୍ତି । ଏହା କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ତେବେ ଜାଣନ୍ତୁ ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡିଥାଏ

ବ୍ୟାକ୍ଟେରିଆ ଆଶଙ୍କା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗରମ ଖାଦ୍ୟରେ ବ୍ୟାକ୍ଟେରିଆକୁ ନେଇ କୌଣସି ପ୍ରକାର ଆଶଙ୍କା ରହିନଥାଏ । କିନ୍ତୁ ଥଣ୍ଡା ଖାଦ୍ୟରେ ବ୍ୟାକ୍ଟେରିଆ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶଙ୍କା ଅଧିକ ଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ବୋଲି କୁହାଯାଇଛି ।

ହଜମକ୍ରିୟା ପାଇଁ ଅଧିକ ସମୟ: ସାଧାରଣତଃ ଯେଉଁମାନେ ଥଣ୍ଡା ଖାଦ୍ୟ ଖାଇଥାଆନ୍ତି ସେମାନଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ। ଗରମ ଖାଦ୍ୟ ଖାଉଥିବା ଲୋକଙ୍କୁ ବହୁତ କ୍ୱଚିତ୍ ଏହିପରି ସମସ୍ୟାର ସାମ୍ନା କରିବାକୁ ପଡେ। ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କେବଳ ଗରମ ଖାଦ୍ୟ ଖାଇବାକୁ ପ୍ରୋତ୍ସାହିତ କରିଥାଆନ୍ତି। କାରଣ ଥଣ୍ଡା ଖାଦ୍ୟ ଅପେକ୍ଷା ଗରମ ଖାଦ୍ୟ ଶୀଘ୍ର ହଜମ ହୋଇଯାଇଥାଏ। ଥଣ୍ଡା ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେଣୁ ପ୍ରତିଦିନ ଗରମ ଖାଦ୍ୟ ଖାଇବା ଉଚିତ ବୋଲି କୁହାଯାଉଛି।

ଏହା ମଧ୍ୟ ପଢନ୍ତୁ: ପେଟର ଡାହାଣ ପାର୍ଶ୍ବରେ ଯନ୍ତ୍ରଣା ହେଉଥିଲେ ସାବଧାନ! ହୋଇପାରେ ଏହି ସବୁ ରୋଗ

ପେଟଗ୍ୟାସ: ଥଣ୍ଡା ଖାଦ୍ୟ ଖାଉଥିବା ଲୋକମାନେ ପ୍ରାୟତଃ ପେଟ ଫୁଲା ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଥଣ୍ଡା ଖାଦ୍ୟ ଖାଇବା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ଏବଂ ଏହା ମନ୍ଥର ହୋଇଯାଏ । ଯେଉଁ କାରଣରୁ କାର୍ବୋହାଇଡ୍ରେଟ୍ ଅନ୍ତନଳୀରେ ଫରମେଣ୍ଟଡ ହୋଇଯାଏ । ବେଳେବେଳେ ଗ୍ୟାଷ୍ଟ୍ରିକ ସମସ୍ୟା ମଧ୍ୟ ଦେଖାଯାଇଥାଏ।

ଏହି ଖାଦ୍ୟକୁ ଦ୍ବିତୀୟ ଥର ଗରମ କରିବା ଅନୁଚିତ:ଆଳୁ, ପାଳଙ୍ଗ ଶାଗ, ଚାଉଳ, ଚିକେନ୍, ଛତୁ, ବିଲାତି ଇତ୍ୟାଦି ଖାଦ୍ୟ ସାମଗ୍ରୀକୁ ବାରମ୍ବାର ଗରମ କରିବା ଉଚିତ ନୁହେଁ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଖାସକରି ଛତୁକୁ ସବୁବେଳ ଗରମ ଗରମ ଖାଇବା ଉଚିତ। ଏଥିରେ ପ୍ରୋଟିନ ରହିଥାଏ ଏବଂ ଏହାକୁ ବାରମ୍ବାର ଗରମ କରି ଖାଇବା ଦ୍ବାରା ଶରୀର ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ। ଏହା ହଜମ ପ୍ରକ୍ରିୟା ସହିତ ଜଡିତ ସମସ୍ୟା ସୃଷ୍ଟି କରିଥାଏ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ତଥ୍ୟଭିତ୍ତିକ ଖବର

ABOUT THE AUTHOR

...view details