ଓଡିଶା

odisha

ETV Bharat / sukhibhava

Shoulder Pain: କାନ୍ଧରେ ଯନ୍ତ୍ରଣା ହେଉଥିଲେ ସାବଧାନ ! ହୋଇଥାଇପାରେ ଏହି ରୋଗ - କାନ୍ଧରେ ଯନ୍ତ୍ରଣା ହେଉଥିଲେ ହୋଇପାରେ ଏହି ରୋଗ

ଭୁଲ ଅବସ୍ଥାରେ ଶୋଇବା କିମ୍ବା ଅଧିକ ବ୍ୟାୟାମ କରିବା ଦ୍ୱାରା କାନ୍ଧରେ ଯନ୍ତ୍ରଣା ହୋଇପାରେ। କିନ୍ତୁ କେତେକ କ୍ଷେତ୍ରରେ ଏହା ଗଲବ୍ଲାର୍ଡର ସମସ୍ୟାକୁ ମଧ୍ୟ ସୂଚାଇଥାଏ। ଅଧିକ ପଢନ୍ତୁ

Shoulder Pain
Shoulder Pain

By

Published : Aug 16, 2023, 3:58 PM IST

ହାଇଦ୍ରାବାଦ:ବିଭିନ୍ନ କାରଣ ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ହୋଇଥାଏ। ପରିବର୍ତ୍ତିତ ଜୀବନଶୈଳୀ ଏହାର ଏକ ମୁଖ୍ୟ କାରଣ। ତେବେ କୌଣସି ଅଙ୍ଗରେ ଯନ୍ତ୍ରଣା ହେଲେ ତାହାକୁ ଅଣଦେଖା କରନ୍ତୁ ନାହିଁ। କାରଣ କେତେକ କ୍ଷେତ୍ରରେ ଏହା ଗମ୍ଭୀର ରୋଗର ସଙ୍କେତ ହୋଇପାରେ। ପ୍ରାୟ ଏକ ତୃତୀୟାଂଶ ଲୋକ ରିପୋର୍ଟ କରିଛନ୍ତି ଯେ ଯନ୍ତ୍ରଣା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାଏ। ଆଘାତ ଯୋଗୁଁ ଯନ୍ତ୍ରଣା ହେବାକୁ ସାଧାରଣ କୁହାଯାଏ କିନ୍ତୁ ବିନା ଆଘାତରେ ଯନ୍ତ୍ରଣା କେତେକ କ୍ଷେତ୍ରରେ ଜଟିଳ ସମସ୍ୟାର କାରଣ ହୋଇପାରେ। ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି କାନ୍ଧରେ ଯନ୍ତ୍ରଣା ହେଉଛି ତାହେଲେ ଏହାକୁ ସାଧାରଣ ଭାବେ ନିଅନ୍ତୁ ନାହିଁ। କିଛି ଦିନ ପର୍ଯ୍ୟନ୍ତ ଏହି ଯନ୍ତ୍ରଣା ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ଏକ ସ୍ବାସ୍ଥ୍ୟ ରିପୋର୍ଟ ଅନୁଯାୟୀ, ଭୁଲ ଅବସ୍ଥାରେ ଶୋଇବା, ଅଧିକ ଓଜନ ଉଠାଇବା କିମ୍ବା ଅଧିକ ବ୍ୟାୟାମ କରିବା ଦ୍ୱାରା କାନ୍ଧରେ ଯନ୍ତ୍ରଣା ହୋଇପାରେ। ଅବଶ୍ୟ କେତେକ କ୍ଷେତ୍ରରେ, ଯନ୍ତ୍ରଣା ହେବାର କାରଣ ଗଲ୍ ବ୍ଲାଡରର ସମସ୍ୟାର ସଙ୍କେତ ମଧ୍ୟ ହୋଇପାରେ। ଶରୀରରେ ଏକ୍ୟୁଟି କୋଲେସିଷ୍ଟାଇଟିସ୍(ଏକ ସ୍ଥାନରେ ଫୁଲା) ହଠାତ୍ ଆରମ୍ଭ ହୋଇଯାଇଥାଏ। ଏଥିରେ ଯନ୍ତ୍ରଣା ପେଟର ଉପର ଡାହାଣ ଭାଗରେ ଆରମ୍ଭ ହୋଇ ଡାହାଣ କାନ୍ଧ ପର୍ଯ୍ୟନ୍ତ ବ୍ୟାପିଥାଏ। ଯତେବେଳେ ଗଲବ୍ଲାଡର ଭିତରେ ହଜମକାରୀ ରସ(ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ) ପ୍ରବେଶ କରିଥାଏ, ସେତେବେଳେ ଅଭଳି ଅବସ୍ଥା ଉପୁଜିଥାଏ।

ଏହା ମଧ୍ୟ ପଢନ୍ତୁ:ଶରୀରକୁ ଭଲ ଭାବେ ଆରାମ ନ ମିଳିଲେ ହୋଇପାରେ ଏହି ସବୁ ସମସ୍ୟା

ସେପ୍ସିସ ଆଶଙ୍କା ବୃଦ୍ଧି:ଏହି ରୋଗରେ ରୋଗୀଙ୍କ ମଧ୍ୟରେ ଅଧିକାଂଶ କ୍ଷେତ୍ରରେ ଶରୀରର କିଛି ଅଂଶ କଠିନ ହୋଇଯାଇଥାଏ। ଏହାକୁ ଗାଲ୍ ଷ୍ଟୋନ୍ କୁହାଯାଏ। ଗାଲ୍ ଷ୍ଟୋନ୍ ଗୁଡିକ ଶରୀରରେ ଟ୍ୟୁବ୍ ଅବରୋଧ କରିଦେଇଥାଆନ୍ତି। ଟ୍ୟୁବ ଅବରୋଧ ହେତୁ ପିତ୍ତ ଜମା ହୋଇଯାଇଥାଏ। ଏହା ସଂକ୍ରମିତ ହେବା ପୂର୍ବରୁ ଉତ୍ତେଜନା ସୃଷ୍ଟି କରିଥାଏ। ଡାକ୍ତରଖାନାରେ ଆଣ୍ଟିବାୟୋଟିକ ଦ୍ବାରା ଏହାର ଚିକିତ୍ସା କରାଯାଇଥାଏ।

ଏକ୍ୟୁଟି କୋଲେସିଷ୍ଟାଇଟିସର ପୁନରାବୃତ୍ତି ରୋକିବା ପାଇଁ କିଛି ପ୍ରାରମ୍ଭିକ ଚିକିତ୍ସା ପରେ ଡାକ୍ତରମାନେ ଗାଲ୍ ବ୍ଲାଡର ଅପସାରଣ ପାଇଁ ମଧ୍ୟ ପରାମର୍ଶ ଦେଇପାରନ୍ତି। ଏହାର ଲକ୍ଷଣ ଗୁଡିକ ହେଲା

  • ଅଧିକ ଜ୍ବର ହେବା
  • ମୁଣ୍ଡ ବୁଲାଇବା ସହ ବାନ୍ତି
  • ଝାଳ ବାହାରିବା
  • ଭୋକ କମ ହେବା
  • ଚର୍ମ ଏବଂ ଆଖିରେ ହଳଦିଆ ଏବଂ ଆଖିର ଧଳା ରଙ୍ଗ ଦେଖାଯିବା
  • ଯଦି ପେଟରେ ହଠାତ୍ ତୀବ୍ର ଯନ୍ତ୍ରଣା ହୁଏ ଏବଂ ଜ୍ୱର କିମ୍ବା ଜଣ୍ଡିସ୍ ଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ।

କହିରଖୁଛୁ କି, ଗଲବ୍ଲାଡରକୁ ପିତ୍ତ ଥଳୀ ମଧ୍ୟ କୁହାଯାଏ। ଫେଟ ମେଟାବୋଲିଜିମ୍ ଏବଂ କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଜୀବନଶୈଳୀରେ ଉଚ୍ଚ କୋଲେଷ୍ଟ୍ରଲ ଡାଏଟ୍ ଯୁକ୍ତ ହେଉଛି, ତେବେ ଗଲବ୍ଲାଡଡରରେ ଷ୍ଟୋନ ହେବାର ଆଶଙ୍କା ରହିଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details