ହାଇଦ୍ରାବାଦ:ଭାରତରେ ସକାଳେ ଚା' ପିଇବା କେବଳ କାମ ନୁହେଁ ବରଂ ଏହା ଲୋକଙ୍କ ସହ ଜଡିତ ଏକ ଅନୁଭବ । କୁହାଯାଏ ଚା' ଭାରତୀୟ ସଂସ୍କୃତିର ଏକ ଅଂଶ ସଦୃଶ । ଭାରତର ପ୍ରତି କୋଣରେ ଆପଣ ଚା' ଷ୍ଟଲ ପାଇବେ । ସୁଖ ହେଉକି ଦୁଃଖ ସବୁ ସମୟରେ ଲୋକେ ଚା' ପିଇବା ପାଇଁ ପସନ୍ଦ କରିଥାଆନ୍ତି । ଘରକୁ ଆସୁଥିବା ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରଥମେ ଚା' ଦିଆଯାଇଥାଏ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଖାଲି ପେଟରେ ଚା' ପିଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ ଚା' ପିଇବା ପୂର୍ବରୁ ପାଣି ପିଇଥାଆନ୍ତି । ତେବେ ଅନେକ ଭାବନ୍ତି ଚା' ପିଇବା ପୂର୍ବରୁ ପାଣି ପିଇବା ଦ୍ବାରା ଏସିଡ ହୋଇନଥାଏ ।
ଚା' କିମ୍ବା କଫି ପିଇବା ପୂର୍ବରୁ ପାଣି ପିଇବା ଉଚିତ କି: ଉଭୟ ଚା' ଏବଂ କଫି ପେଟ ପାଇଁ କ୍ଷତିକାରକ ହୋଇଥାଏ। ଏହା ପିଇବା ଦ୍ବାରା ପେଟରେ ଏସିଡ ହୋଇଥାଏ। ଚା'ରେ pH6 ରହିଥିବା ବେଳେ କଫିରେ ଏହା 5 ରହିଥାଏ। ତେବେ ଏହାକି ପିଇବା ଦ୍ବାରା ଶରୀରରେ ଅନେକ ରୋଗ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ । ଅଲସର ଏବଂ କର୍କଟ ଭଳି ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। କିନ୍ତୁ ଯଦି ଆପଣ ଏହାକୁ ପିଇବା ପୂର୍ବରୁ ପାଣି ପିଅନ୍ତି, ତେଣୁ ବିପଦକୁ କିଛି ପରିମାଣରେ ହ୍ରାସ କରେ। ପାଣି ପିଇବା ଦ୍ୱାରା ଅନ୍ତନଳୀରେ ଏକ ସ୍ତର ସୃଷ୍ଟି ହୁଏ ଯାହା ଚା ଏବଂ କଫି ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ।