ଓଡିଶା

odisha

ETV Bharat / sukhibhava

ଖାଦ୍ୟରେ ସ୍ପଳ୍ପ ପରିମାଣରେ ଲୁଣ ସେବନ ଦୂର କରେ ହୃଦୟ ରୋଗ - ଅଧିକ ଲୁଣ ଖାଇଲେ କଣ ହୁଏ

ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଖାଦ୍ୟରେ ସ୍ପଳ୍ପ ପରିମାଣରେ ଲୁଣ ସେବନ ହୃଦୟ ରୋଗ ବିପଦକୁ କମ୍ କରିଥାଏ (Shaking less salt on food could reduce heart disease risk) । ଅଧିକ ପଢନ୍ତୁ

ଖାଦ୍ୟରେ ସ୍ପଳ୍ପ ପରିମାଣରେ ଲୁଣ ସେବନ ଦୂର କରେ ହୃଦୟ ରୋଗ
ଖାଦ୍ୟରେ ସ୍ପଳ୍ପ ପରିମାଣରେ ଲୁଣ ସେବନ ଦୂର କରେ ହୃଦୟ ରୋଗ

By

Published : Nov 29, 2022, 12:28 PM IST

ୱାଶିଂଟନ: ଲୁଣକୁ ବିଭିନ୍ନ ରୋଗର କାରଣ ଭାବେ ବିବେଚନା କରାଯାଏ । ଏଥିପାଇଁ ପୂର୍ବ ସମୟରେ କମ୍ ଲୁଣ ଖାଇବାକୁ ପରାମର୍ଶ ଦିଆଯାଏ । ଏପରିକି ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ଅତ୍ୟଧିକ ଲୁଣ ନଖାଇବାକୁ ଆହ୍ବାନ କରିଥିଲେ । ଏହାର ଯଥାର୍ଥତା ବର୍ତ୍ତମାନ ପ୍ରମାଣିତ ହୋଇଛି । ଖାଦ୍ୟରେ ସ୍ପଳ୍ପ ପରିମାଣରେ ଲୁଣ ସେବନ ହୃଦୟ ରୋଗକୁ କମ୍ କରିଥାଏ ବୋଲି ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି(Shaking less salt on food could reduce heart disease risk) । ଆମେରିକୀୟ କଲେଜ ଅଫ୍ କାର୍ଡିଓଲୋଜି ଜର୍ଣ୍ଣାଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁଯାୟୀ, ଖାଦ୍ୟକୁ ଅଳ୍ପ ଲୁଣିଆ କରିବା ଦ୍ବାରା ହୃଦଘାତ, ହୃଦ୍‌ରୋଗ ଏବଂ ଇସକେମିକ୍ ଭଳି ହୃଦ୍‌ରୋଗର ବିପଦ କମ୍ ରହିଥାଏ । ଏପରିକି DASH(Diagnostic, Assessment, and Stabilization Hub) ପରି ଏକ ଖାଦ୍ୟ ଖାଉଥିବା ଲୋକଙ୍କ ମଧ୍ୟରେ, ଲୁଣ ବ୍ୟବହାରକୁ ହ୍ରାସ କରିବା ପାଇଁ ଆଚରଣଗତ ଚିକିତ୍ସା ହୃଦୟର ସ୍ୱାସ୍ଥ୍ୟକୁ ବଢାଇପାରେ ବୋଲି ଅନୁସନ୍ଧାନରୁ ଜଣାପଡିଛି । ତେବେ DASH ଆଚରଣଗତ ଚିକିତ୍ସା ହେଉଛି ଏକ ପ୍ରକାର ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମ, ଯେଉଁଠାରେ ମାନସିକ ଅସୁସ୍ଥତା ଥିବା ବ୍ୟକ୍ତିମାନଙ୍କ ଜୀବନଶୈଳୀ ପରିବର୍ତ୍ତନ ରୂପକ ଏକ ଚିକିତ୍ସା କରାଯାଏ ।

ଖାଦ୍ୟରେ ଅଧିକ ସୋଡିୟମର ମିଶ୍ରଣ ଅର୍ଥାତ୍ ଲୁଣିଆ ଖାଦ୍ୟ ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିପଦ କାରଣ ବୋଲି ଦର୍ଶାଯାଇଛି । ଦୀର୍ଘକାଳୀନ ଡାଏଟାରୀ ସୋଡିୟମ୍ ଗ୍ରହଣ ନିର୍ଣ୍ଣୟ କରିବା ପାଇଁ ଉପଯୋଗୀ କୌଶଳର ଅଭାବ ହେତୁ, ଏହି ସଂଯୋଗକୁ ଦେଖୁଥିବା ଏପିଡେମୋଲୋଜିକାଲ୍ ଅଧ୍ୟୟନଗୁଡ଼ିକ ପରସ୍ପର ବିରୋଧୀ ଫଳାଫଳ ସୃଷ୍ଟି କରିଛି । ସାମ୍ପ୍ରତିକ ଅନୁସନ୍ଧାନ ଅନୁଯାୟୀ, ସମୟ ସହିତ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ସୋଡିୟମ୍ ଗ୍ରହଣ ଅର୍ଥାତ୍ ସେମାନେ ଖାଦ୍ୟକୁ କେତେଥର ଲୁଣ ବ୍ୟବହାର କରନ୍ତି ତାହା ପୂର୍ବାନୁମାନ କରାଯାଇପାରେ ।

ଜଣେ ଅନୁସନ୍ଧାନକାରୀ କହିଛନ୍ତି ଯେ, "ମୋଟ ଉପରେ, ଆମେ ଏହା ଜାଣିବାକୁ ପାଇଲୁ ଯେ, ଯେଉଁମାନେ ଖାଦ୍ୟରେ ବାରମ୍ବାର ଲୁଣ ନ ମିଶାଇ ଖାଆନ୍ତି ସେମାନଙ୍କର ହୃଦଘାତ ଆଶଙ୍କା କମ୍ ଥାଏ । ସେହିପରି DASH ଆଚରଣଗତ ଚିକିତ୍ସାରେ ଥିବା ବ୍ୟକ୍ତି, ଯେଉଁମାନେ ଖାଦ୍ୟରେ କମ୍ ଫ୍ରିକ୍ୱେନ୍ସିର ଲୁଣ ମିଶ୍ରଣ କରନ୍ତି, ସେମାନଙ୍କର ହୃଦଘାତର ଆଶଙ୍କା ଖୁବ୍ କମ୍ ଥାଏ ।" ଏହି ଅନୁସନ୍ଧାନର ଅର୍ଥ ଖାଦ୍ୟରେ ଅତିରିକ୍ତ ଲୁଣ ପରିମାଣକୁ ହ୍ରାସ କରିବା, ଲୁଣକୁ ସମ୍ପୂର୍ଣ୍ଣରୂପେ ଖାଦ୍ୟରୁ ହଟାଇବା ନୁହେଁ । ଆଶାକରେ ଆମର ରୋଗୀମାନେ ଏହାକୁ ବୁଝି ଦୈନ୍ୟନ୍ଦିନ ଜୀବନରେ ସଠିକ୍ ବିନିଯୋଗ କରିପାରିବେ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ଏହି ଅନୁସନ୍ଧାନରେ, ବ୍ରିଟେନର ବାୟୋବ୍ୟାଙ୍କ୍‌ର 176,570 ଅଂଶଗ୍ରହଣକାରୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ଲୁଣିଆ ଖାଦ୍ୟର ଫ୍ରିକ୍ୱେନ୍ସି ହୃଦଘାତର ଆଶଙ୍କା ସହିତ ଜଡିତ କି ନୁହେଁ ତାହା ଜାଣିବା ଥିଲା ଅନୁସନ୍ଧାନର ମୁଖ୍ୟ ଉଦ୍ଦେଶ୍ୟ ।

ABOUT THE AUTHOR

...view details