ଓଡିଶା

odisha

ETV Bharat / sukhibhava

Sexual and Reproductive Health Day: ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟକୁ ପ୍ରଭାବିତ କରିପାରେ ଯୌନ ସମସ୍ୟା - ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ସମସ୍ୟା

ପ୍ରତିବର୍ଷ 12 ଫେବୃଆରୀକୁ ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ଜାଣନ୍ତି କି ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇ ପାରେ । ଅଧିକ ପଢନ୍ତୁ

ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ଦିବସ
Sexual and reproductive Health Day

By

Published : Feb 12, 2023, 10:48 AM IST

ନୂଆଦିଲ୍ଲୀ:ଆମ ଦେଶରେ ପୁରୁଷ ତଥା ମହିଳାଙ୍କ ମଧ୍ୟରେ ଏବେ ବି ଯୌନ ସ୍ବାସ୍ଥ୍ୟକୁ ନେଇ ସଚେତନତା ଅଭାବ ଦେଖିବାକୁ ମିଳୁଛି । ଯାହାର ପରିଣାମ ସାଧାରଣତଃ ଯୌନ ତଥା ପ୍ରଜନନ ସ୍ବାସ୍ଥ୍ୟ ସମସ୍ୟା ରୂପରେ ଦେଖିବାକୁ ମିଳିଥାଏ । ବିଶେଷ କରି ମହିଳାଙ୍କ ମଧ୍ୟରେ ସଚେତନ କମ ଦେଖାଯିବା, ସାମାଜିକ ତଥା ଅନ୍ୟାନ୍ୟ କାରଣ ଦେଖିବାକୁ ମିଳୁଥିବାରୁ ସେମାନେ ତାଙ୍କ ସମସ୍ୟା ବିଷୟରେ ଅଧିକ ଆଲୋଚନା କରିପାରନ୍ତି ନା ସମୟ ପୂର୍ବରୁ ଏହାର ସମାଧାନ କରିପାରନ୍ତି । ଫଳରେ କେବଳ ସେମାନଙ୍କ ଶାରିରୀକ ସ୍ବାସ୍ଥ୍ୟ ଉପରେ ନୁହେଁ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ତେବେ ଏହାକୁ ନେଇ ପ୍ରତିବର୍ଷ ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଏ । ଜାଣନ୍ତୁ ଏହାର ଉଦ୍ଦେଶ୍ୟ ।

ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ଦିବସ

ଦୁନିଆରେ ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟକୁ ନେଇ ଜଡିତ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତିବର୍ଷ ଫେବୃଆରୀ 12 ତାରିଖକୁ ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ଏହାର ଉଦ୍ଦେଶ୍ୟ କେବଳ ଯୌନ ଓ ପ୍ରଜନନ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ନୁହେଁ ବରଂ ଏହା ସହ ଜଡିତ ଆଇନ, ସାମାଜିକ ଧାରଣା ତଥା ଲୋକଙ୍କ ଚିନ୍ତାଧାରକୁ ନେଇ ଜଡିତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ।

କଣ କହୁଛି ରେକର୍ଡ:ଭାରତରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟକୁ ନେଇ ଏବେ ବି କମ ସଚେତନତା ଦେଖିବାକୁ ମିଳୁଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଯୌନ ଏବଂ ଗର୍ଭନିରୋଧ ସମ୍ବନ୍ଧୀୟ ସୂଚନା ଅଭାବରୁ ଗମ୍ଭୀର ରୋକ ତଥା ସଂକ୍ରମଣର ଶିକାର ହେଉଛନ୍ତି । ଏଥି ସହିତ ସମଗ୍ର ବିଶ୍ବରେ ବନ୍ଧ୍ୟାକରଣ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟୁଛି ।

କେବଳ ଭାରତ କଥା ଯଦି କହିବା ତେବେ ବିଭିନ୍ନ ୱେସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଏହା ଜଣାପଡିଛି ଯେ, ଭାରତରେ ଗର୍ଭପାତ, ମାତୃମୃତ୍ୟୁ ବଡ କାରଣ ରହିଛି । ଭାରତରେ ପାଖାପାଖି 15.6 ମିଲିୟନ ଗର୍ଭ ନଷ୍ଟ ହୁଏ । ସେହିପରି ପ୍ରତିବର୍ଷ ବୟସ୍କ ପାଖାପାଖି 6% ଯୌନ ସଂକ୍ରମଣ ରୋଗରେ ପୀଡିତ ହୋଇଥାନ୍ତି ଏହା ସହ ଏସ. ଟି.ଡି ତଥା ପ୍ରଜନନ ଟ୍ରାକ୍ଟ ସଂକ୍ରମଣ (ଆରଟିଆଇ) ପାଇଁ ଚିକିତ୍ସିତ ହୁଅନ୍ତି । ଭାରତରେ ପ୍ରାୟ 30 ଲକ୍ଷ ଲୋକ ଲୋକ ଯୌନ ସଂକ୍ରମଣରେ ପୀଡିତ ଅଛନ୍ତି ।

ବିଶ୍ବ ତୁଳନାରେ ବିଭିନ୍ନ ୱେବସାଇଟରେ ମିଳିଥିବା ତଥ୍ୟ ଅନୁସାରେ, ପାଖାପାଖି 186 ମିନିୟନ ଲୋକ ବନ୍ଧ୍ୟାକରଣର ଶିକାର ହୋଇଛନ୍ତି । ଆଗାମୀ ଦିନରେ ଏହି ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । 2019ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ରିପୋର୍ଟ ଜାରି କହି କହିଥିବା, ଦୁନିଆରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯୌନ ସଂକ୍ରମଣ ସମ୍ବନ୍ଧୀୟ ରୋଗର ଶିକାର ହେଉଛନ୍ତି । ପ୍ରତିବର୍ଷ କୋଟି କୋଟି ଲୋକ ଗୋନୋରିଆ, କ୍ଲାମିଡିଆ, ସିଫଲିସ ଏବଂ ଟ୍ରାଇକୋମୋନିଏସିସ ଭଳି ଯୌନ ସଂକ୍ରମଣରେ ପେଶି ହେଉଛନ୍ତି ।

ଏହା ବି ପଢନ୍ତୁ...ଦୁଇଟି କିଡନୀ ନଷ୍ଟ ପରେ ବି ଜଣେ ବ୍ୟକ୍ତି ଜୀବିତ ରହିପାରିବେ କି ?

ଯୌନ ତଥା ପ୍ରଜନନ ସ୍ବାସ୍ଥ୍ୟ କଣ:ଯୌନ ସ୍ବାସ୍ଥ୍ୟ ବା ପ୍ରଜନନ ସ୍ବାସ୍ଥ୍ୟ କେବଳ ସଂକ୍ରମଣ କେବଳ ବିଜ୍ଞାପନରେ ସୀମିତ ନାହିଁ । ଏଚଆଇଭି/ଏଡସ, ପ୍ରଜନନ କ୍ୟାନ୍ସର, ଏସଟିଡି, ଆରଟିଆଇ, ଗୋନିରିଆ, କ୍ଲାମିଡିଆ, ସିଫଲିସ ତଥା ଟ୍ରାଇକୋମୋନିଏସିସ ଭଳି ସଂକ୍ରମଣ ରୋଗ, ମହିଳାଙ୍କ ମାସିକ ଋତୁ ସମସ୍ୟା, ଶୀଘ୍ର ପତନ, ଯୌନ ସନ୍ତୁଷ୍ଟି ପ୍ରାପ୍ତି ନ କରିବା, ମହିଳା ଓ ପୁରୁଷ ଉଭୟଙ୍କ ମଧ୍ୟ ଗର୍ଭଧାରଣ କରିବା ଅକ୍ଷମତା, ପୁରୁଷଙ୍କ ଶୁକ୍ରାଣୁ ସମ୍ବନ୍ଧୀୟ ଭଳି ସମସ୍ୟା ଏହି କ୍ଷେତ୍ରରେ ଆସୁଛି ।

ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ଦିବସ: ପ୍ରତ୍ୟେକ ମହିଳା ଓ ପୁରୁଷ ସେମାନଙ୍କ ଶରୀରକୁ ନେଇ ନିଜେ ନିଷ୍ପତ୍ତି ନେବାର ଅଧିକାର ରହିଛି । ମାତ୍ର ଆମ ସାମାଜିକ ପରମ୍ପରାକୁ ନେଇ ଏପରି ହୋଇପାରେ ନାହିଁ । ଆମ ଦେଶରେ ଆଜି ବି ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟକୁ ନେଇ ଖୋଲାଖୋଲି କଥାବାର୍ତ୍ତା ହୋଇପାରେ ନାହିଁ । ବିଶେଷ କରି କିଶୋର ଯୁବତୀ ଏବଂ ମହିଳାଙ୍କୁ ଆଜି ବି ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ତଥା ତା ସହି ଜଡିତ ସଚେତନତା ବିଷୟରେ ସୂଚନା ନଥିବା ଦେଖିବାକୁ ମିଳିଛି । ପରିଣାମ ସେମାନଙ୍କୁ ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ହୋଇଥାନ୍ତି ।

ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷର ଏକ ରିପୋର୍ଟ ଅନୁସାରେ ଭାରତ ଦୁନିଆର ସେହି ଦେଶ ମଧ୍ୟରେ ସାମିଲ ଯେଉଁଠି ମହିଳାଙ୍କୁ ସେମାନଙ୍କ ଶାରୀର ସହ ଜଡିତ ନିଷ୍ପତ୍ତି ନେବାକୁ କୌଣସି ସ୍ବାଧୀନତା ନାହିଁ । ଯୌନ ସମ୍ପର୍କ ନେଇ ସେମାନଙ୍କ ସହମତି ମଧ୍ୟ ନିଆଯାଏ ନାହିଁ । ଏହାର ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ଦିବସ ଏକ ଅବସର ଯେଉଁଠି ମହିଳା ଏବଂ ପୁରୁଷ ସମସ୍ତଙ୍କ ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥିବା ଦିଗ ଉପରେ ସଚେତନତା ସୃଷ୍ଟି କରିବା ।

ଏହି ସମସ୍ୟା ସମ୍ପର୍କରେ ଭାରତ ସରକାର ଦ୍ବାରା ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଯେଉଁଥିରେ ରାଷ୍ଟ୍ରୀୟ ଜନସଂଖ୍ୟା ସ୍ଥିରିକରଣ ହେଲ୍ପ ଲାଇନ ସେବା ଜାରି ହୋଇଛି । ଏହି ହେଲ୍ପ ଲାଇନ ସେବା ପ୍ରତିଦିନ ସକାଳ 9ରୁ ରାତି 11 ଯାଏ ଜାରି ରହିଛି । ଏହି ସମସ୍ୟା ନେଇ 1800-11-6555 ନମ୍ବରରେ ଯୋଗାଯୋଗ କରି ପରାମର୍ଶ ନେଇ ପାରିବେ ।

ABOUT THE AUTHOR

...view details