ନୂଆଦିଲ୍ଲୀ:ଆଜିକାଲି ବ୍ୟସ୍ତବହୁଳ ଜୀବନରେ ନିଜ ଦେହର ଯତ୍ନ ନେବାକୁ ସମସ୍ତେ ଭୁଲି ଯାଉଛନ୍ତି । ଫଳରେ ମଣିଷ ଦେହରେ ନାନା ପ୍ରକାରର ରୋଗ ହେଉଥିବା ସହ ବିଭିନ୍ନ ସମସ୍ୟା ଦେଖାଦେଉଛି । ତେବେ ଏହି ରୋଗ ପ୍ରତିହିତ କରିବା ସହ ମାନସିକ ସ୍ତରରେ ଖୁସି ରହିବା ପାଇଁ ଯୋଗ ଓ ବ୍ୟାୟାମର ଏକ ପ୍ରକାର ଆବଶ୍ୟକତା ରହିଛି ।
ସେହିପରି ସେଲିବ୍ରିଟିଙ୍କୁ ଯୋଗ ଓ ପ୍ରାଣାୟାମ ଟିପ୍ସ ଦେଉଥିବା ବିଶେଷଜ୍ଞ ସମୀକ୍ଷା ସେଟ୍ଟି ୭ଟି ତଥ୍ୟ ଉପସ୍ଥାପନ କରିଛନ୍ତି । ଏଥିରେ ସେ ଯୋଗ ଓ ଧ୍ଯାନ କ'ଣ ପାଇଁ କରିବା ଏବଂ ମଣିଷ ଜୀବନରେ ଯୋଗର ମୂଲ୍ୟ ସମ୍ପର୍କରେ ସମୀକ୍ଷା ତଥ୍ୟ ପ୍ରଦାନ କରିଛନ୍ତି । ସେପଟେ ସମୀକ୍ଷାଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ଧ୍ୟାନ ବିଷୟରେ କଥାବାର୍ତ୍ତା କରନ୍ତି, ସେତେବେଳେ ସେ ପାଇଥିବା ସାଧାରଣ ପ୍ରତିକ୍ରିୟାଗୁଡ଼ିକ ବିଷୟରେ ଆଗ ଭାବିଥାନ୍ତି ବୋଲି କହିଛନ୍ତି ।
୧. ଯୋଗ ଦ୍ବାରା ନକାରାତ୍ମକ ଭାବନାକୁ ହ୍ରାସ କରିଥାଏ:
ଧ୍ୟାନ ଏକ ଉପହାର ଯାହାକୁ ପ୍ରତ୍ୟେକ ମଣିଷ ପ୍ରତିଦିନ ନିଜକୁ ଏଥିରେ ଉତ୍ସର୍ଗ କରିବା ଆବଶ୍ୟକ । ଧ୍ୟାନ ସମୟରେ ସାଧାରଣ ଲୋକଟିଏ ଚିନ୍ତା ଓ ଚାପ ମୁକ୍ତ ହୋଇଥାଏ । ଏଥିସହ ଚାପ, ଚିନ୍ତା, ଏବଂ ନକାରାତ୍ମକ ଭାବନା ଅପ୍ରତ୍ୟାଶିତ ଭାବେ ଆସି ନଥାଏ । ଧ୍ୟାନ ମାଧ୍ୟମରେ ନକାରାତ୍ମକ ଭାବନାକୁ ନିୟନ୍ତ୍ରଣ କରିପାରିବେ ।
୨. ଧ୍ୟାନ, ସୃଜନଶୀଳତା ଏବଂ ଉତ୍ପାଦକତା ବୃଦ୍ଧି କରିବାରେ ସାହାଯ୍ୟ କରେ ଯୋଗ:
କାର୍ଯ୍ୟରେ ଅଧିକ ସୃଜନଶୀଳ ଏବଂ ଉତ୍ପାଦକ ଅନୁଭବ କରିବାକୁ ଚାହୁଁଛନ୍ତି କି? ବର୍ତ୍ତମାନ ଧ୍ୟାନ କରିବା ଆରମ୍ଭ କର । ଧ୍ୟାନ ସୃଜନଶୀଳ ଚିନ୍ତାଧାରା ଏବଂ ସମସ୍ୟା ସମାଧାନକୁ ଉତ୍ସାହିତ କରିଥାଏ । ଧ୍ୟାନ ମଧ୍ୟ ଆମ କାର୍ଯ୍ୟରୁ ଆମର ଭାବନାକୁ ଅଲଗା କରିବାରେ ସାହାଯ୍ୟ କରିଥାଏ । ଯାହା ଆମକୁ ଅଧିକ ସ୍ପଷ୍ଟ ଭାବରେ ଚିନ୍ତା କରିବାକୁ ଏବଂ ନୂଆ ଚିନ୍ତା ସହ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପ୍ରତ୍ୟେକ ଦିନ ଧ୍ୟାନ ଲୋକର କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିଥାଏ । ଧ୍ୟାନ ଦକ୍ଷତା ବଢାଇବାରେ ସାହାଯ୍ୟ କରିବା ସହ ମଣିଷକୁ ବହୁକାର୍ଯ୍ୟମୁଖୀ କରିବାରେ ସଫଳ କରିଥାଏ ।
୩.ଭାବପ୍ରବଣ ବୁଦ୍ଧି ବୃଦ୍ଧି:
ନିଜ ନିଜର ଚିନ୍ତାଧାରାକୁ ମାପିବାଚେଷ୍ଟା କରିବା ଅନୁଚିତ୍ । ତେବେ ମନ କ’ଣ କହୁଛି, ତାହା ବୁଝିବାକୁ ଚେଷ୍ଟା କର । ଧ୍ୟାନ ମଣିଷକୁ ଭାବନା ବିଷୟରେ ଅଧିକ ସଚେତନ ହେବାକୁ ଶିଖାଇଥାଏ । ଏହାକୁ ଉନ୍ନତ ପ୍ରକ୍ରିୟାରେ ସାହାଯ୍ୟ କରିବାରେ ସହଯୋଗ କରିଥାଏ ।