ଓଡିଶା

odisha

Garlic Benefits: ପ୍ରତିରୋଧକ ଶକ୍ତି ବୃଦ୍ଧି ସାଙ୍ଗକୁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ରସୁଣ

By

Published : Jan 2, 2023, 12:57 PM IST

ରସୁଣ(Garlic) ଏକ ମସଲା ସାଙ୍ଗକୁ ଔଷଧ ବୋଲି ଜାଣିଥିବେ ନିଶ୍ଚୟ । ଏହା ଥଣ୍ଡା, ଜ୍ବରରୁ ଉପଶମ ପାଇଁ ବ୍ୟବହାର କରାଯାଏ । ହେଲେ ଏହା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଠାରୁ ଆରମ୍ଭ କରି ଖରାପ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବା ଏବଂ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଜାଣନ୍ତୁ କେମିତି

Garlic
ରସୁଣର ଉପାଦେୟତା

ହାଇଦ୍ରାବାଦ: ଭାରତୀୟ ଖାଦ୍ୟରେ ରସୁଣ(Garlic) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ରସୁଣ ଖାଦ୍ୟରେ ସ୍ବାଦ ଯୋଗ କରିଥାଏ ଏବଂ ଅଦା ସହ ରସୁଣ ପେଷ୍ଟ ସର୍ବାଧିକ ମସଲା ଭାବେ ବ୍ୟବହୃତ ହୋଇଥାଏ । କିନ୍ତୁ ଏହା କେବଳ ସ୍ୱାଦ ପାଇଁ ନୁହେଁ, ରସୁଣର ଅନେକ ସ୍ୱାସ୍ଥ୍ୟ ଉପକାର ମଧ୍ୟ ରହିଛି । ଥଣ୍ଡା ଏବଂ ଫ୍ଲୁ ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାଠାରୁ ଆରମ୍ଭ କରି ଖରାପ କୋଲେଷ୍ଟ୍ରଲ(bad cholesterol) ସ୍ତର ହ୍ରାସ କରିବା ଏବଂ ଉଚ୍ଚ ରକ୍ତଚାପ(high blood pressure)କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବାରେ ରସୁଣର ଅଦ୍ଭୁତ ଗୁଣ ରହିଛି । ଆଜିର ଏହି ଆର୍ଟିକଲରେ ରସୁଣର 7ଟି ଉପକାରିତା ବାବଦରେ ଆଲୋଚନା କରିବା(7 reasons why garlic should be a part of daily diet)...

ରସୁଣର ଉପକାରିତା(Garlic Benefits)

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ:-

ରସୁଣ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସାଙ୍ଗକୁ ବିଶେଷ କରି ଥଣ୍ଡା ଏବଂ ଫ୍ଲୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ । କଞ୍ଚା ରସୁଣ ଖାଇବା ଦ୍ୱାରା କାଶ, ଜ୍ୱର, ଥଣ୍ଡାରୁ ଆରାମ ମିଳିଥାଏ । ସକାଳେ ରସୁଣର ଦୁଇ ପାଖୁଡା ଖାଇବା ଦ୍ବାରା ଏହା ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ । କେତେକ ରିପୋର୍ଟ ଅନୁଯାୟୀ, ରସୁଣ ପାଖୁଡାକୁ ସୂତାରେ ଗୁନ୍ଥାଯାଇ ପିଲାମାନଙ୍କ ବେକ କିମ୍ବା ଅଣ୍ଟାରେ ବନ୍ଧାଯାଏ, ଏହା ବେଶ୍ ଉପକାରୀ ବୋଲି ବିବେଚନା କରାଯାଏ ।

ଉଚ୍ଚ ରକ୍ତଚାପ କମ କରିଥାଏ:-

ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପ ହେଉଛି ଷ୍ଟ୍ରୋକ୍, ହୃଦଘାତ ଏବଂ କ୍ରନିକ ହୃଦଘାତର ମୁଖ୍ୟ କାରଣ । ଏହା କିଡନୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ବେଳେବେଳେ ଯାଞ୍ଚ ବେଳେ କିଡନୀ ଫେଲ୍‌ ହୋଇଥିବା ମଧ୍ୟ ଜଣାପଡେ । ତେଣୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ଏହି ଜଟିଳ ସମସ୍ୟାରୁ ରକ୍ଷା କରିବାରେ ରସୁଣ ବେଶ୍ ଉପକାରୀ । ପ୍ରତିଦିନ ଖାଦ୍ୟରେ ରସୁଣ ଖାଇବା ଦ୍ବାର ଉଚ୍ଚ ରକ୍ତଚାପ କମ୍ ହୋଇଥାଏ ।

କୋଲେଷ୍ଟ୍ରଲ ସ୍ତର ହ୍ରାସ କରେ:-

ଦୁଇ ପ୍ରକାରର କୋଲେଷ୍ଟ୍ରଲ ଅଛି: ଖରାପ କୋଲେଷ୍ଟ୍ରଲ ବା LDL(Low-density lipoprotein) ଏବଂ ଭଲ କୋଲେଷ୍ଟ୍ରଲ ବା HDL(high-density lipoprotein) । ଯଦି LDL ସ୍ତର ଅତ୍ୟଧିକ ଉଚ୍ଚ ଏବଂ HDL ସ୍ତର ଅତ୍ୟଧିକ କମ୍ ଥାଏ, ଏହା ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ । ରସୁଣ HDL ସ୍ତରରେ କୌଣସି ପ୍ରଭାବ ପକାଉଥିବା ପରି ମନେ ହେଉନାହିଁ, ଅଧ୍ୟୟନରୁ ଜଣାପଡିଛି ଯେ, ଏହା LDL ସ୍ତରକୁ କମ୍ କରିଥାଏ । ତେଣୁ ହୃଦ୍‌ରୋଗ ପାଇଁ ଏହା ଭଲ ।

ଆଣ୍ଟିଅକ୍ସିଡାଣ୍ଟର ଏକ ଭଣ୍ଡାର ଘର ରସୁଣ:-

ରସୁଣରେ ଫ୍ଲାଭୋନାଏଡ ଏବଂ ପଲିଫେନୋଲ ପରି ଆଣ୍ଟିଅକ୍ସିଡାଣ୍ଟ ଅଧିକ ଥାଏ ଏବଂ ଏହା କୋଷକୁ ଅକ୍ସିଡେଟିଭ ଚାପରୁ ରକ୍ଷା କରିଥାଏ । ଏହାର ଅର୍ଥ ଏହା କର୍କଟ, ମଧୁମେହ, ଆଲଜାଇମର ଏବଂ ହୃଦରୋଗ ଭଳି ରୋଗର ଆଶଙ୍କା ହ୍ରାସ କରିଥାଏ ।

ଅସ୍ଥି ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ରସୁଣ:-

ମାନବ ଉପରେ ହୋଇଥିବା ଅଧ୍ୟୟନରେ ପ୍ରଭାବ ଜଣାପଡି ନଥିଲେ ରୋଡେଣ୍ଟ(ମୂଷା ଭଳି ଦେଖାଯାଉଥିବା ଏକ ପ୍ରଜାତି) ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ରସୁଣ ମହିଳାମାନଙ୍କ ଇଷ୍ଟ୍ରୋଜେନ୍ ବଢାଇ ଅସ୍ଥି କ୍ଷୟକୁ କମ୍ କରିପାରେ ଏବଂ ଅସ୍ଥି ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।

ଚର୍ମର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ରସୁଣ:-

ରସୁଣରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଜୀବାଣୁ ସୃଷ୍ଟି କରୁଥିବା ବ୍ରଣକୁ ଦୂର କରିବାରେ ସାହାଯ୍ୟ କରିଥାଏ । ତଥାପି, ଚର୍ମରେ କଞ୍ଚା ରସୁଣ ପ୍ରୟୋଗ କରନ୍ତୁ ନାହିଁ- ଅନେକ ଏହା କରିବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ଚର୍ମରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ହିଁ ବ୍ୟବହାର କରନ୍ତୁ ।

ରସୁଣରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି:-

ଅଧ୍ୟୟନରୁ ଜଣାପଡିଛି ଯେ, ରସୁଣରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ରସୁଣକୁ ତେଲରେ ଫୁଟାଇ ଫୁଲିଯାଇଥିବା ଗଣ୍ଠି କିମ୍ବା ଯନ୍ତ୍ରଣାଦାୟକ ମାଂସପେଶୀରେ ଲଗାନ୍ତୁ ଏବଂ ଏହାର ଚମତ୍କାର ପ୍ରଭାବ ଦେଖନ୍ତୁ ।

Disclaimer:ଉପରସ୍ଥ ସମସ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଅପରିହାର୍ଯ୍ୟ ।

ABOUT THE AUTHOR

...view details