ହାଇଦ୍ରାବାଦ: ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ସହ ଶାରୀରିକ କାର୍ଯ୍ୟକଳାପ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିକାଲିର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ, ଲୋକମାନେ ପ୍ରାୟତଃ ବ୍ୟାୟାମ କିମ୍ବା ୱାର୍କ ଆଉଟ କରିବା ପାଇଁ ସମୟ ପାଆନ୍ତି ନାହିଁ । ଏପରି ପରିସ୍ଥିତିରେ, ନିଜକୁ ଶାରୀରିକ ଭାବେ ଫିଟ୍ ରଖିବା ପାଇଁ ଚାଲିବା ଏକ ଅତି ସହଜ ଉପାୟ । ଚାଲିବା ଦ୍ବାରା ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ବିଶେଷ କରି ସକାଳେ ଘାସ ଉପରେ ଖାଲି ପାଦରେ ଚାଲିବା ଦ୍ବାରା ଏହା ଶରୀର ପାଇଁ ଅଧିକ ଲାଭବାନ ହୋଇଥାଏ । ତେବେ ଘାସ ଉପରେ ଖାଲି ପାଦରେ ଚାଲିଲେ ଫାଇଦା କ’ଣ ମିଳେ ? ଜାଣନ୍ତୁ
ବ୍ଲଡ୍ ପ୍ରେସର ଏବଂ ସୁସ୍ଥ ହଜମ ବଜାୟ ରଖେ
ଏକ ଅଧ୍ୟୟନରୁ ଜଣାପଡିଛି ଯେ ଘାସ ଉପରେ ଖାଲି ପାଦରେ ଚାଲିବା ଦ୍ବାରା ପୃଥିବୀ ସହ ଆମର ଶାରୀରିକ ସମ୍ପର୍କ ସ୍ନାୟୁ ପ୍ରଣାଳୀ ଏବଂ ସର୍କଡିୟନ୍ ରିଦମ୍କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ଶରୀରର ସୁସ୍ଥ ତାପମାତ୍ରା, ହରମୋନ୍ ମୁକ୍ତି, ହଜମ ଏବଂ ରକ୍ତଚାପ ବୃଦ୍ଧି ପାଇଥାଏ ।
ଫୁଲା (ବ୍ୟଥା)କୁ କମ କରେ
ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଘାସ ଉପରେ ଦୁଇ ଘଣ୍ଟା ଖାଲି ପାଦରେ ଚାଲିବା ଦ୍ବାରା ଫୁଲା (ବ୍ୟଥା) କମିଯାଏ । ଯାହା ହୃଦଘାତ, ଟାଇପ୍-୨ ମଧୁମେହ ଏବଂ କେତେକ ପ୍ରକାରର କର୍କଟ ରୋଗର ଆଶଙ୍କା ହ୍ରାସ କରିଥାଏ ।
ଚାପରୁ ମୁକ୍ତି କରିବାରେ ସାହାଯ୍ୟ କରେ
ଘାସ ଉପରେ ଚାଲିବା ଦ୍ବାରା ଏହା ମନକୁ ଶାନ୍ତ କରିଥାଏ, ଯାହା ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପ୍ରକୃତି ଏବଂ ପୃଥିବୀ ସହ ସଂଯୋଗ ଚାପ ସ୍ତରକୁ ହ୍ରାସ କରିବାରେ ଏବଂ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।