ଓଡିଶା

odisha

ETV Bharat / sukhibhava

Allergy Treatment: ଘରୋଇ ଉପଚାରରେ ଏଡାନ୍ତୁ ଆଲର୍ଜି ସମସ୍ୟା - ଆଲର୍ଜିର ଘରୋଇ ଉପଚାର

ଆଲର୍ଜି ଏକ ଏପରି ସମସ୍ୟା, ଯାହା ଯେକୌଣସି ପାଣିପାଗରେ ଦେଖାଯାଏ । ଏହା ଖାଦ୍ୟ ପଦାର୍ଥ, ଗୃହପାଳିତ ପଶୁ, ପକ୍ଷୀ, ପାଣିପାଗର ପରିବର୍ତ୍ତନ, ଗନ୍ଧ ଆଦି କାରଣରୁ ହୋଇପାରେ । କେତେକ ବିଶେଷ ଖାଦ୍ୟ ମାଧ୍ୟମରେ କିପରି ଏହି ସମସ୍ୟାକୁ ଦୂର କରିବେ, ଜାଣନ୍ତୁ

Allergy
Allergy

By

Published : Mar 15, 2023, 2:08 PM IST

ହାଇଦ୍ରାବାଦ: ବର୍ତ୍ତମାନ ଆଲର୍ଜି ଏକ ସାଧାରଣ ସମସ୍ୟା ହୋଇଗଲାଣି । ଅଧିକାଂଶ ଲୋକେ ଏହାର ଶିକାର ହେଉଛନ୍ତି । ପାଗ ପରିବର୍ତ୍ତନ ହେଲେ ଆଲର୍ଜି ହୋଇଥାଏ । ଶରୀର କୌଣସି ଏକ ନିର୍ଦ୍ଦିଷ୍ଟ ଜିନିଷ ପ୍ରତି ପ୍ରତିକ୍ରିୟାଶୀଳ ହେଲେ, ଏହାକୁ ଆଲର୍ଜି କୁହାଯାଏ । ଏହା ଖାଦ୍ୟ ପଦାର୍ଥ, ଗୃହପାଳିତ ପଶୁ, ପକ୍ଷୀ, ପାଣିପାଗର ପରିବର୍ତ୍ତନ, ଗନ୍ଧ ଆଦି ହୋଇପାରେ । ଆଲର୍ଜି ହେଲେ ଶରୀରରେ ଘା' ଦେଖାଯାଏ । ବେଳେବେଳେ ତ୍ବଚାର ଲାଲ୍ ଦାଗ ମଧ୍ୟ ହୋଇପାରେ । ଏହି ଲାଲ୍ ଦାଗ କୁଣ୍ଡେଇ ହେବା କାରଣରୁ ଇନଫେକ୍ସନ୍ ହୋଇ ଶରୀରର ଅନ୍ୟ ଅଂଶକୁ ମଧ୍ୟ ବ୍ୟାପିପାରେ । ସିଜନାଲ୍ ବା ଋତୁକାଳୀନ ପରିବର୍ତ୍ତନ କାରଣରୁ ହେଉଥିବା ଆଲର୍ଜିରେ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା, ବାନ୍ତି, ଜ୍ୱର ମଧ୍ୟ ହୋଇପାରେ । ତେବେ ଏହାକୁ ରୋକିବା ପାଇଁ କି କି ପଦକ୍ଷେପ ନେବେ, ଜାଣନ୍ତୁ

ରସୁଣ:- ରସୁଣରେ ଆଣ୍ଟିବାୟୋଟିକ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ରହିଛି । ଶରୀରରେ ବ୍ୟାକ୍ଟେରିଆ(ଜୀବାଣୁ) ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ । ଖାଲି ପେଟରେ ଦୁଇରୁ ଚାରି ଚାମଚ ରସୁଣ ଗୁଣ୍ଡ ଖାଇବା ଦ୍ବାରା ଆଲର୍ଜି ଆଶଙ୍କା ହ୍ରାସ ପାଇପାରେ ।

ହଳଦୀ:- ଏହାକୁ ଆୟୁର୍ବେଦିକ୍ ଆଣ୍ଟିବାୟୋଟିକ୍ କୁହାଯାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ମିଳିଥାଏ । ଏହା ଆଲର୍ଜି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହାକୁ ମହୁ ସହିତ ଖାଇବା ଲାଭଦାୟକ । କ୍ଷୀରରେ ଗୋଟିଏ ଚାମଚ ହଳଦୀ ମିଶାଇ ଖାଇଲେ ଆଲର୍ଜି ସମସ୍ୟା ଦୂରହୁଏ ।

ଏହା ମଧ୍ୟ ପଢନ୍ତୁ:-AIIMS ଡାକ୍ତରଙ୍କ କମାଲ୍, ଗର୍ଭସ୍ଥ ଶିଶୁର ହୃଦୟରେ କଲେ ବିରଳ ଚିକିତ୍ସା

ମହୁ:- ମହୁ ମଧ୍ୟ ଆଲର୍ଜି ଭଳି ସମସ୍ୟାର ମୁକାବିଲା ପାଇଁ ଏକ ଔଷଧ ଭାବରେ କାମ କରେ । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି ଭାଇରାଲ୍ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ରହିଛି । ଆଲର୍ଜି ସହିତ ମୁକାବିଲା କରିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ । ଏହାକୁ ଖାଲି ପେଟରେ ଖାଇ ପାରିବେ କିମ୍ବା ମହୁକୁ ଗରମ ପାଣିରେ ମିଶାଇ ପିଇପାରିବେ ।

ଆପଲ୍ ସାଇଡର୍ ଭିନେଗାର୍:- ଆପଲ୍ ଏକ ଲାଭଦାୟକ ଫଳ । ପ୍ରତିଦିନ ଆପଲ୍ ଖାଇଲେ ଅନେକ ରୋଗ ପାଖ ମାଡେନି । ଏହିପରି ଆଲର୍ଜି ହଟାଇବାରେ ଆପଲ୍ ଭିନେଗାର ଉପଯୋଗୀ । ଆପଲ୍ ସାଇଡର୍ ଭିନେଗାର୍‌ରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଥାଏ । ଏକ ଗ୍ଲାସ ଉଷୁମ ପାଣିରେ 2 ଚାମଚ ଭିନେଗାର ମିଶାଇ ସକାଳେ କିମ୍ବା ସନ୍ଧ୍ୟାରେ କିମ୍ବା ଉଭୟ ସମୟରେ ପିଇପାରିବେ ।

ଉଷୁମ ପାଣି ଗର୍ଗଲିଂ:- ଆଲର୍ଜିର ସର୍ବାଧିକ ପ୍ରଭାବ ଉପର ଶ୍ୱାସକ୍ରିୟାରେ ଦେଖାଯାଏ । 2008 ମସିହାରେ, ଏହି ବିଷୟରେ ଏକ ଅଧ୍ୟୟନ କରାଯାଇଥିଲା । ବିଶେଷଜ୍ଞମାନେ କହିଛନ୍ତି ଯେ, ନାକକୁ ସାଲାଇନ୍ ସହିତ ସଫା କରିବା ଦ୍ୱାରା ଉପର ଶ୍ୱାସନ ତନ୍ତ୍ରରେ ଥିବା ଆଲର୍ଜିରୁ ମୁକ୍ତି ମିଳିଥାଏ । ଲୁଣ ସହିତ ମିଶ୍ରିତ ଉଷୁମ ପାଣିରେ ଗର୍ଗର୍ଲିଂ କରିବା ମଧ୍ୟ ଆରାମ ଦେଇପାରେ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ABOUT THE AUTHOR

...view details