ଓଡିଶା

odisha

ମିଳିଲା କୋଭିଡ ସଂକ୍ରମଣ ଓ ଟିକାର ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିବାର ଉପାୟ

By

Published : Apr 14, 2023, 4:35 PM IST

କୋଭିଡ ସଂକ୍ରମଣ ଓ ଟିକାର ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିବାର ସରଳ ଉପାୟ ଜାଣିବାକୁ ପାଇଲେ ବୈଜ୍ଞାନିକ । ଅଧିକ ପଢନ୍ତୁ

Etv Bharat
Etv Bharat

ରୋମ:କୋଭିଡ ଓ କୋଭିଡ ଟିକାକୁ ନେଇ ଅନେକ ଦ୍ବନ୍ଦ୍ବ ରହିଛି । କିଛି ରୋଗ କିମ୍ବା ରୋଗ ଲକ୍ଷଣ କୋଭିଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ବୋଲି ଦାବି କରାଯାଉଛି । ଏହିକ୍ରମରେ ବୈଜ୍ଞାନିକମାନେ ଏକ ସହଜ ପଦ୍ଧତି ବାବଦରେ ଖୁଲାସା କରିଛନ୍ତି, ଯାହା କରିପାରିଲେ କୋଭିଡ କିମ୍ବା ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ପଡିବ ନାହିଁ । ଇଟାଲୀରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯଦି ଆପଣ ଠିକ୍ ସପ୍ଲିମେଣ୍ଟ ଗ୍ରହଣ କରୁଛନ୍ତି ଅର୍ଥାତ୍ ସୁସ୍ଥକର ଖାଦ୍ୟ ଖାଉଛନ୍ତି, ତେବେ କୋଭିଡର ବିଶେଷ ପ୍ରଭାବ ପଡିବ ନାହିଁ । କେବଳ ଏତିକି ନୁହେଁ, ଟୀକାକରଣ ପରେ ଦେଖାଯାଇଥିବା ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ହ୍ରାସ ପାଇବ ।

ଏହି ଅନୁସନ୍ଧାନରେ କରୋନା ଟିକା ଏବଂ ସପ୍ଲିମେଣ୍ଟ୍ସ ମଧ୍ୟରେ ଏକ ସମ୍ପର୍କ ଥିବା ଦେଖିବାକୁ ମିଳିଛି । ଅନୁସନ୍ଧାନକାରୀମାନେ ବିଶ୍ବାସ କରନ୍ତି ଯେ, ଓମେଗା-3 ଏବଂ ଖଣିଜ ପଦାର୍ଥ ପରି ସପ୍ଲିମେଣ୍ଟଗୁଡ଼ିକ କୋଭିଡରୁ ସୁରକ୍ଷା ଦେଇପାରେ । ଯଦି ଖାଦ୍ୟରେ କିଛି ସପ୍ଲିମେଣ୍ଟ ଅନ୍ତର୍ଭୂକ୍ତ କରାଯାଏ, ତେବେ ଟୀକାକରଣ ପରେ ଝାଡ଼ା ଏବଂ ବାନ୍ତି ଭଳି ସମସ୍ୟାକୁ ଏଡାଇ ଦିଆଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ:-ଅତ୍ୟଧିକ ମଦ୍ୟପାନ କରିପାରେ ପିତା-ମାତା ହେବାରୁ ବଞ୍ଚିତ: ଅନୁସନ୍ଧାନ

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଭଲ ସପ୍ଲିମେଣ୍ଟଗୁଡ଼ିକ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କାର୍ଯ୍ୟ କରିଥାଏ ଏବଂ ଟିକାକୁ ଶରୀରର ସୁରକ୍ଷା ଯୋଗାଇବା କ୍ଷେତ୍ରରେ ସହଯୋଗ କରିଥାଏ । ପ୍ରକାଶ ଥାଉ କି, ମହାମାରୀର ଭୟାବହତା ସମୟରେ ବୈଜ୍ଞାନିକମାନେ ଟିକା ଉଦ୍ଭାବନ କରିଥିଲେ । କିନ୍ତୁ ଟିକା ନେବା ପରେ ଅଧିକାଂଶ ଲୋକଙ୍କର ଯନ୍ତ୍ରଣା, ଫୁଲା, ଜ୍ୱର, ବାନ୍ତି ଏବଂ ଝାଡ଼ା ଭଳି ସମସ୍ୟା ଦେଖାଗଲା । ଏହାକୁ ଦୃଷ୍ଟିରେ ରଖି ଏହି ଗବେଷଣା କରାଯାଇଥିଲା । ଗବେଷଣାରେ ଏହା ଦେଖାଗଲା ଯେ, ଯଦି ଖାଦ୍ୟରେ ଓମେଗା-3 ପରି କେତେକ ଭିଟାମିନ୍, ମିନେରାଲ୍ସ ଏବଂ ପୁଷ୍ଟିକର ଖାଦ୍ୟ ଅନ୍ତର୍ଭୂକ୍ତ ହୁଏ, ତେବେ ସେଗୁଡିକ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରି ସଂକ୍ରମଣକୁ ରୋକିପାରିବେ ।

ଏହି ଅନୁସନ୍ଧାନ ଇଟାଲୀରେ 18 ରୁ 86 ବର୍ଷ ବୟସର 776 ଜଣ ବ୍ୟକ୍ତିଙ୍କୁ ନେଇ କରାଯାଇଥିଲା । ଅନୁସନ୍ଧାନରେ ସାମିଲ ଥିବା ବ୍ୟକ୍ତି ଯେଉଁମାନେ ଏହିପରି ସପ୍ଲିମେଣ୍ଟ ବ୍ୟବହାର କରିଥିଲେ, ସେମାନଙ୍କର ଅନ୍ୟମାନଙ୍କ ତୁଳନାରେ ପ୍ରତିରୋଧକ ଶକ୍ତି ଦୃଢ ଥିଲା । ଏଥିସହ ସେମାନଙ୍କର ଟୀକାକରଣର ମଧ୍ୟ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇ ନଥିଲା । ତେବେ ଖାଦ୍ୟରେ ଜିଙ୍କ ସପ୍ଲିମେଣ୍ଟ ଖାଇବା କୋଭିଡ ସଂକ୍ରମଣକୁ ରୋକିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରେ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

For All Latest Updates

ABOUT THE AUTHOR

...view details