ୱାଶିଂଟନ୍: ପ୍ରୋଷ୍ଟେଟ୍ କ୍ୟାନ୍ସର(Prostate Cancer) ଭୟାବହତା ଆକଳନ ପାଇଁ ନୂତନ ଏପିଜେନେଟିକ ବାୟୋମାର୍କର୍ସ(Epigenetic Biomarkers) ଉଦ୍ଭାବନ କଲେ ବୈଜ୍ଞାନିକ । ଏହି ଜ୍ଞାନକୌଶଳ ମାଧ୍ୟମରେ ପ୍ରୋଷ୍ଟେଟ୍ କ୍ୟାନ୍ସର କେଉଁ ବ୍ୟକ୍ତିଙ୍କ କ୍ଷେତ୍ରରେ କେତେ ଭୟାବହ ହେବ ତା'ର ପୂର୍ବାନୁମାନ କରାଯାଇପାରିବ । ଗାର୍ଭାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(Garvan Institute of Medical Research)ର ବୈଜ୍ଞାନିକମାନେ ଏହି ଏପିଜେନେଟିକ୍ ବାୟୋମାର୍କର୍ସ ଆବିଷ୍କାର କରିଛନ୍ତି । ଏହି ନୂତନ ଅଧ୍ୟୟନ କ୍ଲିନିକାଲ୍ ଏବଂ ଟ୍ରାନ୍ସଲେସନାଲ୍ ମେଡିସିନ୍ ପତ୍ରିକାରେ ପ୍ରକାଶ ପାଇଛି ।
ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା କେତେ ପ୍ରଭାବିତ ହୋଇପାରେ ତା'ର ପୂର୍ବାନୁମାନ ପାଇଁ ପାରମ୍ପାରିକ ଚିକିତ୍ସା ଉପକରଣଗୁଡ଼ିକ ସହିତ ବାୟୋମାର୍କର୍ ବ୍ୟବହାର କରାଯାଇପାରିବ । ଏହାଦ୍ବାରା ରୋଗୀଙ୍କୁ ସଠିକ୍ ସମୟରେ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳପାରିବ । ତେବେ ପ୍ରୋଷ୍ଟେଟ୍ କ୍ୟାନ୍ସର ସାଧାରଣତଃ ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଏ, ଯାହାକୁ ବିଶ୍ବସ୍ତରରେ ଦ୍ବିତୀୟ ମାରାତ୍ମକ କ୍ୟାନ୍ସର ଭାବେ ବିବେଚନା କରାଯାଏ । ଡାକ୍ତରୀ ସୂଚନା ମୁତାବକ ଟ୍ବିମର ଧିରେ ଧିରେ ପ୍ରୋଟେଷ୍ଟ କ୍ୟାନ୍ସରରେ ପରିଣତ ହୋଇଥାଏ ।
ସବୁଠୁ ବଡ କଥା ହେଉଛି କି ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହୋଇପାରେ ନାହିଁ । ଏହି ଏପିଜେନେଟିକ ବାୟୋମାର୍କର୍ସ ଦ୍ବାରା ଠିକ୍ ସମୟରେ ରୋଗ ଚିହ୍ନଟ ସହ ଚିକିତ୍ସା ଯୋଗାଇ ଦିଆଯାଇ ପାରିବ ବୋଲି ଗାର୍ଭାନର ଏପିଜେନେଟିକ୍ ରିସର୍ଚ୍ଚ ଲ୍ୟାବ୍ର ମୁଖ୍ୟ ତଥା ଅଧ୍ୟୟନର ମୁଖ୍ୟ ଅନୁସନ୍ଧାନକାରୀ ପ୍ରଫେସର ସୁଜନ କ୍ଲାର୍କ କହିଛନ୍ତି । ତେବେ ପ୍ରୋଷ୍ଟେଟ୍ କ୍ୟାନ୍ସର ନିରାକରଣ ପରେ, ପ୍ରାୟ 50 ପ୍ରତିଶତ ପୁରୁଷ ଜୀବନ କାଳରେ ମେଟାଷ୍ଟାଟିକ୍ କର୍କଟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ । ସାଧାରଣତଃ ମେଟାଷ୍ଟାସିସ୍ ବୃଦ୍ଧି ପାଇଁ 15 କିମ୍ବା ତଦୂର୍ଦ୍ଧ୍ବ ବର୍ଷ ଲାଗିଥାଏ, କିନ୍ତୁ ଅଳ୍ପ ସଂଖ୍ୟକ ପୁରୁଷ ରୋଗ ନିର୍ଣ୍ଣୟର ବହୁ ପୂର୍ବରୁ ସାଂଘାତିକ, ମେଟାଷ୍ଟାଟିକ୍ କର୍କଟରେ ପୀଡିତ ହୋଇସାରିଥାନ୍ତି । ତେବେ ପ୍ରୋଷ୍ଟେଟ କ୍ୟାନ୍ସର ପୂର୍ବାନୁମାନ କରିବାରେ ଏହା ହେଉଛି ଦୀର୍ଘକାଳୀନ ଏବଂ ବିସ୍ତୃତ ମଲିକୁଲାର ଅଧ୍ୟୟନ ।