ଓଡିଶା

odisha

ETV Bharat / sukhibhava

ଘାତକ ସାଜୁଛି ହୃଦଘାତ, 60 ବର୍ଷ ପରେ ଏପରି ନିଅନ୍ତୁ ହୃଦୟ ଯତ୍ନ - ହୃଦ୍‌ଘାତ ରୋକିବେ କିପରି

66 ବର୍ଷ ବୟସରେ ହୃଦଘାତରେ ଚାଲିଗଲେ ପ୍ରସିଦ୍ଧ ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ । 60 ବର୍ଷ ପରେ କିପରି ହୃଦୟର ଯତ୍ନ ନେବେ, ଜାଣନ୍ତୁ

Satish Kaushik
Satish Kaushik

By

Published : Mar 9, 2023, 2:29 PM IST

ହାଇଦ୍ରାବାଦ: ଜୀବନ କ୍ଷଣିକ, ଆଜି ଚାଲିଗରେ କାଲିକି ଦି-ଦିନ । କେତେବେଳେ ଯେ, ଆସି ମୃତ୍ୟୁ ପହଞ୍ଚି ଯିବ ତାହା ସମସ୍ତଙ୍କୁ ଅଛପା । ଏଇ ଯେପରି ବଲିଉଡ୍ କଳାକାର ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ସହ ଘଟିଛି । ଗୋଟିଏ ଦିନ ପୂର୍ବରୁ ହୋଲି ପାଳନ କରିଥିବା ସତିଶ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ମାତ୍ର 66 ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଅଭିନେତାଙ୍କର ଏପରି ଅକସ୍ମାତ୍‌ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି ।

ତେବେ ହୃଦଘାତର କାରଣ ଅଧିକାଂଶ ଲୋକଙ୍କୁ ଜଣାଥିବ ନିଶ୍ଚୟ । ତଥାପି ବିଭିନ୍ନ ବୟସରେ ଏହାର ଲକ୍ଷଣ ଭିନ୍ନ ଭିନ୍ନ ହୋଇଯାଏ । ଯଦି ଆପଣଙ୍କ ବୟସ 60 ବର୍ଷରୁ ଅଧିକ, ତେବେ ହୃଦ୍‌ଘାତ ଆସିଲେ କେଉଁ ଲକ୍ଷଣ ଦେଖାଯାଏ, ହୃଦୟ ଯତ୍ନ କିପରି ନେବେ ଏବଂ କେଉଁ ସବୁ ଅଭ୍ୟାସକୁ ପରିତ୍ୟାଗ କରିବେ, ଜାଣନ୍ତୁ

ହୃଦଘାତ କିପରି ଆସେ ?

ହୃଦଘାତକୁ ମାୟୋକାର୍ଡିଆଲ୍ ଇନଫାର୍କସନ ମଧ୍ୟ କୁହାଯାଏ । ଯେତେବେଳେ ହୃଦୟ ମାଂସପେଶୀରେ ରକ୍ତ ଯୋଗାଣ ସଠିକ୍ ଭାବରେ ହୋଇନଥାଏ କିମ୍ବା ବନ୍ଦ ହୋଇଯାଏ, ସେତେବେଳେ ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇଥାଏ । ରିପୋର୍ଟ ଅନୁସାରେ, ରକ୍ତ ପ୍ରବାହକୁ ପୁନଃଆରମ୍ଭ କରିବା ପାଇଁ ତୁରନ୍ତ ଚିକିତ୍ସା ଆବଶ୍ୟକ । ତୁରନ୍ତ ଚିକିତ୍ସା କରାନଗଲେ ହୃଦୟ ମାଂସପେଶୀ ନଷ୍ଟ ହୋଇଯାଏ । ଯଦି ଅବସ୍ଥା ଗମ୍ଭୀର ଥାଏ ତେବେ ବ୍ୟକ୍ତିଙ୍କ ଜୀବନ ଚାଲିଯାଏ ।

ଏହା ମଧ୍ୟ ପଢନ୍ତୁ:-Actor Satish Kaushik Passes Away: ବରିଷ୍ଠ ବଲିଉଡ ଅଭିନେତା ସତୀଶ କୌଶିକଙ୍କ ଦେହାନ୍ତ

ହୃଦଘାତର ଲକ୍ଷଣ:ହୃଦଘାତର ଅଧିକାଂଶ କ୍ଷେତ୍ରରେ ଛାତିର ମଧ୍ୟଭାଗ କିମ୍ବା ବାମ ପାର୍ଶ୍ୱରେ ଅସ୍ୱାଭାବିକତା କିମ୍ବା ସାମାନ୍ୟ ଯନ୍ତ୍ରଣା ଅନୁଭବ ହୁଏ, ଯାହାକି କିଛି ମିନିଟରୁ ଅଧିକ ସମୟ ଧରି ରହିପାରେ । ଛାତିରେ ଅସହ୍ୟ ଯନ୍ତ୍ରଣା ଦିଏ । ଛାତିରେ ଗ୍ୟାଷ୍ଟିକ୍ ବା ଜ୍ବଳନ ଭଳି ଅନୁଭବ ହୁଏ, ଯାହାକୁ ସାଧାରଣ ଭାବି ଆମେ ଅଣଦେଖା କରିଦେଇଥାନ୍ତି । ଏଥିସହ କାନ୍ଧ କିମ୍ବା ବାହୁରେ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଏହି ଯନ୍ତ୍ରଣାକୁ କୌଣସି ପ୍ରକାରେ ଅଣଦେଖା କରିବା ଉଚିତ୍ ନୁହେଁ ।

ଦୁର୍ବଳତା ଅନୁଭବ କରିବା କିମ୍ବା ବାନ୍ତି, ମୁଣ୍ଡ ବୁଲାଇବା, ଥଣ୍ଡା ଝାଳ ବୋହିବା । ବେକ, ପିଠି କିମ୍ବା ଉପର ପେଟରେ ଯନ୍ତ୍ରଣା ଏବଂ ଅସ୍ୱାଭାବିକତା । ଗୋଟିଏ କିମ୍ବା ଦୁଇ ହାତ କିମ୍ବା କାନ୍ଧରେ ଯନ୍ତ୍ରଣା । ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା । ଅତ୍ୟଧିକ ଝାଳ ବୋହିବା । ଏସବୁ ଲକ୍ଷଣ ସାଧାରଣତଃ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଏ ।

60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି କିପରି ହୃଦଘାତରୁ ରକ୍ଷା ପାଇପାରିବେ ?

ଧୂମପାନ କିମ୍ବା ବାଷ୍ପ ଅଭ୍ୟାସ ଛାଡନ୍ତୁ । ସେକେଣ୍ଡ୍ ହ୍ୟାଣ୍ଡ୍ ସ୍ମୁକିଂଠୁ ଦୂରେଇ ରୁହନ୍ତୁ । ସର୍ବଦା 120/80 mm Hg ତଳେ ରକ୍ତଚାପ ବଜାୟ ରଖନ୍ତୁ । କୋଲେଷ୍ଟ୍ରଲ୍‌ର ସ୍ତର ଯାଞ୍ଚ କରନ୍ତୁ । ସନ୍ତୁଳିତ ଚର୍ବି, ଟ୍ରାନ୍ସ ଫ୍ୟାଟ୍, ସୋଡିୟମ୍ (ଲୁଣରେ ଉପସ୍ଥିତ) ଏବଂ ଅତିରିକ୍ତ ଶର୍କରା ଥିବା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଶାରୀରିକ ଭାବରେ ସକ୍ରିୟ ରୁହନ୍ତୁ । ସପ୍ତାହରେ 150 ମିନିଟର ମଧ୍ୟମ-ତୀବ୍ର ଶାରୀରିକ କାର୍ଯ୍ୟକଳାପ କରନ୍ତୁ ।

ଏହା ବ୍ୟତୀତ ଓଜନ ନିୟନ୍ତ୍ରଣରେ ରଖନ୍ତୁ । ବଡି ମାସ୍ ଇଣ୍ଡେକ୍ସକୁ ମଧ୍ୟ ନିୟନ୍ତ୍ରଣରେ ରଖନ୍ତୁ । ଉପବାସରେ ରକ୍ତ ଶର୍କରା 100 ମିଗ୍ରା / dL ରୁ କମ୍ ହେବା ଉଚିତ୍ । ଗୋଟିଏ ଦିନରେ 7 ରୁ 9 ଘଣ୍ଟା ଶୋଇବା ଉଚିତ୍ । ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ । ଠିକ୍ ସମୟରେ ଔଷଧ ସେବନ କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନେବାରେ ଅବହେଳା କରନ୍ତୁ ନାହିଁ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details