ଯୌନ ସମ୍ପର୍କର ସଂଜ୍ଞା ବଦଳିବାରେ ଲାଗିଛି । କେଉଁ ଯୈାନ ସମ୍ପର୍କରେ ଉନ୍ନତି ଅଣାଯାଇପାରିବ, ତାହା ଜାଣିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ଆଜିକାଲି ଲୋକେ କେଉଁ କେଉଁ ସମ୍ପର୍କରେ ସମ୍ପୃକ୍ତ ହେବା ଚାହାଁନ୍ତି । ସାଂପ୍ରତିକ ସମୟରେ ଅନ୍ତରଙ୍ଗ ସମ୍ପର୍କକୁ ତିନିଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ପ୍ରଥମଟି ଗେଲା ସ୍ଥାୟୀ ଓ ଦୀର୍ଘକାଳୀନ ସମ୍ପର୍କ । ଦ୍ୱିତୀୟଟି ହେଲା ସ୍ୱଳ୍ପ ମିଆଦୀ ବା ଅସ୍ଥାୟୀ ସମ୍ପର୍କ ( ହୁକ୍ ଅପ୍ସ ) । ଦ୍ୱିତୀୟ ସମ୍ପର୍କରେ ମଧ୍ୟରେ ଡେଟିଂ କଲଚର, କାଜୁଆଲ୍ ସେକ୍ସ ଆଦିରେ ସମ୍ପୃକ୍ତ ରହନ୍ତି ଲୋକେ । ଏହା କେବଳ ଶାରୀରିକ ଆବଶ୍ୟକତା ପାଇଁ ଉଦ୍ଦିଷ୍ଟ । ଶେଷଟି ହେଲା ବେଶ୍ୟାବୃତ୍ତି , ଯାହା କି ଅର୍ଥ ବଦଳରେ ସମ୍ଭୋଗ ।
ଇଟିଭି ଭାରତ ସୁଖିଭବଃ ପକ୍ଷରୁ ମଣିଷର ବିଭିନ୍ନ ଯୌନଗତ ସମ୍ପର୍କରେ ଉପରେ ଅଧିକ ଆଲୋକପାତ କରିବା ପାଇଁ ବରିଷ୍ଠ ସାଇକିଆଷ୍ଟ୍ରିଟ୍ ଡକ୍ଟର ବୀଣା କ୍ରିଷନଙ୍କ ସହ ଆଲୋଚନା କରାଯାଇଥିଲା । ତାଙ୍କ ମତରେ ଦୀର୍ଘକାଳୀନ ବା ସ୍ଥାୟୀ ସମ୍ପର୍କକୁ ଛାଡିଦେଲେ ଲୋକଙ୍କ ମଧ୍ୟରେ ଭାବଗତ ସମ୍ପର୍କ ନ ଥାଏ । ଆମେରିକାନ ସୋସିଓଲୋଜିକାଲ ରିଭ୍ୟୁରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁସାରେ ଯେଉଁ ଲୋକେ ଏକ ସ୍ଥାୟୀ ବା ଦୀର୍ଘକାଳୀନ ସମ୍ପର୍କ ରଖନ୍ତି, ସେମାନେ ସମ୍ଭୋଗ ବେଳେ ପ୍ରଫୁଲ୍ଲିତ ରହିବା ସହ ଖୁସି ଓ ରୋମାଞ୍ଚ ଅନୁଭବ କରନ୍ତି । ବିଶେଷକରି ମହିଳାମାନେ ଏସବୁ ଅଧିକ ଅନୁଭବ କରନ୍ତି । ଏହି ସମ୍ପର୍କରେ ଭାବପ୍ରବଣତା ଓ ସମ୍ବେଦନା ରହିଥାଏ । ତେଣୁ ଏ ପ୍ରକାର ସମ୍ପର୍କରେ ମହିଳାମାନେ ସୁରକ୍ଷିତ ଅନୁଭବ କରନ୍ତି ।
ଏ ସନ୍ଦର୍ଭରେ ୨୦୧୫ରେ ସାମାଜିକ ଓ ବ୍ୟକ୍ତିଗତ ସମ୍ପର୍କକୁ ନେଇ ପ୍ରକାଶିତ ଏକ ରିଚର୍ଚ୍ଚ ପେପରରେ କୁହାଯାଇଥିଲା ଯେ, ଏକ ସ୍ଥାୟୀ ସମ୍ପର୍କରେ ସମ୍ଭୋଗ ବେଳେ ମହିଳାମାନେ ଅଧିକ ଥର ଚରମାନନ୍ଦ ଲାଭ କରନ୍ତି । ସ୍ୱଳ୍ପକାଳୀନ ବା କାଜୁଆଲ ସେକ୍ସରେ ଏହା ହୋଇ ନ ଥାଏ । ଅବଶ୍ୟ, ଅନେକ କ୍ଷେତ୍ରରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ପାଇଁ ଭାବପ୍ରବଣତା ବା ସମ୍ବେଦନାର ଅର୍ଥ କିଛି ନ ଥାଏ । ସେମାନେ କେବଳ କାମ ବାସନା ଚରିତାର୍ଥ ପାଇଁ ସମ୍ଭୋଗ କରିଥାନ୍ତି । ଆଉ ଏଥିପାଇଁ ସେମାନେ ହୁକ୍ ଅପ୍ କଲଚର ଓ କାଜୁଆଲ୍ ସେକ୍ସକୁ ପସନ୍ଦ କରିଥାନ୍ତି ।
ଭଲ ଯୌନ ସମ୍ବନ୍ଧ ପାଇଁ ଦରକାର ଭାବନାତ୍ମକ ଅନ୍ତରଙ୍ଗତା
‘ଇଂଟିଗ୍ରେଟିଭ ସେକ୍ସୁଆଲ୍ ହେଲ୍ଥ‘ ନାମକ ପୁସ୍ତକରେ ସହ ଲେଖକ ଡକ୍ଟର ବାର୍ଟଲିକ୍ ଲେଖିଛନ୍ତି ଯେ, ଟିଭି ଓ ଫିଲ୍ମରେ ଦେଖାଯାଉଥିବା ଅନ୍ତରଙ୍ଗ ସମ୍ପର୍କ ବାସ୍ତବ ଜୀବନଠାରୁ ଭିନ୍ନ । ଜଣେ ଅଜଣା ଲୋକଙ୍କୁ ପ୍ରଥମ ଥର ପାଇଁ ଭେଟିବା ଓ କୌଣସି ସଠିକ ଯୋଗାଯୋଗ ନ ଥାଇ ଯୌନ ସମ୍ପର୍କ ସ୍ଥାପନ କରିବା ଭାରି ଅବାସ୍ତବ ମନେ ହୁଏ । ତେବେ, ବାସ୍ତବ ରିୟଲ ଲାଇଫରେ ଭଲ ଓ ଆନନ୍ଦଦାୟକ ଶାରୀରିକ ସଂପର୍କ ପାଇଁ ପାର୍ଟନରଙ୍କ ମଧ୍ୟରେ ଅନ୍ତରଙ୍ଗତା ଓ ଆସ୍ଥା ରହିବା ଅତି ଜରୁରୀ । ଏପରି ହେଲେ ହିଁ ସେମାନେ ଖୋଲାଖୋଲି ସେମାନଙ୍କର ପସନ୍ଦ, ନାପସନ୍ଦ ବିନା ଦ୍ୱିଧାରେ ପରସ୍ପରକୁ କହିପାରିବେ ।
ଲେଖକ ବାର୍ଟଲିକଙ୍କ ଅନୁସାରେ ଯୌନ ସମ୍ପର୍କ ପ୍ରସଙ୍ଗରେ ପୁରୁଷ ଓ ମହିଳାଙ୍କ ଧାରଣା ଓ ଆବଶ୍ୟକତା ମଧ୍ୟରେ ଅନେକ ପ୍ରଭେଦ ଥାଏ । ଗୋଟିଏ ପକ୍ଷେ ମହିଳାମାନେ ଫିଲିଂ ଓ ପ୍ରେମ ଦ୍ୱାରା ଜାଗ୍ରତ ହେଉଥିବା ବେଳେ ପୁରୁଷମାନଙ୍କ ପାଇଁ ସେକ୍ସ ଏକ ଭାବନାତ୍ମକ ଅନ୍ତରଙ୍ଗତା ହୋଇଥାଏ । ତେଣୁ ଉଭୟ ପାର୍ଟନର ପରସ୍ପରର ଇଚ୍ଛା ଓ ଭାବନାକୁ ସମ୍ମାନ ଦେବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ହେଲେ ହିଁ ସେମାନଙ୍କ ସମ୍ପର୍କ ଉପଭୋଗ୍ୟ ହୋଇପାରିବ ।
୨୦୧୪ରେ ‘ଇଣ୍ଟରନ୍ୟାସନାଲ ଜର୍ନାଲ୍ ଅଫ କ୍ଲିନିକାଲ ଆଣ୍ଡ୍ ହେଲଥ ସାଇକୋଲୋଜି’ ରେ ପ୍ରକାଶିତ ଏକ ବିଶ୍ଲେଷଣାତ୍ମକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ଯଦି ଭାବନାତ୍ମକ ସଂଲଗ୍ନତା ଥାଏ,ତାହା ହେଲେ ପୁରୁଷ ଓ ମହିଳା ପରସ୍ପରର ଇଚ୍ଛାକୁ ପୂରଣ କରିପାରିବେ । ସେମାନେ ଯୈାନଜୀବନକୁ ନିର୍ବିଘ୍ନରେ ଉପଭୋଗ କରିପାରିବେ ।