ହାଇଦ୍ରାବାଦ:ବୟସ ବଢିବା ସହ ରୋଗ ମଧ୍ୟ ବୃଦ୍ଧି ପାଇଥାଏ । କିନ୍ତୁ ଅଧିକ ବୟସରେ ମଧ୍ୟ ସମସ୍ତେ ଫିଟ ପାଇଁ ଚାହିଁଥାଆନ୍ତି । ଦୀର୍ଘ ସମୟ ଧରି ସୁସ୍ଥ ରହିବା ଏବଂ ଫିଟ୍ ରହିବା ପାଇଁ ବିଶେଷଜ୍ଞ ମାନେ ସର୍ବଦା ଚାଲିବା ଏବଂ ଦୌଡ଼ିବାକୁ ସୁପାରିଶ କରନ୍ତି । କେତେଜଣ ଚାଲିବାକୁ ପସନ୍ଦ କରନ୍ତି ଏବଂ ଆଉ କେତେ ଜଣ ଦୌଡିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଏଭଳି ବ୍ୟସ୍ତବହୁଳ ଜୀବନରେ ଆମେ ନିଜର ଧ୍ୟାନ ରଖିବା ମଧ୍ୟ ଭୁଲିଯାଇଥାଉ । ଅନ୍ୟପକ୍ଷରେ, ଅନେକ ଲୋକ ସ୍ୱାସ୍ଥ୍ୟ ଉପରେ ଅତ୍ୟଧିକ ଧ୍ୟାନ ରଖନ୍ତି, କିନ୍ତୁ ସୂଚନା ଅଭାବରୁ ସେମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଠିକ୍ ଲକ୍ଷ୍ୟରେ ପହଞ୍ଚିବାରେ ସକ୍ଷମ ନୁହଁନ୍ତି । ପ୍ରାୟତଃ ଲୋକମାନେ ଚାଲିବା ଏବଂ ଦୌଡ଼ିବା ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି । କେଉଁଟା ଶରୀର ପାଇଁ ଅଧିକ ଉପକାରୀ ତାହା ଜାଣିବା ଭୁଲିଯାଇଥାଆନ୍ତି । ତେବେ ଏହି ଦୁଇଟି ମଧ୍ୟରେ ପାର୍ଥକ୍ୟ କଣ ଏବଂ ଶରୀର ପାଇଁ କେଉଁଟା ସବୁଠାରୁ ଉପଯୋଗୀ ଜାଣନ୍ତୁ ।
ଚାଲିବା(Walking): ଚାଲିବା ଏକ ଭଲ ବ୍ୟାୟମ ଅଟେ । ସମସ୍ତେ ପ୍ରତିଦିନ ଅଧ ଘଣ୍ଟା ଚାଲିବା ଆବଶ୍ୟକ ବୋଲି କାର୍ଡିଓ ଏକ୍ସପର୍ଟ କହିଛନ୍ତି । ବିଶେଷଜ୍ଞମାନେ କୁହନ୍ତି, ଚାଲିବା ହେଉଛି ଶରୀର ପାଇଁ ସର୍ବୋତ୍ତମ ବ୍ୟାୟାମ। ଘର କିମ୍ବା ଟେରାସ୍ ହେଉ ଯେକୌଣସି ସ୍ଥାନରେ ଚାଲିପାରିବେ । କିନ୍ତୁ ବୁଲିବାକୁ ଚାଲିବା ବା ଓ୍ବାକିଂ କୁହାଯାଏ ନାହିଁ । ଚାଲିବାବେଳେ, ଆପଣଙ୍କୁ ସମ୍ପୂର୍ଣ୍ଣ ଧ୍ୟାନ ସହିତ ଅତିକମରେ ଅଧ ଘଣ୍ଟା ଚାଲିବାକୁ ପଡି । ବିଶେଷଜ୍ଞଙ୍କ ଅନୁସାରେ, ସକାଳୁ ଚାଲିବା ଶରୀର ପାଇଁ ବେଶ ଉପଯୋଗୀ ହୋଇଥାଏ । ପ୍ରଦୂଷଣ ମୁକ୍ତ ବାୟୁରେ ଚାଲିବା ଉତ୍ତମ ବୋଲି କୁହାଯାଏ ।
ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଚାଲିବା ଏକ ଭଲ ବିକଳ୍ପ । ଚାଲିବା ଦ୍ବାରା ରକ୍ତ ସଞ୍ଚାଳନ ଠିକ ହୋଇଥାଏ । ଚାଲିବା ଦ୍ୱାରା କ୍ୟାଲୋରୀ ମଧ୍ୟ କମିଥାଏ, ଯାହା ଓଜନ ହ୍ରାସ କରିବା ସହଜ କରିଥାଏ । ଚାପ, ଚିନ୍ତା ପରି ସମସ୍ୟା ଦୂର ହୁଏ ଏବଂ ମନୋବଳ ଦୃଢ ହୋଇଥାଏ । ଚାଲିବା ହେଉଛି ଏକ କାର୍ଡିଓ ବ୍ୟାୟାମ । ଚାଲିବା ହୃଦରୋଗରୁ ମୁକ୍ତି ପାଇବାରେ ସାହାଯ୍ୟ କରେ, ହାଡକୁ ମଜବୁତ କରେ ଏବଂ ମାଂସପେଶୀ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ, ଅତିରିକ୍ତ ଚର୍ବି ହ୍ରାସ କରେ ।
ଚାଲିବାର ଫାଇଦା: 1. ଦ୍ରୁତ ଗତିରେ ଚାଲିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା 9.3 ପ୍ରତିଶତ କମିଯାଏ।
2. ରକ୍ତଚାପର ଆଶଙ୍କା 7.2 ପ୍ରତିଶତ କମିଯାଏ ।
3. ମଧୁମେହ ହେବାର ଆଶଙ୍କା 12 ପ୍ରତିଶତ ହ୍ରାସ କରାଯାଇପାରେ ।
4. କୋଲେଷ୍ଟ୍ରଲ ଆଶଙ୍କା 4.3 ପ୍ରତିଶତ ହ୍ରାସ ହୋଇପାରେ ।
5. ଦୈନିକ 10 ହଜାର ଷ୍ଟେପ ଚାଲିବା ଦ୍ୱାରା ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା କମିଯାଏ ।