ଓଡିଶା

odisha

Rheumatoid Arthritis Awareness Day: ଜାଣନ୍ତୁ ରୋଗର କାରଣ ଓ ନିରାକରଣ

By

Published : Feb 2, 2023, 2:47 PM IST

ରିୟୁମାଟଏଡ୍ ଆର୍ଥ୍ରାଇଟିସ୍ ରୋଗ ବାବଦରେ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ 2 କୁ ରିୟୁମାଟଏଡ୍ ଆଥ୍ରାଇଟିସ୍ ସଚେତନତା ଦିବସ ପାଳନ କରାଯାଏ । ଏହି ରୋଗ କଣ, ଏହାର ଭୟାବହତା, କାହିଁକି ହୁଏ ଏବଂ ଚିକିତ୍ସା ବାବଦରେ ଜାଣନ୍ତୁ...

Rheumatoid Arthritis Awareness Day
Rheumatoid Arthritis Awareness Day

ହାଇଦ୍ରାବାଦ: ରିୟୁମାଟଏଡ୍ ଆର୍ଥ୍ରାଇଟିସ୍ ହେଉଛି ଗଣ୍ଠିର ଏକ ସାଧାରଣ ରୋଗ ଯାହା ଯନ୍ତ୍ରଣା, କଠିନତା ଏବଂ ଚାଲିବାରେ ଅସୁବିଧା ସୃଷ୍ଟି କରିଥାଏ । ମାତ୍ର ଅଧିକାଂଶ ଲୋକେ ଏହି ରୋଗ ବାବଦରେ ଜାଣିନଥାନ୍ତି । ରୋଗ ବାବଦରେ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବ୍ରୁଆରୀ 2 କୁ ରିୟୁମାଟଏଡ୍ ଆଥ୍ରାଇଟିସ୍ ସଚେତନତା ଦିବସ ପାଳନ କରାଯାଏ । ତେବେ ଆସନ୍ତୁ ଜାଣିବା ଏହି ରୋଗ କଣ, ଏହାର ଭୟାବହତା ଏବଂ ଚିକିତ୍ସା ବାବଦରେ...

ଅଷ୍ଟିଓଆର୍ଥ୍ରାଇଟିସ୍ ପରି ରିୟୁମାଟଏଡ୍ ଆର୍ଥ୍ରାଇଟିସ୍ ଦୁଇ ପ୍ରକାରର । ଯଦିଓ ସମସ୍ତ ପ୍ରକାରର ଆର୍ଥ୍ରାଇଟିସର ଫୁଲା, ଗଣ୍ଠି ଯନ୍ତ୍ରଣା ଏବଂ ଚାଲିବାରେ ଅସୁବିଧା ଆଦି ସମାନ ଲକ୍ଷଣ ଥାଏ, ତଥାପି ଅନ୍ୟାନ୍ୟ ଲକ୍ଷଣ ଅଛି ଯାହା ଏହି ରୋଗଗୁଡ଼ିକୁ ପୃଥକ କରିଥାଏ । ସାଧାରଣତଃ ବୟସ ସହିତ ଅଷ୍ଟିଓଆର୍ଥ୍ରାଇଟିସ୍ ହୁଏ । ଯାହାର ଲକ୍ଷଣଗୁଡ଼ିକ ହେଉଛି ଗଣ୍ଠି ଯନ୍ତ୍ରଣା ଏବଂ କଠିନତା । ଆର୍ଥ୍ରାଇଟିସ୍ ହେଉଛି ଏକ ଅଟୋଇମ୍ୟୁନ ରୋଗ, ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସୁସ୍ଥ କୋଷ ଉପରେ ପ୍ରଭାବ ପକାଇଥାଏ ।

ରିୟୁମାଟଏଡ୍ ଆର୍ଥ୍ରାଇଟିସ୍ ଏବଂ ଅଷ୍ଟିଓଆର୍ଥ୍ରାଇଟିସ୍ ମଧ୍ୟରେ ପାର୍ଥକ୍ୟ ?

ଅଷ୍ଟିଓଆର୍ଥ୍ରାଇଟିସ୍:-

ଯେତେବେଳେ ବୟସ ସହିତ ଗଣ୍ଠିର କାର୍ଟିଲେଜ୍ ଖରାପ ହୁଏ, ତେବେ ହାଡ ଦୁର୍ବଳ ହେବାକୁ ଲାଗେ, ଯାହାକୁ ଅଷ୍ଟିଓଆର୍ଥ୍ରାଇଟିସ୍ କୁହାଯାଏ । ଏହି ରୋଗ ହେଲେ ଜଣେ ବ୍ୟକ୍ତି ଚାଲିବା କିମ୍ବା ପାହାଚ ଚଢିବା ସମୟରେ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରନ୍ତି । ସାଧାରଣତଃ ବୟସ୍କ ସମୟରେ ଏହି ରୋଗ ହୋଇଥାଏ ।

ରିୟୁମାଟଏଡ୍ ଆର୍ଥ୍ରାଇଟିସ୍:-

ଏହା ଅଟୋଇମ୍ୟୁନ ଇନଫ୍ଲାମେଟୋରୀ ଆର୍ଥ୍ରାଇଟିସର ସବୁଠାରୁ ସାଧାରଣ କାରଣ, ଜନସଂଖ୍ୟାର 1% କୁ ପ୍ରଭାବିତ କରିଥାଏ ଏବଂ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ମେଦବହୁଳତା, ଧୂମପାନ ଏବଂ ବଂଶାନୁକ୍ରମିକ ଏହାର ବିକାଶ ପଛରେ ଗୁରୁତ୍ୱପୂର୍ଣ୍ଣ ବିପଦ କାରଣ । ଏହା ଏକ ଅଟୋଇମ୍ୟୁନ ରୋଗ ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଗଣ୍ଠିର ଲାଇନ୍ ଉପରେ ପ୍ରଭାବ ପକାଇଥାଏ । ଆର୍ଥ୍ରାଇଟିସ୍ ମଧ୍ୟ ରକ୍ତଭଣ୍ଡାର, ସ୍ନାୟୁ, ଚର୍ମ ଇତ୍ୟାଦି ଆଭ୍ୟନ୍ତରୀଣ ଅଙ୍ଗର ପ୍ରଦାହ ସୃଷ୍ଟି କରିପାରେ । ଚିକିତ୍ସା ହୋଇନଥିବା ଲୋକଙ୍କର ହୃଦରୋଗ ଏବଂ ଲିମ୍ଫୋମା ହେବାର ଆଶଙ୍କା ଥାଏ ।

ରିୟୁମାଟଏଡ୍ କିମ୍ବା ରିମାଟିକ୍ ଲକ୍ଷଣ:-

ଆର୍ଥ୍ରାଇଟିସ୍ ଏକ ଗୁରୁତର ରୋଗ, ଯାହା ଠିକ୍ ସମୟରେ ନିୟନ୍ତ୍ରିତ ନହେଲେ ଶରୀରର ଅନେକ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ । ଏହି ରୋଗ ଆଖି, ଚର୍ମ ଏବଂ ଫୁସଫୁସ ସହିତ ଜଡିତ ଅନେକ ଗମ୍ଭୀର ରୋଗର ଆଶଙ୍କା ବଢାଇପାରେ । ଆର୍ଥ୍ରାଇଟିସ୍ ମଧ୍ୟ ହାଡର କ୍ଷତି ଘଟାଏ, ଯାହା ଦ୍ବାରା ପାଦ ଏବଂ ଆଙ୍ଗୁଠି ବଙ୍କା ହୋଇଯାଏ । ଏପରି ପରିସ୍ଥିତିରେ, ଲକ୍ଷଣଗୁଡ଼ିକୁ ଠିକ୍ ସମୟରେ ଚିହ୍ନଟ କରିବା ଏବଂ ନିୟନ୍ତ୍ରଣ କରିବା ଜରୁରୀ । ଭୋକ କମିବା, ଶରୀରର ବିଭିନ୍ନ ଅଙ୍ଗ କୋମଳ ହୋଇଯିବା, ଦ୍ରୁତଗତିରେ ଓଜନ ହ୍ରାସ ପାଇବା, ଜ୍ୱର, କ୍ଳାନ୍ତ ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ଚିକିତ୍ସା:-

ରକ୍ତ ପରୀକ୍ଷା, ଏକ୍ସ-ରେ କିମ୍ବା ଅଲଟ୍ରାସାଉଣ୍ଡ ମାଧ୍ୟମରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ରୋଗରୁ ଉପଶମ ପାଇବା ପାଇଁ ଏକ ସୁସ୍ଥ ଖାଦ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପ ବହୁତ ଆରାମ ଦେଇପାରେ । ଖାଦ୍ୟରେ ଗହମ, ବାର୍ଲି, ଚାଉଳ, ଫଳ ଓ ପନିପରିବା ଭଳି ସୁସ୍ଥ ଖାଦ୍ୟ ଅନ୍ତର୍ଭୂକ୍ତ କରନ୍ତୁ । ଚର୍ବି, ସନ୍ତୁଳିତ ଚର୍ବି ଏବଂ କୋଲେଷ୍ଟ୍ରଲ ଗ୍ରହଣ, ଧୂମପାନ ଏବଂ ମଦ୍ୟପାନରୁ ଦୂରେଇ ରୁହନ୍ତୁ । ବ୍ୟାୟାମ ପରି ନିୟମିତ ଶାରୀରିକ କାର୍ଯ୍ୟକଳାପ କରନ୍ତୁ । କ୍ୟାଲସିୟମ ଏବଂ ଭିଟାମିନ୍ ଡି ଥିବା ଖାଦ୍ୟ ଖାଆନ୍ତୁ, ସପ୍ଲିମେଣ୍ଟ ମଧ୍ୟ ନେଇପାରିବେ । ଏଥିସହ ଖାଦ୍ୟରେ ଭିଟାମିନ୍ C, B6, B12, E, ଫୋଲିକ୍ ଏସିଡ୍, ମ୍ୟାଗ୍ନେସିୟମ୍, ଜିଙ୍କ ଏବଂ ସେଲେନିୟମ୍ ଅନ୍ତର୍ଭୂକ୍ତ କରନ୍ତୁ ।

ABOUT THE AUTHOR

...view details