ୱାଶିଂଟନ: ଗୋଟିଏ ପାଣି ବୋତଲ୍କୁ ଆମେ କେତେ ଥର ବ୍ୟବହାର କରିଥାନ୍ତି, ତା'ର ହିସାବ ରଖିନଥାନ୍ତି । ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ବ୍ୟବହାର ପରେ ତୁରନ୍ତ ବୋତଲ୍ ଫିଙ୍ଗିଦିଅନ୍ତି । ମାତ୍ର ଅଧିକରୁ ଅଧିକ ଲୋକ ସମାନ ପାଣି ବୋତଲ୍କୁ ବାରମ୍ବାର ବ୍ୟବହାର କରନ୍ତି । ଜାଣନ୍ତି କି ଏହି ପୁନଃବ୍ୟବହାର ଯୋଗ୍ୟ ପାଣି ବୋତଲ୍ ସ୍ବାସ୍ଥ୍ୟ ଉପରେ ଗମ୍ଭୀର କୁପ୍ରଭାବ ପକାଇପାରେ । ଆଜ୍ଞା ହଁ, ଏକଥା ଆମେ ଏହା କହୁନୁ, ବରଂ ଏହି ଦାବି ଏକ ଅଧ୍ୟୟନରେ କରାଯାଇଛି ।
ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ପୁନଃ ବ୍ୟବହାରଯୋଗ୍ୟ ବୋତଲ୍ ଗୁଡିକ ଶୌଚାଳୟ ସିଟ୍ ଅପେକ୍ଷା ପ୍ରାୟ 40,000 ଗୁଣ ଅଧିକ ଜୀବାଣୁ ବହନ କରେ । ଯଦି ଦୀର୍ଘ ସମୟ ଧରି ସମାନ ବୋତଲ ବ୍ୟବହାର କରାଯାଏ, ତେବେ ବୋତଲ୍ରେ ଜୀବାଣୁ ସୃଷ୍ଟି ହେବାର ଆଶଙ୍କା ଅଧିକ ।
ଯୁକ୍ତରାଷ୍ଟ୍ରର ୱାଟରଫିଲ୍ଟରଗୁରୁ ଡଟ୍ କମ୍ର ଏକ ଅନୁସନ୍ଧାନକାରୀ ଟିମ୍ ଏହି ଅନୁସନ୍ଧାନ କରିଛି । ଅନୁସନ୍ଧାନକାରୀଙ୍କ ଟିମ୍ ପୁନଃ ବ୍ୟବହାରଯୋଗ୍ୟ ପାଣି ବୋତଲ ଗୁଡିକର ପରିଷ୍କାରତା ଅନୁସନ୍ଧାନ କରିଥିଲେ । ସେମାନେ ବୋତଲ୍ର ସମସ୍ତ ଅଂଶକୁ ତିନି ତିନି ଥର ଯାଞ୍ଚ କରିଛନ୍ତି । ଅନୁସନ୍ଧାନ ଅନୁଯାୟୀ, ବୋତଲ୍ରେ ଦୁଇ ପ୍ରକାରର ଜୀବାଣୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା, ଯେଉଁଥିରେ ଗ୍ରାମ୍-ନେଗେଟିଭ ବ୍ୟାକ୍ଟେରିଆ ଏବଂ ବେସିଲସ୍ ବ୍ୟାକ୍ଟେରିଆ ଅନ୍ତର୍ଭୁକ୍ତ ।