ଓଡିଶା

odisha

ETV Bharat / sukhibhava

ଅନୁସନ୍ଧାନ: ଗୋଟିଏ ପାର୍ଶ୍ବ ସ୍ତନ କର୍କଟ ହୋଇଥିଲେ ବଢିପାରେ ବିପରୀତ ପାର୍ଶ୍ବର ବିପଦ

ଏକ ନୂତନ ଅନୁସନ୍ଧାନ ଅନୁସାରେ, ଯେଉଁ ମହିଳାମାନଙ୍କର ଗୋଟିଏ ସ୍ତନ କର୍କଟ ହୋଇଥିବ, ସେମାନଙ୍କର ବିପରୀତ ପାର୍ଶ୍ବ କର୍କଟ ଆକ୍ରାନ୍ତ କରିବାର ସମ୍ଭାବନା ଅଧିକ । ଅଧିକ ପଢନ୍ତୁ

cancer sign
cancer sign

By

Published : Jan 21, 2023, 12:03 PM IST

ଅଲବାନି(ନ୍ୟୁୟର୍କ): ମହିଳାଙ୍କ ଠାରେ ଦେଖାଯାଉଥିବା ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ସ୍ତନ କର୍କଟ ଏକ ଗୁରୁତର ସମସ୍ୟା । ଏଥିପାଇଁ ଚିକିତ୍ସା ପ୍ରଣାଳୀ ଉପଲବ୍ଧ ଥିଲେ ମଧ୍ୟ ବେଳେବେଳେ ରୋଗ ଗମ୍ଭୀର ହୋଇଗଲେ ଡାକ୍ତରମାନଙ୍କୁ ସର୍ଜରୀ କରିବାକୁ ପଡେ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଏଥିପାଇଁ ସଜାଗ ଓ ସତର୍କ ରହିବାକୁ ପରାମର୍ଶ ଦିଅନ୍ତି । ଏହାରି ମଧ୍ୟରେ ନିକଟରେ, ଅବହେଳା କିପରି ଗମ୍ଭୀର ସମସ୍ୟା ସୃଷ୍ଟି କରେ ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ । ଅନୁସନ୍ଧାନ ଅନୁସାରେ ଗୋଟିଏ ସ୍ତନ କର୍କଟ ଥିଲେ, ଧୀରେ ଧୀର ବିପରିତ ପାର୍ଶ୍ବରେ କର୍କଟ ହେବାର ସମ୍ଭାବନା ଅଧିକ ଥାଏ ।

ମାୟୋ କ୍ଲିନିକ୍ କମ୍ପେରେସିଭ୍ କ୍ୟାନ୍ସର୍ ସେଣ୍ଟର ଏହି ଅଧ୍ୟୟନ କରିଛି । ଅଧ୍ୟୟନ ଅନୁସାରେ, ଯେଉଁ ମହିଳାଙ୍କର ଗୋଟିଏ ସ୍ତନରେ କର୍କଟ ହୋଇଥାଏ ଏବଂ ସେ ଯଦି କର୍କଟର ନିର୍ଦ୍ଦିଷ୍ଟ ଜେନେଟିକ୍ ପରିବର୍ତ୍ତନ ବହନ କରୁଥାନ୍ତି ତେବେ ତାଙ୍କର ବିପରୀତ ସ୍ତନରେ କର୍କଟ ହେବାର ସମ୍ଭାବନା ଅଧିକ । ଅଧ୍ୟୟନର ଫଳାଫଳ ଗୁଡିକ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ଅଙ୍କୋଲୋଜିରେ ପ୍ରକାଶ ପାଇଛି । ଏହି ସ୍ତନ କର୍କଟ ସ୍କ୍ରିନିଂ ଏବଂ ବିପଦ କାରଣ ଗୁଡିକ ଚିକିତ୍ସା କ୍ଷେତ୍ରରେ ସହାୟକ ହେବ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।

ଏହି ଅଧ୍ୟୟନରେ 15,104ରୁ ତଥ୍ୟ ବ୍ୟବହାର କରାଯାଇଥିଲା, ଏଥିରେ ସମ୍ବେଦନଶୀଳତା (CARRIERS) କନ୍ସୋର୍ଟିୟମ୍ ସହିତ ଜଡିତ କର୍କଟ ରିସ୍କ ଏଷ୍ଟିମେଟ୍‌ରେ ମହିଳାମାନଙ୍କୁ ଅନୁସରଣ କରାଯାଇଥିଲା । ଗବେଷକମାନେ ଜାଣିବାକୁ ପାଇଲେ ଯେ, ଯେଉଁ ରୋଗୀମାନେ ଏକ ଜର୍ମଲାଇନ(ଜୀବବିଜ୍ଞାନ ଏବଂ ଜେନେଟିକ୍ସରେ, ଜର୍ମଲାଇନ ହେଉଛି ଏକ ବହୁମୁଖୀ ଜୀବ କୋଷର ଜନସଂଖ୍ୟା, ଯାହାକି ସେମାନଙ୍କର ଜେନେଟିକ୍ ପଦାର୍ଥକୁ ସେମାନଙ୍କ ବଂଶକୁ ପଠାଇଥାଏ) BRCA1, BRCA2 କିମ୍ବା CHEK2 ମ୍ୟୁଟେସନ ବହନ କରନ୍ତି, ସେମାନଙ୍କର ଉଭୟ ସ୍ତନରେ କର୍କଟ ହେବାର ଆଶଙ୍କା ଅତି କମରେ ଦୁଇଗୁଣ ବୃଦ୍ଧି ପାଇଥାଏ । ଯାହାକୁ କଣ୍ଟ୍ରାଲାଟେରାଲ୍ ସ୍ତନ କର୍କଟ କୁହାଯାଏ ।

ଏହାର ବିପରୀତରେ, ଯେଉଁ ରୋଗୀମାନେ ଜର୍ମଲାଇନ୍ ଏଟିଏମ୍ ମ୍ୟୁଟେସନ୍ ବହନ କରନ୍ତି, ସେମାନଙ୍କ ମଧ୍ୟରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ନଥିଲା । PALB2 ବାହକମାନଙ୍କ ମଧ୍ୟରେ, କେବଳ ଇଷ୍ଟ୍ରୋଜେନ୍ ରିସେପ୍ଟର-ନେଗେଟିଭ୍ ରୋଗରେ ଆକ୍ରାନ୍ତଙ୍କ ମଧ୍ୟରେ ସ୍ତନ କର୍କଟ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥିଲା । କ୍ୟାରିୟର୍ସ ଅଧ୍ୟୟନର ମୁଖ୍ୟ ଅନୁସନ୍ଧାନକାରୀ ତଥା ମାୟୋ କ୍ଲିନିକ୍ କମ୍ପେରେଟିଭ୍ କ୍ୟାନସର ସେଣ୍ଟରର ସ୍ତନ କର୍କଟ ଗବେଷକ, ଜିବିଂନ୍ୟୁ ଏବଂ ମେଡିକାଲ ରିସର୍ଚ୍ଚର ଆନ୍ନା ଏମ. ସ୍କେଲର ପ୍ରଫେସର କହିଛନ୍ତି ଯେ, "BRCA1/2 ବାହାରେ ଏହି ତିନୋଟି ଜିନ୍ ପାଇଁ ଏହା ହେଉଛି ପ୍ରଥମ ଜନସଂଖ୍ୟା ଆଧାରିତ ତଥ୍ୟ ।"

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, "ରୋଗ ନିର୍ଣ୍ଣୟ, ମେନୋପୋଜାଲ୍ ସ୍ଥିତି ଏବଂ ଜର୍ମଲାଇନ୍ ମ୍ୟୁଟେସନ୍ ବାହକମାନଙ୍କ ପ୍ରଜାତି ଅନୁଯାୟୀ କଣ୍ଟ୍ରାଲାଟେରାଲ୍ ସ୍ତନ କର୍କଟ ବିପଦର ଆକଳନ ପ୍ରଦାନ କରିବାରେ ମଧ୍ୟ ଏହା ସବୁଠାରୁ ବଡ ଅଧ୍ୟୟନ ।" ସ୍ତନ କର୍କଟରେ ଆକ୍ରାନ୍ତ ଅଧିକାଂଶ ରୋଗୀ, ଯେଉଁମାନେ ବିପରୀତ ସ୍ତନରେ ଜର୍ମଲାଇନ୍ ମ୍ୟୁଟେସନ ଥାଏ ସେମାନଙ୍କର ବିପରୀତ ପାର୍ଶ୍ବରେ କର୍କଟ ହେବାର ଆଶଙ୍କା ଅଧିକ ଥାଏ ବୋଲି ଅଧ୍ୟୟନର ସହ-ଲେଖକ ସିଦ୍ଧାର୍ଥ ଯାଦବ, କହିଛନ୍ତି ।

ଗବେଷକମାନେ ଆହୁରି ମଧ୍ୟ ଜାଣିବାକୁ ପାଇଲେ ଯେ, ପ୍ରିମେନୋପୋଜାଲ ଥିବା ମହିଳା ଯେଉଁମାନଙ୍କର ଜର୍ମଲାଇନ୍ ମ୍ୟୁଟେସନ ଥିବ ସେମାନେ ପୋଷ୍ଟ-ମେନୋପୋଜାଲ ବ୍ରେଷ୍ଟ କ୍ୟାନ୍ସର ଥିବା ମହିଳାଙ୍କ ତୁଳନାରେ କଣ୍ଟ୍ରାଲାଟେରାଲ୍ ବ୍ରେଷ୍ଟ କ୍ୟାନସରରେ ପୀଡିତ ହେବାର ବିପଦ ଅଧିକ । ଅଧ୍ୟୟନରେ ଆହୁରି ମଧ୍ୟ ଜଣାଯାଇଛି ଯେ, ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ମହିଳାଙ୍କ ମଧ୍ୟରେ କୃଷ୍ଣକାୟ ମହିଳା ଏବଂ ଅଣ-ହିସ୍ପାନିକ ଶ୍ବେତାଙ୍ଗ ମହିଳାଙ୍କ ମଧ୍ୟରେ କଣ୍ଟ୍ରାଲାଟେରାଲ୍ ସ୍ତନ କର୍କଟ ହେବାର ଆଶଙ୍କା ରହିଛି ।

ତେବେ ଡକ୍ଟର ଯାଦବ କହିଛନ୍ତି ଯେ, "ଏହି ଅନୁସନ୍ଧାନଗୁଡିକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରିଥାଏ, ଯାହା ଆମକୁ ରୋଗୀମାନଙ୍କ ମଧ୍ୟରେ ଗର୍ଭଧାରଣର ସ୍ତନ କର୍କଟ ବିପଦର ବ୍ୟକ୍ତିଗତ ମୂଲ୍ୟାଙ୍କନରେ ସାହାଯ୍ୟ କରିବ । ଏଥିସହ ଏହି ଅନୁସନ୍ଧାନ ରୋଗୀମାନଙ୍କର କଣ୍ଟ୍ରାଲାଟେରାଲ୍ ସ୍ତନ କର୍କଟ ହେବାର ଆଶଙ୍କା ହ୍ରାସ କରିବାରେ ପଦକ୍ଷେପ ନେବାରେ ସାହାଯ୍ୟ କରିବ ।

ABOUT THE AUTHOR

...view details