ଓଡିଶା

odisha

ETV Bharat / sukhibhava

କେବଳ ଫୁସ୍‌ଫୁସ୍ ନୁହେଁ ହାର୍ଟ ଉପରେ କୁପ୍ରଭାବ ପକାଏ COVID - ହାର୍ଟ ରୋଗ ପାଇଁ ଦାୟୀ କି କୋଭିଡ

ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, COVID-19 ସଂକ୍ରମଣ ହୃଦୟ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ(COVID damages heart) । କୋଭିଡ ଭୂତାଣୁ ହୃଦୟ ଟିସୁରେ ଥିବା DNA କୁ କ୍ଷତି ପହଞ୍ଚାଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ଅଧିକ ପଢନ୍ତୁ

କେବଳ ଫୁସ୍‌ଫୁସ୍ ନୁହେଁ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଏ COVID
କେବଳ ଫୁସ୍‌ଫୁସ୍ ନୁହେଁ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଏ COVID

By

Published : Oct 4, 2022, 1:00 PM IST

Updated : Oct 4, 2022, 2:28 PM IST

ମେଲବୋର୍ଣ୍ଣ: COVID-19 ସଂକ୍ରମଣ କିପରି ହୃଦୟ ଟିସୁକୁ କ୍ଷତି ପହଞ୍ଚାଏ, ସେ' ଉପରେ ଜାଣିବାକୁ ପାଇଛନ୍ତି ଗବେଷକ(COVID damages heart) । କମ୍ ସଂଖ୍ୟକ ଲୋକଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, COVID-19 ହୃଦୟ ଟିସୁରେ ଥିବା DNA କୁ କ୍ଷତି ପହଞ୍ଚାଇଥାଏ, ମାତ୍ର ଏହା ଇନଫ୍ଲୁଏନଜା (Influenza) ନମୂନା ପରୀକ୍ଷଣ ସମୟରେ ଜଣାପଡିନଥିଲା । Influenza ଶ୍ୱାସକ୍ରିୟାର ଏକ ସଂକ୍ରାମକ ରୋଗ ଯାହା କାଶ, ଥଣ୍ଡା ଏବଂ ସାମାନ୍ୟ ଜ୍ୱରରୁ ଆରମ୍ଭ ହୁଏ । ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ନାକ, ଆଖି ଏବଂ ପାଟି ଦେଇ ଆମ ଶରୀରକୁ ପ୍ରବେଶ କରନ୍ତି ।

ଏହା ବ୍ୟତୀତ, ଯଦି ଅନ୍ୟ ଜଣେ ବ୍ୟକ୍ତି ଏହି ଭୁତାଣୁରେ ସଂକ୍ରମିତ ବ୍ୟକ୍ତିଙ୍କ କାଶ ଏବଂ ଛିଙ୍କ ସଂସ୍ପର୍ଶରେ ଆସନ୍ତି, ତେବେ ଏହା ସଂକ୍ରମିତ କରିଥାଏ । କୋଭିଡ ସଂକ୍ରମଣରେ ମଧ୍ୟ ସମାନ ଲକ୍ଷଣ ଥାଏ । ମାତ୍ର କୋଭିଡ ସଂକ୍ରମଣ ହାର୍ଟ ଟିସୁକୁ ସଂକ୍ରମିତ କରୁଥିବା ନେଇ ଚିହ୍ନଟ ହୋଇ ଥିବାବେଳେ ଇନଫ୍ଲୁଏଞ୍ଜା ସଂକ୍ରମଣରେ ଏପରି ତଥ୍ୟ ସାମ୍ନାକୁ ଆସିନଥିଲା ।

ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ, COVID-19 ଏବଂ ଇନଫ୍ଲୁଏଞ୍ଜା ଉଭୟ ଗୁରୁତର ଶ୍ବାସକ୍ରିୟା ସମସ୍ୟା ଜନିତ ଭୂତାଣୁ ହୋଇଥିବାବେଳେ ସେମାନେ ହୃଦ୍‌ରୋଗକୁ ଭିନ୍ନ ଭାବରେ ପ୍ରଭାବିତ କରୁଥିବା ଜଣାପଡିଛି । 2009 ଫ୍ଲୁ ମହାମାରୀ ତୁଳନାରେ, କୋଭିଡ ଅଧିକ ଗୁରୁତର ଏବଂ ଦୀର୍ଘସ୍ଥାୟୀ ହୃଦ୍‌ରୋଗର କାରଣ, କିନ୍ତୁ ଏହା କେଉଁ କାରଣରୁ ତାହା ଜଣା ପଡିନାହିଁ ବୋଲି ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଅରୁଥା କୁଲସିଙ୍ଘେ କହିଛନ୍ତି(Arutha Kulasinghe from the University of Queensland, Australia) ।

କୁଲସିଙ୍ଘେ କହିଛନ୍ତି ଯେ, "ଅଧ୍ୟୟନ ସମୟରେ, ଆମେ COVID-19 ରୋଗୀଙ୍କ ହୃଦ୍‌ରୋଗରେ ଥିବା ଭାଇରାଲ୍ କଣିକା ଚିହ୍ନଟ କରିପାରିଲୁ ନାହିଁ, କିନ୍ତୁ ଟିସୁ ପରିବର୍ତ୍ତନ DNA କ୍ଷତି କିମ୍ବା ପୁନଃନିର୍ମାଣରେ ଜଡିତ କି ନୁହଏଁ ତାହା ବାବଦରେ ଜାଣିବାକୁ ପାଇଲୁ । DNA ଡ୍ୟାମେଜ ଏବଂ ରିପେୟାର ପ୍ରଣାଳୀ ସାଧାରଣ କ୍ରୋନିକ୍ ଡିଜିଜ୍ ମଧୁମେହ, କର୍କଟ, ଆଥେରୋସ୍କେ୍‌ଲରୋସିସ୍ ଏବଂ ନ୍ୟୁରୋଡିଜେନେରେଟିଭ୍ ବ୍ୟାଧି ସହ ଜଡିତ, ତେଣୁ COVID-19 ରୋଗୀଙ୍କ କ୍ଷେତ୍ରରେ ଏହା କାହିଁକି ଘଟୁଛି ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି ।"

Last Updated : Oct 4, 2022, 2:28 PM IST

ABOUT THE AUTHOR

...view details