ଓଡିଶା

odisha

By

Published : Sep 15, 2022, 7:04 PM IST

ETV Bharat / sukhibhava

ଦୈନିକ ୧୦,୦୦୦ ଷ୍ଟେପ୍ ଚାଲିଲେ ଦୁରାରୋଗ୍ୟ Cancer ହେବାର ଆଶଙ୍କା କମ୍‌

ଦୈନିକ ୧୦,୦୦୦ ଷ୍ଟେପ୍ ଚାଲିବା ଦ୍ବାରା ହ୍ରାସ ପାଇଥାଏ ହୃଦରୋଗ ଏବଂ ଡିମେନ୍ସିଆ(ମସ୍ତିଷ୍କ ରୋଗ) ଭଳି ସମସ୍ୟା(Walking 10000 steps per day reduces risk of dementia and cancer) । ଅଧିକ ପଢନ୍ତୁ

ଦୈନିକ 10,000 ଷ୍ଟେପ୍ ଚାଲିଲେ ହ୍ରାସ ପାଇବ ହୃଦରୋଗ ଓ ଡିମେନ୍ସିଆ: Research
ଦୈନିକ 10,000 ଷ୍ଟେପ୍ ଚାଲିଲେ ହ୍ରାସ ପାଇବ ହୃଦରୋଗ ଓ ଡିମେନ୍ସିଆ: Research

ନୂଆଦିଲ୍ଲୀ: ପ୍ରତିଦିନ ଚାଲିବା ଦ୍ବାରା ହୃଦରୋଗ ଏବଂ ଡିମେନ୍ସିଆ(ମସ୍ତିଷ୍କ ରୋଗ) ଭଳି ସମସ୍ୟା ହ୍ରାସ ପାଇଥାଏ ! ଆଜ୍ଞା ହଁ, ଏକଥା ଆମେ କହୁନୁ ଏକାଧିକ ପ୍ରତିଷ୍ଠିତ ବିଦେଶୀ ବିଶ୍ବବିଦ୍ୟାଳୟର ଗବେଷଣାରୁ ଏହା ଜଣାପଡିଛି । ଅଷ୍ଟ୍ରେଲିଆର ସିଡନୀ ୟୁନିଭରସିଟି ଏବଂ ସାଉଥ ଡେନମାର୍କ ବିଶ୍ୱବିଦ୍ୟାଳୟର ଗବେଷକ ଏହି ତଥ୍ୟ ପ୍ରଦାନ କରିଛନ୍ତି ।

ଗବେଷକଙ୍କ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଦୈନିକ ୧୦,୦୦୦ ଷ୍ଟେପ୍ ଚାଲନ୍ତି ତେବେ ତାଙ୍କର ଡିମେନ୍ସିଆ, ହୃଦରୋଗ, କର୍କଟ ଏପରିକି ମୃତ୍ୟୁ ଆଶଙ୍କା ମଧ୍ୟ କମ୍ ହୋଇଥାଏ(Walking 10,000 steps per day reduces risk of dementia, cancer) । ଅଗ୍ରଣୀ ପତ୍ରିକା JAMA ଇଣ୍ଟରନାଲ ମେଡିସିନ୍ ଏବଂ JAMA ସ୍ନାୟୁବିଜ୍ଞାନରେ ପ୍ରକାଶିତ ରିପୋର୍ଟରେ ଏହା ପ୍ରକାଶ ପାଇଛି । ପ୍ରାୟ ୭୮,୫୦୦ ବୟସ୍କ ବ୍ୟକ୍ତିଙ୍କ ଉପରେ ଗବେଷଣା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଗବେଷକ ।

ଏହା ମଧ୍ୟ ପଢନ୍ତୁ:-ଉଚ୍ଚ ରକ୍ତଚାପ କାରଣରୁ ଦୁର୍ବଳ ହେଉଛି ହାଡ, ଜାଣନ୍ତୁ କେମିତି କରିବେ ସମାଧାନ

ସ୍ୱାସ୍ଥ୍ୟ ଫଳାଫଳ ସହିତ ଷ୍ଟେପ୍ ଗଣନାକୁ ଅବଜେକ୍ଟିଭ୍ ଟ୍ରାକ୍ କରିବା ପାଇଁ ଏହା ସବୁଠୁ ବଡ ଅଧ୍ୟୟନ । 'କମ୍ ସକ୍ରିୟ ବ୍ୟକ୍ତିବିଶେଷଙ୍କ ପାଇଁ ଆମର ଅଧ୍ୟୟନ ଏହା ମଧ୍ୟ ଦର୍ଶାଏ ଯେ, ଦିନକୁ ୩,୮୦୦ ଷ୍ଟେପ୍ ଡିମେନ୍ସିଆର ବିପଦକୁ ୨୫% ହ୍ରାସ କରିପାରେ ବୋଲି ଦକ୍ଷିଣ ଡେନମାର୍କ ବିଶ୍ୱବିଦ୍ୟାଳୟର ସହ-ମୁଖ୍ୟ ଲେଖକ ଆସୋସିଏଟ୍ ପ୍ରଫେସର ବୋରଜା ଡେଲ୍ ପୋଜୋ କ୍ରୁଜ୍(Borja del Pozo Cruz0) କହିଛନ୍ତି ।

ABOUT THE AUTHOR

...view details