ନୂଆଦିଲ୍ଲୀ: ଆଲଜାଇମର୍ ରୋଗରେ ନ୍ୟୁରୋଡିଜେନେରେସନ୍ ବା ସ୍ନାୟୁଗତ ସମସ୍ୟା ମେଦବହୁଳତା ସହ ଜଡିତ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି । ଅନୁସନ୍ଧାନ ଅନୁସାରେ, ଆଲଜାଇମର ରୋଗୀଙ୍କ ମଧ୍ୟରେ ଏକ ସମ୍ପର୍କ ରହିଛି, ଅର୍ଥାତ୍ ଓଜନ ହ୍ରାସ କରିବା ଜ୍ଞାନଗତ ଜନିତ ସମସ୍ୟାକୁ ହ୍ରାସ କରିପାରେ ଏବଂ ଆଲଜାଇମର୍ ରୋଗର ପ୍ରାଦୁର୍ଭାବକୁ ମଧ୍ୟ ହ୍ରାସ କରିପାରେ ।
ଏକ ପୂର୍ବ ଅଧ୍ୟୟନ ଏହା ଦର୍ଶାଇଥିଲା ଯେ, ମେଦବହୁଳତା ଆଲଜାଇମର ରୋଗ ସମ୍ବନ୍ଧୀୟ ପରିବର୍ତ୍ତନ ସହିତ ଜଡିତ, ଯେପରିକି ସେରେବ୍ରୋଭାସ୍କୁଲାର ଡ୍ୟାମେଜ୍ ଏବଂ ଆମିଲଏଡ ଫର୍ମେସନ୍ । କିନ୍ତୁ ମେଦବହୁଳତା, ଆଲଜାଇମର୍ ରୋଗରେ ବ୍ରେନ୍ ସିଙ୍କ୍ରେଜ୍(ସ୍ନାୟୁ କ୍ଷତି)କୁ ସିଧାସଳଖ ପ୍ରଭାବିତ କରିବା ଉପରେ କୌଣସି ଅଧ୍ୟୟନ ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।
1,300ରୁ ଅଧିକ ବ୍ୟକ୍ତିଙ୍କ ନମୁନା ବ୍ୟବହାର କରି ଗବେଷକମାନେ ମେଦବହୁଳତା ଏବଂ ଆଲଜାଇମର୍ ରୋଗରରେ ଗ୍ରେ ମେଟର୍ ଆଟ୍ରୋଫିର ନମୁନା ମଧ୍ୟରେ ତୁଳନା କରିଥିଲେ । ସେମାନେ ସୁସ୍ଥ ଓଜନ ନିୟନ୍ତ୍ରଣ ବ୍ୟକ୍ତିଙ୍କ ସହିତ ଏଡି(ଆଲଜାଇମର୍ ଡିଜିଜ୍) ରୋଗୀଙ୍କୁ ଏବଂ ମୋଟାପଣକୁ ଅଣ-ମେଦବହୁଳ ବ୍ୟକ୍ତିଙ୍କ ସହିତ ତୁଳନା କରିଥିଲେ । ଏଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ, ମେଦବହୁଳତା ଏବଂ AD ଗ୍ରେ ମେଟର୍ କର୍ଟିକାଲ୍ ଥିନିଂ(ଏକ ପତଳା ଅଂଶ)କୁ ସମାନ ଢଙ୍ଗରେ ପ୍ରଭାବିତ କରିଥିଲା ।