ହାଇଦ୍ରାବାଦ:ସେକ୍ସ ବା ଶାରୀରିକ ସମ୍ପର୍କ ସହ ନିଦର ସମ୍ପର୍କ ବିଷୟରେ ପ୍ରାୟ ସବୁ ଜାଣିଥିବେ ବା ଶୁଣିଥିବେ । ଏନେଇ ମଧ୍ୟ ଆଗରୁ ମଧ୍ୟ ଅନେକ ଅଧ୍ୟୟନ କରାଯାଇ ରିପୋର୍ଟ ଦିଆଯାଇଛି । ତେବେ ଅଧ୍ୟୟନରୁ ଜଣାପଡିଛି ଯେ, ଶାରୀରିକ ସମ୍ପର୍କ ପରେ ଭଲ ନିଦ ହୋଇଥାଏ । ଅନ୍ୟପଟେ ଦେଖିବାକୁ ଗଲେ ଶାରୀରିକ ସମ୍ପର୍କ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଟେ । କୁହାଯାଏ ଯେ ଅର୍ଗାଜିମ୍ ପରେ ଶରୀର କିଛି ହରମୋନ୍ କ୍ଷରିତ ହୋଇଥାଏ, ଯାହାର ପ୍ରଭାବ ଆମ ନିଦ ଉପରେ ମଧ୍ୟ ଦେଖାଯାଏ । ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି, ଇଣ୍ଡିଆନ ବାୟୋମେଟିକାଲ୍ ଏବଂ ଜିନୋମିକ୍ ମଧ୍ୟ ଏହି ତଥ୍ୟକୁ ସଠିକ ଦର୍ଶାଇଛି ।
ଅଧ୍ୟୟନ ସୂଚିତ କରେ ଯେ, ହରମୋନର ପରିବର୍ତ୍ତନ ଯୋଗୁଁ ନିଦ୍ରାହିନତା ହୋଇପାରେ । ତେବେ ଶୋଇବା ପୂର୍ବରୁ ଶାରୀରିକ ସମ୍ପର୍କ କେତେକାଂଶରେ ନିଦ୍ରାରେ ସାହାଯ୍ୟ କରିଥାଏ । ଅନେକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ ହସ୍ତମୈଥୁନ ସହିତ ଯୌନ ସମ୍ପର୍କ ଭଲ ନିଦରେ ସହାୟକ ହୋଇଥାଏ । ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ପରିପ୍ରେକ୍ଷୀରେ, ପ୍ରାୟ 50 ଜଣଙ୍କ ଲୋକ ନିଜ ଅଭିଜ୍ଞତା କହିଛନ୍ତି ।
ଲୋକମାନେ କୁହନ୍ତି ଯେ, ଶାରୀରିକ ସମ୍ପର୍କ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ । ନିଦ୍ରାର ଗୁଣରେ ମଧ୍ୟ ସାହାଯ୍ୟ କରେ । ଶାରୀରିକ ସମ୍ପର୍କ ରଖିବା ଦ୍ବାରା ହରମୋନରେ ପରିବର୍ତ୍ତନ ହେବା ସହ ନିକଟତରତା ଏବଂ ନିବିଡ଼ତାର ଭାବନାକୁ ସହଜ କରିଥାଏ, ଯାହା ଆମ ନିଦ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ଅନୁସନ୍ଧାନ ମଧ୍ୟ ଏହି ପ୍ରଭାବ ଜାଣିବାକୁ ଚେଷ୍ଟା କରିଯାଇଛି ଯେ, ମହିଳାଙ୍କ ଅପେକ୍ଷା ପୁରୁଷମାନେ କାହିଁକି ଶୀଘ୍ର ଶୋଇପଡିଥାଆନ୍ତି । କେବଳ ଏତିକି ନୁହେଁ, ପୁରୁଷମାନଙ୍କର ଏକ ସାମାଜିକ ଧାରଣା ମଧ୍ୟ ଅଛି ଶାରୀରିକ ସମ୍ପର୍କ ରଖିବା ପରେ ପୁରୁଷମାନଙ୍କୁ ଶୀଘ୍ର ନିଦ ହୋଇଯାଇଥାଏ ।