ଓଡିଶା

odisha

ETV Bharat / sukhibhava

Garlic Benefits: ଦୈନିକ ସେବନ କରନ୍ତୁ ରସୁଣ, ଦୂର ହେବ ମାରାତ୍ମକ ରୋଗ - ରସୁଣର ସ୍ବାସ୍ଥ୍ୟ ଉପକାରିତା

ପ୍ରତ୍ୟକ ଘରେ ରସୁଣର ବ୍ୟବାହର ହେଉଛି । ଦୈନିକ ରସୁଣ ଖାଇବା ଦ୍ବାରା ଚର୍ବି ହ୍ରାସ ହେବା ସହିତ ଆନେମିଆ ରୋଗରୁ ମୁକ୍ତି ମିଳିଥାଏ । ଅଧିକ ପଢନ୍ତୁ

Garlic Benefits
Garlic Benefits

By

Published : Aug 19, 2023, 4:13 PM IST

ହାଇଦ୍ରାବାଦ:ରୋଷେଇ ଘରର ମସଲା ଭିତରେ ଅଦା, ରସୁଣ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ରସୁଣ ଛୁଙ୍କ ବିନା ପ୍ରସ୍ତୁତ ଖାଦ୍ୟ ସ୍ବାଦହୀନ। ରସୁଣ ଏବଂ ପିଆଜ ଆମ ଶରୀର ପାଇଁ ଲାଭଦାୟକ। ଓଜନ ହ୍ରାସ କରିବା ଠାରୁ ଆରମ୍ଭ କରି ରକ୍ତହୀନତା ରୋଗରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଖାଦ୍ୟରେ ରସୁଣ ଅନ୍ତର୍ଭୁକ୍ତ କରିବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ରକ୍ତ ସଞ୍ଚାଳନକୁ ସଠିକ ରଖିଥାଏ:ରସୁଣରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଥାଏ। ରସୁଣରେ ଆଣ୍ଟି କ୍ଲଣ୍ଟିଂ ଗୁଣ କରିଥାଏ, ଯାହା ଶରୀରରେ ରକ୍ତ ଜମାଟ ବାନ୍ଧିବାକୁ ଦୂରେଇ ରଖିଥାଏ। ବିଶେଷକରି ଯେଉଁମାନେ ହୃଦ୍‌ରୋଗରେ ପୀଡ଼ିତ, ସେମାନେ ପ୍ରତିଦିନ ରସୁଣ ଖାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି। ହୃଦୟରେ ରକ୍ତ ପ୍ରବାହରେ ଉନ୍ନତି ଆଣିଥାଏ। କିନ୍ତୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଯେଉଁମାନେ ଅସ୍ତ୍ରୋପଚାର କରିବାକୁ ଯାଉଛନ୍ତି ସେମାନେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ବୋଲି କୁହାଯାଇଛି।

ଚର୍ବି ହ୍ରାସ କରେ:ଯେଉଁମାନେ ମେଦବହୁଳତା ଏବଂ ମୋଟାପା ରୋଗରେ ପୀଡିତ ହୋଇଥାଆନ୍ତି ସେମାନଙ୍କ ପାଇଁ ରସୁଣ ଏକ ବରଦାନ ସଦୃଶ। ରସୁଣ ଖାଇବା ଦ୍ବାରା ଶୀଘ୍ର ଓଜନ ହ୍ରାସ ହୋଇଥାଏ। ରସୁଣରେ ଆଲସିନ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହାର ଔଷଧୀୟ ଗୁଣ ରକ୍ତ ଟ୍ରାଇଗ୍ଲେସିରାଇଡ୍ ହ୍ରାସ କରିବା ସହିତ ଶରୀରର ଓଜନ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଯେଉଁମାନେ ଖାଦ୍ୟରେ ରସୁଣ ଅନ୍ତର୍ଭୁକ୍ତ କରୁନାହାନ୍ତି ସେମାନଙ୍କ ତୁଳନାରେ ଅନ୍ତର୍ଭୁକ୍ତ କରୁଥିବା ରୋଗୀଙ୍କ ମଧ୍ୟରେ ଥଣ୍ଡା, କାଶରେ ପୀଡିତ ରୋଗୀଙ୍କ ହାର ମଧ୍ୟ କମ ରହିଥାଏ। ଆଣ୍ଟିବ୍ୟକ୍ଟେରିଆ ଗୁଣ ଯୋଗୁଁ ଗଳା ସଂକ୍ରମଣର ଆଶଙ୍କା ମଧ୍ୟ କମ ରହିଥାଏ। ଯେଉଁମାନେ ଥଣ୍ଡା, କାଶ ସମସ୍ୟାରେ ପୀଡିତ ଥାଆନ୍ତି ସେମାନେ ଖାଦ୍ୟରେ ରସୁଣ ଅନ୍ତର୍ଭୁକ୍ତ କରିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ: Black Garlic Benefits: କଳା ରସୁଣ ଉପକାରିତା ଜାଣିଲେ ହୋଇଯିବେ ତାଜୁବ୍

କ୍ତହୀନତା ରୋଗରୁ ମୁକ୍ତି ମିଳିଥାଏ:ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅଧିକାଂଶ ଲୋକେ ଜଙ୍କଫୁଡ ଖାଇବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି। ଏଥିରେ ସମସ୍ତ ପ୍ରକାର ପୋଷକ ତତ୍ତ୍ବ ନଥାଏ। ଫଳସ୍ବରୂପ ରକ୍ତହୀନତାର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ରସୁଣ ହେଉଛି ଉପଯୁକ୍ତ ପ୍ରତିକାର। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ଲୋକମାନେ ରସୁଣକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତି, ସେମାନେ ରକ୍ତହୀନତାରୁ ଶୀଘ୍ର ମୁକ୍ତି ପାଇପାରିବେ।

ଉଚ୍ଚରକ୍ତଚାପରୁ ମୁକ୍ତି:ଉଚ୍ଚ ରକ୍ତଚାପ ହେଉଛି ଷ୍ଟ୍ରୋକ୍, ହୃଦଘାତ ଏବଂ କ୍ରନିକ ହୃଦଘାତର ମୁଖ୍ୟ କାରଣ। ଏହା କିଡନୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେବେ ପ୍ରତିଦିନ ରସୁଣ ଖାଇବା ଦ୍ବାରା ଉଚ୍ଚରକ୍ତଚାପ ମଧ୍ୟ କମ ହୋଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details