ଓଡିଶା

odisha

By

Published : Mar 8, 2023, 12:27 PM IST

ETV Bharat / sukhibhava

ଏହି ସବୁ ଖାଦ୍ୟ ଖାଉଥିଲେ ସାବଧାନ ! ହୋଇପାରେ କଲୋରେକ୍ଟାଲ୍ କର୍କଟ

ରେଡ୍ ମିଟ୍(ନାଲି ମାଂସ), ବିଶୋଧିତ ଚିନି ଏବଂ ମସଲାଯୁକ୍ତ ଖାଦ୍ୟ ଅତ୍ୟଧିକ ଖାଉଥିଲେ ସାବଧାନ ହୋଇଯାଆନ୍ତୁ । ଅନୁସନ୍ଧାନ ଅନୁସାରେ ଏହି ସବୁ ଅଭ୍ୟାସ କଲୋରେକ୍ଟାଲ୍ କର୍କଟ ବିପଦ ଆଣିପାରେ । ଅଧିକ ପଢନ୍ତୁ

colorectal cancer
colorectal cancer

ବେଙ୍ଗାଲୁରୁ: ବର୍ତ୍ତମାନ ସମୟରେ କର୍କଟ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି । ଅଧିକାଂଶ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାରର କର୍କଟ ଦେଖାଯାଏ । ଏହାର ଅନ୍ୟାନ୍ୟ କାରଣ ଥିଲେ ମଧ୍ୟ ଜୀବନଶୈଳୀରେ ପରିବର୍ତ୍ତନ ଏକ ମୁଖ୍ୟତଃ ଭାବେ ଦାୟୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ରେଡ୍ ମିଟ୍(ନାଲି ମାଂସ), ବିଶୋଧିତ ଚିନି ଏବଂ ମସଲାଯୁକ୍ତ ଖାଦ୍ୟ ଅତ୍ୟଧିକ ଖାଇବା ଦ୍ୱାରା କଲୋରେକ୍ଟାଲ୍ କର୍କଟ ହେବାର ଆଶଙ୍କା ଅଧିକ ଥାଏ ।

ଏହା ମଧ୍ୟ ପଢନ୍ତୁ:-Women's Day Special: ଝିଅକୁ ପିଲାଟି ଦିନରୁ ଶିଖାନ୍ତୁ 'ସ୍ବାସ୍ଥ୍ୟ ହିଁ ସମ୍ପଦ'ର ମୂଲ୍ୟ

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର) ତଥ୍ୟ ଅନୁଯାୟୀ, ଭାରତୀୟ ପୁରୁଷମାନଙ୍କ ମଧ୍ୟରେ କୋଲୋନ୍ କର୍କଟ ହେଉଛି ଚତୁର୍ଥ ଏବଂ ଭାରତୀୟ ମହିଳାମାନଙ୍କ ମଧ୍ୟରେ ପଞ୍ଚମ ସାଧାରଣ କର୍କଟ । ବିଶେଷଜ୍ଞଙ୍କ କହିବା ଅନୁସାରେ, କୋଲୋନିକ୍ କର୍କଟ(36 ପ୍ରତିଶତ) ଅପେକ୍ଷା ଭାରତରେ ରେକ୍ଟାଲ୍ କର୍କଟରେ ଅଧିକ 64 ପ୍ରତିଶତ ଲୋେ ପୀଡିତ ହୋଇଛନ୍ତି । ଏହା ଭାରତୀୟ ଏବଂ ପାଶ୍ଚାତ୍ୟ ଜନସଂଖ୍ୟା ମଧ୍ୟରେ ଜେନେଟିକ ପାର୍ଥକ୍ୟ ହେତୁ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:-କାହିଁକି ମହିଳାଙ୍କ ଅଧିକ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୁଏ, ଜାଣନ୍ତୁ ଏହାର କାରଣ ଓ ନିରାକରଣ

ବିଶେଷଜ୍ଞ ଆହୁରି ମଧ୍ୟ କହିଛନ୍ତି ଯେ, ଡାଏଟ୍(ଖାଦ୍ୟ) କଲୋରେକ୍ଟାଲ୍ କର୍କଟ ରୋଗର ବିପଦକୁ ପ୍ରଭାବିତ କରିଥାଏ । 2003ରୁ 2005 ମଧ୍ୟରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଲାଲ୍ ମାଂସ, ବିଶୋଧିତ ଚିନି ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କଲୋରେକ୍ଟାଲ୍ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇଛି । ପରବର୍ତ୍ତୀ ସମୟରେ, ଅନେକ ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଅଧ୍ୟୟନରୁ ସମାନ ଫଳ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:-Women's Day Special: ଏହି 5 ପ୍ରକାର କର୍କଟ ମହିଳାଙ୍କୁ କରେ ଆକ୍ରାନ୍ତ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶୋଧିତ ଚିନି ଏବଂ ପ୍ରକ୍ରିୟାକୃତ ମାଂସକୁ କର୍କିନୋଜେନ୍(କର୍କଟ ସୃଷ୍ଟିକାରୀ ଏଜେଣ୍ଟ) ଭାବରେ ଘୋଷଣା କରିଛି । ଡାକ୍ତରଙ୍କ କହିବା ଅନୁସାରେ, କୋଲନ କର୍କଟ ପରି ରେକ୍ଟାଲ କର୍କଟ ଏକ ଭିନ୍ନ ଚିକିତ୍ସା ପ୍ରଣାଳୀ ଆବଶ୍ୟକ କରେ । ଅଧିକାଂଶ କ୍ଷେତ୍ରରେ, ରେକ୍ଟାଲ୍ ପାଇଁ ଅସ୍ତ୍ରୋପଚାର ପୂର୍ବରୁ ବିକିରଣ ଚିକିତ୍ସା ଆବଶ୍ୟକ । ବେଳେବେଳେ ରୋଗ ବିଳମ୍ବରେ ଚିହ୍ନଟ ହେଲେ ଚିକିତ୍ସା କରିବା କଷ୍ଟକର ହୋଇପଡେ । ତେଣୁ ସମୟ ଥାଉ ଥାଉ ଖାଦ୍ୟ ପ୍ରଣାଳୀ ଉପରେ ଧ୍ୟାନ ରଖିବାକୁ ବିଶେଷ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ABOUT THE AUTHOR

...view details