ହାଇଦ୍ରାବାଦ:କୋରୋନା ମହାମାରୀ ପରେ ବୃଦ୍ଧି ପାଇଛି ହୃଦଘାତର ଆଶଙ୍କା । ଯଦି ଦୁଇ ବର୍ଷର ତଥ୍ୟକୁ ଦେଖାଯାଏ, ତାହେଲେ ଜଣା ପଡିଛି ଯେ ସର୍ବଭାରତୀୟ ସ୍ତରରେ ହଠାତ୍ ହୃଦଘାତ ମାମଲାରେ ବୃଦ୍ଧି ଦେଖାଯାଇଛି । ଚିନ୍ତାଜନକ ବିଷୟ ହେଉଛି ଏଥିରେ ରହିଥିବା ଅଧିକାଂଶ ପୀଡିତ ବ୍ୟକ୍ତି ହେଉଛନ୍ତି 25-44 ବର୍ଷ ବୟସର । ତେବେ ପାର୍ଟିରେ ନାଚିବା କିମ୍ବା କାମ କରିବା ସମୟରେ ହଠାତ୍ ହୃଦଘାତର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହା ପଛର ପ୍ରକୃତ କାରଣ କଣ ? ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ବଡ ଖୁଲାସା କରିଛନ୍ତି ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ବିଶେଷଜ୍ଞମାନେ ନିକଟରେ ହୋଇଥିବା ଏକ ଅଧ୍ୟୟନରେ କହିଛନ୍ତି ଯେ, କୋଭିଡ-19 ପରେ ହଠାତ୍ ହୃଦଘାତର ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସଂକ୍ରମଣର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଯୁବକମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି । ଏହାର ବିପଦ କୋଭିଡର ପୀଡିତ କିମ୍ବା ଯେଉଁମାନେ ସଂକ୍ରମଣର ଶିକାର ହୋଇନାହାନ୍ତି ସେମାନଙ୍କ ଠାରେ ମଧ୍ୟ ଦେଖାଯାଉଛି ।
କୋରୋନା ହୃଦୟ-ଫୁସଫୁସକୁ ପ୍ରଭାବିତ କରିଛି: ଅନୁସନ୍ଧାନକାରୀମାନେ ହୃଦଘାତର କାରଣ ଜାଣିବା ପାଇଁ ହୃଦଘାତରେ ମୃତ୍ୟୁବରଣ କରିଥିବା 100ରୁ ଅଧିକ ଲୋକଙ୍କୁ ନେଇ ଅନୁସନ୍ଧାନ କରିଥିଲେ । ତେବେ ହୃଦଘାତର ଶିକାର ହୋଇଥିବା ଅଧିକାଂଶ ଲୋକ ମହାମାରୀ ସମୟରେ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଥିଲା । ମୃତ ଶରୀରର ଏମଆରଆଇ ପରୀକ୍ଷା କୋରୋନା କାରଣରୁ ହୃଦୟ-ଫୁସଫୁସ ସମସ୍ୟା ଦେଖାଦେଇଥିବା ଜଣାପଡିଥିଲା । ପୂର୍ବ ଅଧ୍ୟୟନରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ କୋରୋନା ଭୂତାଣୁ ହାର୍ଟ ସମସ୍ୟା ବୃଦ୍ଧିର ପ୍ରଥମ କାରଣ ।
ହାର୍ଟ ଉପରେ କୋରୋନାର ପ୍ରଭାବ: ଡିସେମ୍ବର 2022ରେ କରାଯାଇଥିବା ଏକ ଅନୁସନ୍ଧାନରେ ବୈଜ୍ଞାନିକମାନେ ଏକ ରିପୋର୍ଟରେ କହିଛନ୍ତି, କୋରୋନା ଉଭୟ ହୃଦୟ ଏବଂ ଫୁସଫୁସକୁ କ୍ଷତି ପହଞ୍ଚାଏ । ଏହି ଭୂତାଣୁ ସାଧାରଣତଃ ଫୁସଫୁସକୁ ପ୍ରଭାବିତ କରିଥାଏ କିନ୍ତୁ ଏହା ହୃଦଘାତର ଗୁରୁତର ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । କୋରୋନା ଭାଇରସ ଦ୍ବାରା ଫୁସଫୁସର କ୍ଷତି ହେତୁ ଅମ୍ଳଜାନ ପର୍ଯ୍ୟାପ୍ତ ପରିମାଣରେ ହୃଦୟ ମାଂସପେଶୀରେ ପହଞ୍ଚେ ନାହିଁ, ଯାହା ପରବର୍ତ୍ତୀ ସମୟରେ ହୃତପିଣ୍ଡକୁ ନଷ୍ଟ କରିଥାଏ । ଏହା ବ୍ୟତୀତ ଧମନୀରେ କୋରୋନାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ମଧ୍ୟ ଏକ ସତର୍କ ସୂଚନା ଦିଆଯାଇଥିଲା, ଯାହା ସିଧାସଳଖ ହୃଦଘାତର କାରଣ ଅଟେ ବୋଲି ଜଣାପଡିଥିଲା ।