ଅନେକ ଯୁବକ କେବଳ ଗୋଟିଏ ପୋଷକକୁ ହିଁ ଗୁରୁତ୍ୱ ଦିଆଯାଇଥିବା ଦେଖାଯାଇଛି । ଆଉ ତାହା ହେଉଛ ପ୍ରୋଟିନ । କିନ୍ତୁ ପ୍ରୋଟିନ ନେଇ ଏତେ ଚର୍ଚ୍ଚା କାହିଁକି ? ଏଥିପାଇଁ ଆମକୁ ଏହାର କାର୍ଯ୍ୟକାରିତା, ଉପାଦେୟତା ଓ ଖାଦ୍ୟ ଉତ୍ସ ସଂପର୍କରେ ଜାଣିବାକୁ ପଡିବ । ପ୍ରୋଟିନ ଶରୀର ପାଇଁ ତ ହିତକର, କିନ୍ତୁ ଠିକ ଭାବେ ନ ନେଲେ ଏହା ହାନିକାରକ ବି ହୋଇଥାଏ । ଏ ପ୍ରସଙ୍ଗରେ ଅଧିକ ଆଲୋଚନା ପାଇଁ ଇଟିଭି ଭାରତ ସୁଖିଭବଃ ପକ୍ଷରୁ ବିଶେଷଜ୍ଞ ବନ୍ଦନା କାକୋଦକରଙ୍କ ସହ ଆଲୋଚନା କରାଯାଇଥିଲା ।
ଆମ ପାଇଁ ପ୍ରୋଟିନର ଆବଶ୍ୟକତା କଣ ?
ଜଣେ ଲୋକ ପାଖାପାଖି ୦.୮ ରୁ ୧.୦ ଗ୍ରାମ /କିଗ୍ରା ବଡିୱେଇଟ୍ ପ୍ରୋଟିନ ଦରକାର କରିଥାଏ । ଜଣେ ଲୋକର ଓଜନ ଯଦି ୫୦ କିଲୋଗ୍ରାମ, ତାହା ହେଲେ ସେ ଦିନକୁ ୪୦ରୁ ୫୦ ଗ୍ରାମ ପ୍ରୋଟିନ ଆବଶ୍ୟକ କରେ । ଏଥିପାଇଁ ୨ରୁ ୩ କୋଟୋରି ଡାଲି, ଗୋଟିଏ ଗ୍ଲାସ ଦୁଗ୍ଧ ବା ଦୁଗ୍ଧଜାତ ସାମଗ୍ରୀ ଓ ବାକି ସେରେଏଲ୍ ଖାଇଲେ ଏହି ଆବଶ୍ୟକତା ପୂରଣ ହୋଇଥାଏ । ଜଣେ ଆମିଷାଶୀ ଦିନକୁ ୨ରୁ ୩ ଖଣ୍ଡ ମାଛ ବା ଚିକେନର ଗୋଟିଏ ବଡ ଅଂଶ ନହେଲେ ୨ଟି ଅଣ୍ଡା ଖାଇବା ଦରକାର । ବାକି ପ୍ରୋଟିନ ପାଇଁ ଭାତ ବା ଚପାତି ଖାଇବା ଆବଶ୍ୟକ ।
ଆମ ଶରୀର ପାଇଁ ପ୍ରୋଟିନର ଭୂମିକା କଣ ?
- ଶରୀର ଗଠନ ପାଇଁ ପ୍ରୋଟିନକୁ ପ୍ରାଥମିକ ପୋଷକ ଭାବେ ବିଚାର କରାଯାଏ । ଶରୀରର ଅଭିବୃଦ୍ଧି ଓ ବିକାଶ ପାଇଁ ପ୍ରୋଟିନ ଦରକାର ।
- ଶରୀରର ତ୍ୱଚା, ମାଂସପେଶୀ, ଅଙ୍ଗ ଓ ଗ୍ରନ୍ଥିର ଢାଞ୍ଚା ଗଠନ ପାଇଁ ପ୍ରୋଟିନ ଦରକାର ପଡେ ।
- ପିତ ଓ ପରିସ୍ରାକୁ ଛାଡିଦେଲେ ଶରୀରର ଅନ୍ୟ ସମସ୍ତ ଅଂଶରେ ଏହା ତରଳୀକୃତ ଭାବେ ଥାଏ ।
- ପୁରୁଣା ଓ ଅଚଳ ହୋଇପଡିଥିବା କୋଷିକା ଓ ଟିସୁଗୁଡିକର ମରାମତି ଓ ପରିବର୍ତନରେ ସହାୟକ ହୋଇଥାଏ ପ୍ରୋଟିନ ।
- ବ୍ଲଡ ପିଏଚ୍ ବଜାୟ ରଖିବାରେ ସହାୟକ ହୁଏ ପ୍ରୋଟିନ ।
- ପ୍ରୋଟିନଗୁଡିକ ଏନଜାଇମ, ହରମୋନ ଓ ଆଂଟିବଡିର ଅବିଚ୍ଛେଦ୍ୟ ଅଂଶ ଥାଆନ୍ତି । ରକ୍ତ, ତ୍ୱଚା, କେଶ, ନଖ, ମାଂସପେଶୀ ଓ ଅଙ୍ଗପ୍ରତ୍ୟଙ୍ଗ ଗଠନରେ ଆବଶ୍ୟକ ହେଉଥିବା ଉପାଦାନ ଯୋଗାଇଥାଆନ୍ତି ।
ପ୍ରାକୃତିକ ଉତ୍ସରୁ ଆମେ କିଭଳି ପ୍ରୋଟିନ ପାଇବା ?
- ଗାଈ, ମଇଁଷି କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ, ଅଣ୍ଡା, ଚିକେନ, ମାଛ, ମାଂସରୁ ମିଳୁଥିବା ପ୍ରୋଟିନରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଆମିନୋ ଏସିଡ ରହିଥାଏ । ଏଗୁଡିକୁ କଂପ୍ଲିଟ୍ ପ୍ରୋଟିନ୍ ବା ହାଇ ବାୟୋଲୋଜିକାଲ ଭେଲ୍ୟୁ ପ୍ରୋଟିନ କୁହାଯାଏ ।
- ବାଦାମ, ଡାଲି,ସୋୟାବିନ. ଛତୁ ଭଳି ପନିପରିବା ସୂତ୍ରରୁ ମିଳୁଥିବା ପ୍ରୋଟିନରେ ଆବଶ୍ୟକ ପରିମାଣରେ ଆମିନୋ ଏସିଡ ନ ଥାଏ । ଏଗୁଡିକୁ ଇନକଂପ୍ଲିଟ୍ ବା ଅସଂପୂର୍ଣ୍ଣ ପ୍ରୋଟିନ ବା ଲୋ ବାୟୋଲୋଜିକାଲ ଭେଲ୍ୟୁ ପ୍ରୋଟିନ କୁହାଯାଏ ।
- କିନ୍ତୁ ଯେତେବେଳେ ଦୁଇ ବା ଅଧିକ ଅସଂପୂର୍ଣ୍ଣ ପ୍ରୋଟିନ ମିଳିତ ଭାବେ ଖିଆଯାଏ, ତାହା ହେଲେ ସେଗୁଡିକ ଆମିନୋଏସିଡର ଅଭାବ ପୂରଣ କରନ୍ତି । ଉଦାହରଣ ସ୍ୱରୂପ, ଭାତ ଓ ଡାଲି ବା ଡାଲି ଓ ଖେଚୁଡି ମିଶାଇ ଖାଇଲେ ଆମିନୋଏସିଡ ମିଳିଥାଏ । ପଶୁ ଉତ୍ସ ପ୍ରୋଟିନ ଅପେକ୍ଷା ପନିପରିବା ଉତ୍ସରୁ ଆସୁଥିବା ପ୍ରୋଟିନରେ ଶ୍ୱେତସାର କମ୍ ରହିଥାଏ । କୋଲଷ୍ଟେରଲ ବି ନଥାଏ । ଡାଏଟାରୀ ଫାଇବର, ଆଣ୍ଟିଅକ୍ସଡାଣ୍ଟ୍ ଓ ଫିଟୋକେମିକାଲ୍ସ ପରି ହିତକର ଉପାଦାନ ଥାଏ ।
- ମଧ୍ୟାହ୍ନ ଭୋଜନ ବା ରାତ୍ର ଭୋଜନରେ ଡାଲି ବା ଚଣା ସହ ଚପାତି ବା ଭାତ ଖାଇଲେ ଆବଶ୍ୟକୀୟ ପ୍ରୋଟିନ ମିଳିଥାଏ ।
- ଗହମରେ ସୋୟାଅଟା ମିଶ୍ରଣ କଲେ ଚପାତିରେ ପ୍ରୋଟିନ ପରିମାଣ ବଢିଥାଏ ।
- ତେବେ ଅତ୍ୟଧିକ ଆନିମନଲ ପ୍ରୋଟିନ ନେଲେ ଶରୀରର କିଛି ଉପକାର ହୋଇ ନ ଥାଏ । ଦେଖିଚାହିଁ ପ୍ରୋଟିନ ନେବା ଦରକାର । ସ୍ୱାସ୍ଥ୍ୟକର ପ୍ଲାଣ୍ଟ ପ୍ରୋଟିନ ନେଲେ ଶରୀର ପାଇଁ ଲାଭପ୍ରଦ ହୋଇଥାଏ ।
- ସପ୍ତାହକ ୭ ଦିନ ଉଭୟ ଆନିମଲ ଓ ପ୍ଲାଣ୍ଟ ପ୍ରୋଟିନ ମିଳିତ ଭାବେ ଖାଇଲେ ବି ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ ।