ହାଇଦ୍ରାବାଦ:ଗର୍ଭଧାରଣ ଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ଜଣେ ମହିଳା ନିଜକୁ ବିଶେଷ ଯତ୍ନ ନେବାକୁ ପଡିବ । ପ୍ରତ୍ୟେକ ନଅ ମାସ ପାଇଁ ପ୍ରତ୍ୟେକ ପଦକ୍ଷେପର ଯତ୍ନ ନେବାକୁ ପଡିବ । ତାହାଲେ ଉଭୟ ମାଆ ଏବଂ ଗର୍ଭରେ ଛୁଆ ସୁରକ୍ଷିତ ରହିବେ । ଗର୍ଭାବସ୍ଥାରେ ସମୟ ବଢିବା ସହ ମହିଳାଙ୍କ ପେଟର ଆକାର ବୃଦ୍ଧି ପାଇଥାଏ । ଏହି ସମୟରେ ଓଜନ ମଧ୍ୟ ଦୃତଗତିରେ ବୃଦ୍ଧି ପାଇଥାଏ । ଓଜନ ବୃଦ୍ଧି ମହିଳାଙ୍କ ଚାଲିବା ଏବଂ କାମ କରିବା ମଧ୍ୟ କଷ୍ଟକର କରିଥାଏ ।
ଗର୍ଭାବସ୍ଥାରେ ତୁମର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା ଆବଶ୍ୟକ । ଏମିତି କାର୍ଯ୍ୟ ରହିଛି ଯାହା ଦ୍ବାରା ଶିଶୁ ଏବଂ ମାଆ ଉଭୟଙ୍କୁ ନିରାପଦ ରଖୁଥିବା ବେଳେ ଆଉ କିଛି କାର୍ଯ୍ୟ ବିପଦରେ ପକାଇଥାଏ । ଗର୍ଭଧାରଣ ସମୟରେ ଏହି ସବୁ କାର୍ଯ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ ।
1.ଆସବାବପତ୍ର କିମ୍ବା ଭାରି ଜିନିଷ ଉଠାନ୍ତୁ ନାହିଁ: ଗର୍ଭାବସ୍ଥାରେ ବ୍ୟାୟାମ କରିବା ସହ ଚଲାବୁଲା କରିବା ଜରୁରୀ । କିନ୍ତୁ ଆସବାବପତ୍ର କିମ୍ବା ଅନ୍ୟାନ୍ୟ ଭାରୀ ଜିନିଷ ଉଠାଇବା ପାଇଁ ଡାକ୍ତର ବାରଣ କରିଥାଆନ୍ତି । ଏହା କରିବା ଦ୍ୱାରା ପିଠିରେ ଚାପ ସୃଷ୍ଟି ହୁଏ ଏବଂ ଆଘାତ ହେବାର ଆଶଙ୍କା ବଢିଥାଏ। କାରଣ ଗର୍ଭାବସ୍ଥାରେ ହରମୋନାଲ ପରିବର୍ତ୍ତନ ଯୋଗୁଁ ଗଣ୍ଠି ଏବଂ ପେଲଭିକ୍ ଫ୍ଲୋରର ଟିସୁ ଦୁର୍ବଳ ହୋଇଯାଇଥାଆନ୍ତି । ଯେଉଁଥିପାଇଁ ଆଘାତ ହେବାର ଆଶଙ୍କା ବଢିଥାଏ ।
2.ଦୀର୍ଘ ସମୟ ଧରି ଛିଡା ହେବା ଠାରୁ ଦୂରେଇ ରୁହନ୍ତୁ: ଦୀର୍ଘ ସମୟ ଛିଡା ହୋଇ ଯେଉଁ କାର୍ଯ୍ୟ କରିବାକୁ ପଡେ ତାହାଠାରୁ ଦୂରେଇ ରୁହନ୍ତୁ । ସକାଳ ସମୟରେ ଅସୁସ୍ଥତା ଅନୁଭବ କରୁଥିବା ମହିଳାମାନେ ସକାଳେ ଅଧିକ ସମୟ ଠିଆ ହେବା ଉଚିତ୍ ନୁହେଁ । ଦୀର୍ଘ ସମୟ ଧରି ଠିଆ ହେବା ଆପଣଙ୍କ ପାଦ ଉପରେ ଚାପ ପକାଇପାରେ, ଯାହାଦ୍ୱାରା ଫୁଲା ଏବଂ ପିଠି ଯନ୍ତ୍ରଣା ହୁଏ । ଯଦି ଆପଣ ରୋଷେଇ କରୁଛନ୍ତି ତାହାଲେ ମଧ୍ୟ କମ ସମୟ ପାଇଁ ଛିଡା ହୁଅନ୍ତୁ । କାମ ସରିଲା ପରେ ରେଷ୍ଟ କରିବା ଆବଶ୍ୟକ ।