ଓଡିଶା

odisha

ETV Bharat / sukhibhava

ଆଳୁ ଚୋପା ବି ସ୍ବାସ୍ଥ୍ୟକର - ଆଳୁ ତରକାରୀ

ଆଳୁ ତ ଆଳୁ, ଆଳୁ ଚୋପାର ବି ଉପାଦେୟତା ରହିଛି ବୋଲି ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ । ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଆଳୁ ଚୋପା ବ୍ୟବହାର ହୁଏ । ଆସନ୍ତୁ ଆଳୁ ଚୋପାର ନ୍ୟୁଟ୍ରିସନ ଭେଲ୍ୟୁ ଓ ସ୍ବାସ୍ଥ୍ୟଗତ ଫାଇଦା ଉପରେ ନଜର ପକାଇବା ।

ଆଳୁ ଚୋପାର ଉପକାରିତା
ଆଳୁ ଚୋପାର ଉପକାରିତା

By

Published : Feb 18, 2021, 7:55 PM IST

ଆଳୁ ଏପରି ଏକ ପରିବା, ଯାହାକୁ ସବୁଠି ମିଶା ଯାଇପାରେ । ଆଳୁକୁ ପନିପରିବାର ରାଜା ବୋଲି କୁହାଯାଏ । କି ଛୋଟ, କି ବୁଢା, ଆଳୁ ସମସ୍ତଙ୍କର ପସନ୍ଦ । ସମସ୍ତେ ଆଳୁକୁ ଭଲ ପାଆନ୍ତି । ଆଳୁ ବିନା ରୋଷେଇ ଘର ଅସଂପୂର୍ଣ୍ଣ । ଆଳୁରେ ଭିନ୍ନ ଭିନ୍ନ ତରକାରୀ, ଭଜା ଓ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରେ । ଆଳୁରେ ଅନେକ ପୋଷକ ତତ୍ତ୍ବ ବି ରହିଛି । ଆଳୁ ତ ଆଳୁ, ଆଳୁ ଚୋପାର ବି ଉପାଦେୟତା ରହିଛି ବୋଲି ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ । ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଆଳୁ ଚୋପା ବ୍ୟବହାର ହୁଏ । ଆସନ୍ତୁ ଆଳୁ ଚୋପାର ନ୍ୟୁଟ୍ରିସନ ଭେଲ୍ୟୁ ଓ ସ୍ବାସ୍ଥ୍ୟଗତ ଫାଇଦା ଉପରେ ନଜର ପକାଇବା ।

ଆଳୁରେ ସ୍ୱାସ୍ଥ୍ୟକର ନ୍ୟୁଟ୍ରିଏଂଟସ ଷ୍ଟାର୍ଚ ଓ ପ୍ରୋଟିନରେ ଆଳୁ ସମୃଦ୍ଧ । ଏହାଛଡା ଭିଟାମିନ-ସି, ଭିଟାମିନ-ଡି, ଫାଇବର , ପୋଟାସିୟମ ଓ ଭିଟାମିନ ବି୬ ମଧ୍ୟ ଆଳୁରୁ ପ୍ରଚୁର ପରିମାଣରେ ମିଳେ । ଏସବୁ ଆମ ଶରୀରରେ ରକ୍ତର ଅଭିବୃଦ୍ଧି କରେ। ତ୍ବଚାର ରୂପରେଖରେ ଉନ୍ନତି ଆଣେ । କେଶ ଓ ଅସ୍ଥିଶଲ୍ୟକୁ ସଶକ୍ତ କରେ । ବିଶେଷଜ୍ଞମାନେ କହନ୍ତି ଯେ, ଆଳୁରେ ଥିବା ବିଭିନ୍ନ ଭିଟାମିନର ପୂରା ଫାଇଦା ଉଠାଇବା ପାଇଁ ଚୋପା ସହ ଆଳୁକୁ ରୋଷେଇ କରାଯିବା ଦରକାର । କାରଣ ପ୍ରୋଟିନ ଓ ମିନେରାଲ ଆଳୁ ଚୋପାରେ ପ୍ରଚୁର ଥାଏ ।

ଆଳୁ ଚୋପାର ଉପକାରିତା

୧. ଆନାମିଆ ସମସ୍ୟା ଦୂର କରେ - ଆଳୁ ଚୋପାରେ ପ୍ରଚୁର ପରିମାଣରେ ଲୌହସାର ଥାଏ । ତେଣୁ ଆଳୁ ଚୋପା ଖାଇବା ଦ୍ବାରା ଆନାମିଆ ସମସ୍ୟାର ସମାଧାନ ହୋଇଥାଏ । ଭିଟାମିନ-ବି୩ ଓ ନିଆସିନ ମଧ୍ୟ ଆଳୁ ଚୋପାରେ ମିଳେ । ଏହା ଆମ ଶରୀରକୁ ଦୃଢ କରିବା ସହ ଶକ୍ତି ଯୋଗାଇ ଥାଏ ।

୨. ସଶକ୍ତ ହାଡ – ଭିଟାମିନ କଂପ୍ଲେକ୍ସ ଓ କ୍ୟାଲସିୟମ ମଧ୍ୟ ଆଳୁ ଚୋପାରେ ଥାଏ । ଏହା ବୋନ୍ ହେଲଥ୍ ପାଇଁ ଦରକାର ପଡେ । କ୍ୟାଲସିୟମ ହାଡକୁ ଶକ୍ତିଶାଳୀ କରୁଥିବା ବେଳେ ଶରୀରରୁ ଶକ୍ତି ଯୋଗାଇ ଥାଏ ଭିଟାମିନ ବି ।

୩. ଆଳୁ ଚୋପା ଦ୍ବାରା ବ୍ଲଡ୍ ସୁଗାର ଲେବଲ ନିୟନ୍ତ୍ରଣ ହୁଏ - ଆପଣ ଲକ୍ଷ୍ୟ କରିଥିବେ ଯେ, ମଧୁମେହ ରୋଗୀଙ୍କୁ ଆଳୁ ନଖାଇବାକୁ ଡାକ୍ତରମାନେ ବାରଣ କରିଥାଆନ୍ତି । କାରଣ ଏଥିରେ କଂପ୍ଲେକ୍ସ କାର୍ବୋହାଇଡ୍ରେଟସ ଥାଏ , ଯାହା କି ଆମ ଶରୀରରେ ଗ୍ଲୁକୋଜରେ ପରିଣତ ହୋଇଯାଏ । ଏହାଦ୍ବାରା ବ୍ଲଡ ସୁଗାର ଲେବଲ ବୃଦ୍ଧି ପାଏ । କିନ୍ତୁ ଚୋପା ସହ ଯଦି ଆଳୁକୁ ଖିଆଯାଏ, ତାହା ହେଲେ ଶରୀରକୁ ଅତିରିକ୍ତ ଫାଇବର ମିଳିବ, ଯାହା କି ବ୍ଲଡ ସୁଗାର ଲେବଲକୁ ସ୍ଥିର ରଖିବ ।

୪. କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ – ଆଳୁ ଚୋପାରେ ଫାଇବର ପ୍ରଚୁର ପରିମାଣରେ ଥାଏ । ତେଣୁ ଆଳୁ ଚୋପା ପାଚନ ଶକ୍ତି ବୃଦ୍ଧି କରିବା ସହ କୋଷ୍ଠକାଠିନ୍ୟରୁ ଆଶ୍ବସ୍ତି ଦିଏ । ଏହାଛଡା ଆଳୁ ଚୋପାରେ ପୋଟାସିୟମ ମାତ୍ରା ବି ଅଧିକ ଥାଏ, ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ।

୫. ସୈାନ୍ଦର୍ଯ୍ୟ ବୃଦ୍ଧି କରେ -ଆଖି ତଳେ କଳା ଦାଗ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରେ । ଆଳୁ ଚୋପା ପେସି ଏହାର ରସକୁ କଳାଦାଗରେ ପ୍ରଲେପ କଲେ ଏହା ହଟିଯାଏ । ଡାର୍କ ଅଣ୍ଡରଆର୍ମରୁ ବର୍ତ୍ତିବା ପାଇଁ ବି ଆଳୁଚୋପା ରସ ସହାୟକ ହୁଏ । ଆଳୁ ଚୋପାର ରସ ମୁହଁରେ ମାଲିସ କଲେ କଂପ୍ଲେକ୍ସରେ ଉନ୍ନତି ଆସେ ।

୬. ବାଳ ପାଚେ ନାହିଁ – ବାଳ ଶୀଘ୍ର ପାଚିଯିବା ନିହାତି ଚିନ୍ତାଜନକ । କିନ୍ତୁ ପାଣିରେ ଆଳୁ ରସ ମିଶାଇ ପ୍ରଲେପ କଲେ ବାଳ ଶୀଘ୍ର ପାଚେ ନାହିଁ ।

ତେଣୁ ଆଳୁର ଅନେକ ସ୍ବାସ୍ଥ୍ୟଗତ ଫାଇଦା ସହ ଆଳୁ ଚୋପାର ବି ରହିଛି ଏକାଧିକ ଫାଇଦା । ଉଭୟ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟର ଅଭିବୃଦ୍ଧିର ସହାୟକ ହୋଇଥାଏ ଆଳୁ ଚୋପା ।

ABOUT THE AUTHOR

...view details