ଓଡିଶା

odisha

ଗରିବ ଡାଇବେଟିସ୍ ରୋଗୀଙ୍କୁ ସଂଜିବନୀ, AIIMSରେ ମାଗଣା ମିଳିବ ଇନ୍‌ସୁଲିନ

By ETV Bharat Odisha Team

Published : Nov 14, 2023, 7:12 PM IST

Free Insulin to Poor Patients in Delhi AIIMS: ଏମ୍ସରେ ଆଜି ଠାରୁ ଡାଇବେଟିସ୍‌ରେ ପୀଡ଼ିତ ରୋଗୀମାନଙ୍କୁ ମାଗଣାରେ ଜୀବନଦାୟୀ ଇନ୍‌ସୁଲିନର ଇଂଜେକ୍ସନ ପ୍ରଦାନ କରାଯାଉଛି । ଗରିବ ଶ୍ରେଣୀର ରୋଗୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ । ଅଧିକ ପଢନ୍ତୁ ।

ଗରିବ ଡାଇବେଟିସ୍ ରୋଗୀଙ୍କୁ ସଂଜିବନୀ, ମାଗଣାରେ ମିଳିବ ଇନ୍ସୁଲିନ
ଗରିବ ଡାଇବେଟିସ୍ ରୋଗୀଙ୍କୁ ସଂଜିବନୀ, ମାଗଣାରେ ମିଳିବ ଇନ୍ସୁଲିନ

ନୂଆଦିଲ୍ଲୀ : ଆଜିର ବ୍ୟସ୍ତବହୁଳ ଜୀବନରେ ଡାଇବେଟିସ ଏକ ଗମ୍ଭୀର ସ୍ବାସ୍ଥ୍ୟଗତ ସମସ୍ୟା ଭାବେ ଉଭ୍ଭା ହୋଇଛି । ତେଣୁ ଲୋକଙ୍କ ମଧ୍ୟରେ ଡାଇବେଟିସ ସମ୍ବନ୍ଧୀୟ ସଚେତନତା ପାଇଁ ପ୍ରତି ବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ବ ମଧୁମେହ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଦେଶର ସବୁଠୁ ବଡ ହସ୍ପିଟାଲ ଅଖିଳ ଭାରତୀୟ ଆୟୁ୍ଃବିଜ୍ଞାନ ସଂସ୍ଥାନ ବା ଏମ୍ସ ରେ ଆଜିଠାରୁ ଡାଇବେଟିସ୍‌ରେ ପୀଡ଼ିତ ରୋଗୀମାନଙ୍କୁ ମାଗଣାରେ ଜୀବନଦାୟୀ ଇନ୍ସୁଲିନର ଇଂଜେକ୍ସନ ପ୍ରଦାନ କରାଯାଉଛି । ମଙ୍ଗଳବାର ଦିନ ନ୍ୟୁ ରାଜକୁମାରୀ ଅମୃତ କୌର ଓପିଡି ପରିସରରେ ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଏମ୍ ଶ୍ରୀନିବାସନ ଏହି ସୁବିଧା କେନ୍ଦ୍ରକୁ ଉଦଘାଟନ କରିଥିଲେ । ଯେଉଁ ଗରିବ ଶ୍ରେଣୀର ରୋଗୀମାନେ ନିୟମିତ ଭାବେ ମହଙ୍ଗା ଇନ୍‌ସୁଲିନର ଇଂଜେକ୍ସନ କିଣିବାକୁ ଅସମର୍ଥ ସେମାନଙ୍କ ପାଇଁ ଏ ସୁବିଧା ଉପଲବ୍ଧ ଅଟେ ।

ଏହା ମଧ୍ୟ ପଢନ୍ତୁ ...କାଶ୍ମୀରରେ ୨୫ବର୍ଷରୁ କମ୍ ଯୁବକ ମଧୁମେହ ରୋଗରେ ପୀଡିତ: ଡା. ନାଜିର ଅହମ୍ମଦ

ନୂଆଦିଲ୍ଲୀ ଏମ୍ସର ଯେକୌଣସି ଓପିଡିରେ ଡାକ୍ତରଙ୍କ ଦ୍ବାରା ପ୍ରେସ୍କ୍ରାଇବ୍‌ କରାଗଲେ ଡାଇବେଟିସ ରୋଗୀମାନଙ୍କୁ ଏହି ଇଂଜେକ୍ସନ୍‌ ମାଗଣାରେ ମିଳିବ । ଏହି ସୁବିଧା କେନ୍ଦ୍ରରୁ ସକାଳ ୯ଟାରୁ ଆରମ୍ଭ କରି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରତିଦିନ ମାଗଣାରେ ଇନ୍‌ସୁଲିନ ନେଇ ପାରିବେ । ଏହାଛଡ଼ା ଇନ୍‌ସୁଲିନ ବଣ୍ଟନ କାଉଣ୍ଟରରେ ହିନ୍ଦୀ ଓ ଇଂରାଜୀ ଭାଷାରେ ରୋଗୀମାନଙ୍କ ସୁବିଧା ପାଇଁ ମୌଖିକ ଏବଂ ଲିଖିତ ଉପଦେଶର ବ୍ୟବସ୍ଥା ରହିବ । ଯାହାଦ୍ବାରା ରୋଗୀ ମାନେ ଇନ୍‌ସୁଲିନର ସଠିକ୍ ବ୍ୟବହାର ସମ୍ପର୍କରେ ଜାଣିପାରିବେ ।

ଏହା ମଧ୍ୟ ପଢନ୍ତୁ ...ଏମ୍ସରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା, ଘରୁ ଥାଇ ମଧ୍ୟ କରିପାରିବେ ଟଙ୍କା ପୈଠ

ଖାସ କରି ନୂଆଦିଲ୍ଲୀ ଏମସ୍‌କୁ ଦୂରଦୂରାନ୍ତରୁ ଆସୁଥିବା ଡାଇବେଟିସ ରୋଗୀମାନେ କିଭଳି ଇନ୍‌ସୁଲିନର ଇଂଜେକ୍ସନ୍‌କୁ ଷ୍ଟୋରେଜ୍‌ କରିବା ସମ୍ପର୍କରେ ଜ୍ଞାନ ରହିବା ଆବଶ୍ୟକ । ଏଭଳି ଡାଇବେଟିସ ରୋଗୀମାନଙ୍କୁ ଇନ୍‌ସୁଲିନ ବଣ୍ଟନ କାଉଣ୍ଟରରେ ଇନ୍‌ସୁଲିନକୁ ଆଇସ୍ ପ୍ୟାକ୍‌ ସହ ଭଲ ଭାବରେ ପ୍ୟାକିଂ କରି ଇଂଜେକ୍ସନ ପ୍ରଦାନ କରାଯିବ ଯାହାଦ୍ବାରା ନିର୍ଦ୍ଧାରିତ ମାନକ ତାପମାତ୍ରାରେ ଇନ୍‌ସୁଲିନ ସନ୍ତୁଳିତ ରହିବ । ଆରମ୍ଭରୁ ରୋଗୀ ମାନଙ୍କୁ ଏକ ମାସର ଇନ୍‌ସୁଲିନ ଡୋଜ୍‌ ଦିଆଯିବ ଏବଂ ପ୍ରେସ୍କ୍ରାଇବ୍‌ କରିଥିବା ଡାକ୍ତର ଏହା ମଧ୍ୟ ଉଲ୍ଲେଖ କରିବେ କି ଉକ୍ତ ରୋଗୀଙ୍କୁ ସୁବିଧା କେନ୍ଦ୍ର ତରଫରୁ ଏହି ଡୋଜ୍‌ ଯୋଗାଇ ଦିଆଯାଉଛି । ପରବର୍ତ୍ତୀ ସମୟରେ ଏହି ମାଗଣା ଇନ୍‌ସୁଲିନର ଅବଧିକୁ ତିନି ମାସ ଯାଏଁ ବଢ଼ାଇବାର ଯୋଜନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details