ନୂଆଦିଲ୍ଲୀ:ଆଜି ବିଶ୍ୱ ତମାଖୁ ନିଷେଧ ଦିବସ । ନିଶା ଦ୍ରବ୍ୟ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଜାଣିବା ସତ୍ତ୍ବେ ମଧ୍ୟ ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ତମାଖୁ ସେବନ କରିଥାନ୍ତି । ତେବେ ଏହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ମହିଳାମାନେ ଗର୍ଭଧାରଣକୁ ନେଇ ପ୍ଲାନିଂ କରିବା ପୂର୍ବରୁ ପ୍ରଥମେ ତମାଖୁ ବର୍ଜନ କରିବା ଆବଶ୍ୟକ । ନହେଲେ ଗର୍ଭଧାରଣ କିମ୍ବା ଛୁଆ ଜନ୍ମ ହେବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।
ଏନେଇ ୱୋକାର୍ଡ ହସ୍ପିଟାଲ୍, ପ୍ରସୂତି ବିଶେଷଜ୍ଞ ଡ. ରାଜଶ୍ରୀ ତାଇଶେ ଭାସଲେ କହିଛନ୍ତି,"ଧୂମପାନ ତ୍ୟାଗ କରିବାର ସର୍ବୋତ୍ତମ ସମୟ ଗର୍ଭଧାରଣର 4 ମାସ ପୂର୍ବରୁ । ଅର୍ଥାତ ଯେତେବେଳେ ଆପଣ ଗର୍ଭଧାରଣ କରିବା ପାଇଁ ଚାହୁଁଛନ୍ତି, ତାହାର 4 ମାସ ପୂର୍ବରୁ ତମାଖୁ ବର୍ଜନ କରିବା ନିହାତି ଆବଶ୍ୟକ ।"
ଅନ୍ୟପଟେ ନୋଏଡା ମଦରହୁଡ ହସ୍ପିଟାଲର ପ୍ରସୂତି ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମଞ୍ଜୁ ଗୁପ୍ତାଙ୍କ କହିବା ଅନୁସାରେ, "ମହିଳାମାନେ ତମାଖୁ ସେବନ କରିବା ଦ୍ବାରା ଗର୍ଭଧାରଣରେ ବାଧା ଉପୁଜି ପାରେ । ଓଭାରିରେ ସମସ୍ୟା ହୋଇପାରେ । ମହିଳାଙ୍କ କ୍ଷେତ୍ରରେ ପରିପକ୍ବ ଡିମ୍ବାଣୁ ହୋଇପାରେ ନାହିଁ ।" ତେବେ ତମାଖୁ ସେବନ ଦ୍ବାରା ଗର୍ଭଧାରଣର ପ୍ରୟାସ, ଗର୍ଭାବସ୍ଥା ଏବଂ ଛୁଆଜନ୍ମ ହେବା ମଧ୍ୟ ସମସ୍ୟା ଉପୁଜିପାରେ ।
ଗର୍ଭଧାରଣର ନଅ ମାସ ମଧ୍ୟରେ ଜଣେ ମହିଳା ଧୁମ୍ରପାନ କରିଥାଏ, ତେବେ ଭ୍ରୁଣର ବିକାଶରେ ବାଧା ସୃଷ୍ଟିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ଧ୍ରୁମପାନ ନୁହେଁ ବରଂ ଆଖପାଖରେ କେହି ଧୂମ୍ରପାନ କରିବା ଦ୍ବାରା ପରୋକ୍ଷ ଭାବେ ଗର୍ଭବତୀ ମହିଳାଙ୍କ ପ୍ରଭାବ ପଡିଥାଏ । ସିଗାରେଟ ଟାଣିବା ଦ୍ବାରା ଏହି ଧୂଆଁ ଘଣ୍ଟାଏ ଧରି ଘରେ ରହିପାରେ । ତେଣୁ ଗର୍ଭାବସ୍ଥାରେ ସିଗାରେଟ, ବିଡି ଧୂଆଁ ଠାରୁ ଗର୍ଭବତୀଙ୍କୁ ଦୂରେଇ ରଖାଯିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।