ଓଡିଶା

odisha

ETV Bharat / sukhibhava

ବୟସ ସହ ମାନସିକ ସୁସ୍ଥତା ବଜାୟ ରଖେ ଶାରୀରିକ କାର୍ଯ୍ୟ: ରିପୋର୍ଟ - ମସ୍ତିଷ୍କ ଉପରେ ବ୍ୟାୟାମର ପ୍ରଭାବ

ବୟସ ବୃଦ୍ଧି ହେବା ସହ ଦେଖାଦିଏ ଅନେକ ମାନସିକ ସମସ୍ୟା । ଏଥିରୁ ବର୍ତ୍ତିବା ପାଇଁ ଶାରୀରିକ କାର୍ଯ୍ୟକଳାପ ନିହାତି ଆବଶ୍ୟକ । କିପରି ବୟସ ବଢିବା ସହ ମାନସିକ ସୁସ୍ଥତାକୁ ବଜାୟ ରଖିହେବ ସେ ସମ୍ପର୍କରେ ଏହି ଅନୁସନ୍ଧାନରେ ବର୍ଣ୍ଣନା କରାଯାଇଛି । ଅଧିକ ପଢନ୍ତୁ

ବୟସ ସହ ମାନସିକ ସୁସ୍ଥତା ବଜାୟ ରଖେ ଶାରୀରିକ କାର୍ଯ୍ୟ: STUDY
ବୟସ ସହ ମାନସିକ ସୁସ୍ଥତା ବଜାୟ ରଖେ ଶାରୀରିକ କାର୍ଯ୍ୟ: STUDY

By

Published : Mar 29, 2022, 8:04 PM IST

ହାଇଦ୍ରାବାଦ:ବୟସ ବଢିବା ସହିତ ମାନସିକ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଅନେକଙ୍କ ସ୍ମରଣ ଶକ୍ତି ହ୍ରାସ ପାଇବା ଭଳି ସମସ୍ୟା ଦେଖାଦିଏ । ତେବେ ବୟସ ବୃଦ୍ଧି ସହିତ କିପରି ମାନସିକ ସୁସ୍ଥତାକୁ ବଜାୟ ରଖିହେବ ଏହା ଉପରେ ଜର୍ଜିଆ ୟୁନିଭିର୍ସିଟି ଏକ ଗବେଷଣା କରିଥିଲା । ଏଥିରୁ ଜଣାପଡ଼ିଛି ଯେ ଶାରୀରିକ କାର୍ଯ୍ୟକଳାପ ବଜାୟ ରଖିଲେ ଏଥିରୁ ମୁକ୍ତି ମିଳିଥାଏ । ବୟସାଧିକ ଲୋକମାନେ ମଧ୍ୟ ଶାରୀରିକ କାର୍ଯ୍ୟକଳାପ କରିବା ଆବଶ୍ୟକ । ଏହି ଅନୁସନ୍ଧାନ ସମ୍ପର୍କରେ 'Sport Sciences for Health' ପତ୍ରିକାରେ ପ୍ରକାଶିତ ହୋଇଥିଲା ।

ଏହି ଅନୁସନ୍ଧାନରେ ଏହା କୁହାଯାଇନି ଯେ ବୟସ୍କ ବ୍ୟକ୍ତିମାନେ ବାହାରକୁ ଯାଇ ଅଧିକ ଦୌଡ଼ାଦୌଡ଼ି କରନ୍ତୁ । କିନ୍ତୁ ଘରେ ବସି ରହିବା ଅପେକ୍ଷା ବାହାରକୁ ବାହାରନ୍ତୁ । ଏହାସହ କିଛି ସମୟ ଖୋଲା ପରିବେଶର ସମୟ ଅତିବାହିତ କରନ୍ତୁ । ଘର ବଗିଚାରେ କାମ କରନ୍ତୁ । ବୟସ ବଢିଲେ କାହା ଉପରେ ନିର୍ଭର କରିବା ଅପେକ୍ଷା ଯଥାସମ୍ଭବ ନିଜ କାମ ନିଜ କରନ୍ତୁ । ଏପରି କରିବା ଦ୍ବାରା ମାନସିକ ସୁସ୍ଥତା ବଜାୟ ରହିଥାଏ ବୋଲି ଏହି ଅନୁସନ୍ଧାନର ମୁଖ୍ୟ ଲେଖକ ମରିସା ଗନିଏଟ କହିଛନ୍ତି । ମରିସା ଫ୍ରାଙ୍କଲିନ କଲେଜ ଏଫ ଆର୍ଟ୍ସ ଆଣ୍ଡ ସାଇନ୍ସର ମନସ୍ତତ୍ତ୍ବବିତରେ ନିକଟରେ ସ୍ନାତକତ୍ତୋର ହାସଲ କରିଛନ୍ତି ।

  • ବ୍ୟାୟାମ ମସ୍ତିଷ୍କ କାର୍ଯ୍ୟରେ ଆଣେ ଉନ୍ନତି

ଅଧ୍ୟୟନରେ 51 ବୟସ୍କ ବ୍ୟକ୍ତିଙ୍କ ଶାରୀରିକ କାର୍ଯ୍ୟକଳାପ ଏବଂ ଫିଟନେସ୍ ଉପରେ ନଜର ରଖିଥିଲା । ଅଂଶଗ୍ରହଣକାରୀମାନେ ଜ୍ଞାନଗତ କାର୍ଯ୍ୟକଳାପକୁ ମାପିବା ପାଇଁ ନିର୍ଦ୍ଦିଷ୍ଟ ଭାବରେ ପରୀକ୍ଷଣ କରିଥିଲେ ଏବଂ ମସ୍ତିଷ୍କର କାର୍ଯ୍ୟକାରିତାକୁ ଆକଳନ କରିବା ପାଇଁ MRI କରିଥିଲେ । ସେମାନେ ଏକ ଉପକରଣ ମଧ୍ୟ ପିନ୍ଧିଥିଲେ ଯାହାକି ଅଂଶଗ୍ରହଣକାରୀଙ୍କ ଶାରୀରିକ କାର୍ଯ୍ୟକଳାପର ତୀବ୍ରତା, ଷ୍ଟେପ ସଂଖ୍ୟା(କେତେ ପାଦ ଚାଲିଛନ୍ତି) ଏବଂ ଦୂରତା ମାପିଥାଏ ।

ଅନୁସନ୍ଧାନକାରୀମାନେ ୬ ମିନିଟ ୱାକିଂ ଟେଷ୍ଟ ନେଇଥିଲେ । ଏହା ମାଧ୍ୟମରେ ଫିଟନେସର ମୂଲ୍ୟାଙ୍କନ କରିଥିଲେ । ଯେଉଁଥିରେ ଅଂଶଗ୍ରହଣକାରୀମାନେ ସମୟ ସୀମା ମଧ୍ୟରେ ଯଥାସମ୍ଭବ ଦୂରତା ଅତିକ୍ରମ କରିବାକୁ ଯଥାଶୀଘ୍ର ଚାଲିଥିଲେ । ବ୍ୟାୟାମ ସବୁବେଳେ ମସ୍ତିଷ୍କର ସୁସ୍ଥତା ବଜାୟ ରଖେ । ଏଥିଲାଗି ପ୍ରତିଦିନ ବ୍ୟାୟାମ କରିବା ଉଚିତ ।

  • ଶାରୀରିକ କାର୍ଯ୍ୟକଳାପ ବ୍ରେନ ନେଟୱର୍କରେ ଆଣେ ଉନ୍ନତି

ମସ୍ତିଷ୍କ ମଧ୍ୟରେ ଅନେକ ନେଟୱର୍କ ରହିଥାଏ । ଏହି ନେଟୱାର୍କଗୁଡ଼ିକ ପରସ୍ପରକୁ ସୂଚନା ପଠାଇ ନିରନ୍ତର ଯୋଗାଯୋଗରେ ରହିଥାନ୍ତି । କିନ୍ତୁ ମସ୍ତିଷ୍କର ବିଭିନ୍ନ ଅଂଶ ବିଭିନ୍ନ ସମୟରେ ସକ୍ରିୟ ଥାଏ । ଶରୀର ବିଶ୍ରାମ ନେଉଥିବା ସମୟରେ ମଧ୍ୟ କିଛି ନେଟୱାର୍କ କାର୍ଯ୍ୟ କରୁଥାଏ । ନେଟୱାର୍କଗୁଡ଼ିକ ମଧ୍ୟରୁ ଗୋଟିଏ ସକ୍ରିୟ ଥିବାବେଳେ ଅନ୍ୟଟି ବନ୍ଦ ହେବା ଉଚିତ । ଯଦି ଏପରି ହେଉନାହିଁ ତେବେ ଏହା ଏକ ସଙ୍କେତ ଯେ ଜଣେ ବ୍ୟକ୍ତିର ମସ୍ତିଷ୍କ ଯେପରି କାମ କରିବା ଉଚିତ ସେପରି କାର୍ଯ୍ୟ କରୁନାହିଁ ।

ଏହି ଅଧ୍ୟୟନରେ ପ୍ରଥମ କରି ମସ୍ତିଷ୍କର ନେଟୱାର୍କ ସହିତ ଶାରୀରିକ କାର୍ଯ୍ୟକଳାପର ପ୍ରଭାବ ଉପରେ ଅନୁସନ୍ଧାନ କରାଯାଇଛି । ବୟସ୍କ ବ୍ୟକ୍ତିମାନେ ଯଦି ବାହାରକୁ ଯାଇପାରୁନାହନ୍ତି ତେବେ ଘର ଭିତରେ ସିଡ଼ିରେ ଉପର ତଳ ହେବା, ବସିବା ଉଠିବା ଭଳି ମଧ୍ୟ ବ୍ୟାୟାମ କରିପାରିବେ ।

@ANI

ABOUT THE AUTHOR

...view details