ପେଲଭିକ୍ ଅର୍ଗାନ ପ୍ରୋଲାପ୍ସ କ’ଣ ?
ଆନ୍ତର୍ଜାତିକ ଗାଇନକୋଲୋଜି ଆସୋସିଏସନ ଅନୁସାରେ ପେଲଭିକ ଅର୍ଗାନ ପ୍ରୋଲାପ୍ସ ( ପିଓପି ) ହେଉଛି ମହିଳାମାନେ ପେଲଭିକ୍ ଅର୍ଗାନ କ୍ଷେତ୍ରରେ ଅନୁଭବ କରୁଥିବା ଏକ ଭିନ୍ନ ଧରଣର କାର୍ଯ୍ୟାବଳୀ । ପିଓପି ପୀଡିତା ମହିଳା ଅନୁଭବ କରନ୍ତି ଯେ, ସତେଯେପରି ତାଙ୍କ ପେଲଭିକରୁ ଅଂଗପ୍ରତ୍ୟଙ୍ଗ ସବୁ ପତନ ହେଉଛି । ବିଭିନ୍ନ ପ୍ରକାର ପିଓପି ରହିଛି । ପେଲଭିକ୍ ପୋଜିସନ ଉପରେ ଏହା ନିର୍ଭର କରେ । ଷ୍ଟେଜ୍ -୧ ଓ ଷ୍ଟେଜ୍ -୨ ପିଓପିରେ ଲକ୍ଷଣ କିଛି ନ ଥାଏ । ତେଣୁ ପିଓପି ହେଲେ ବି ମହିଳାମାନେ ଏ ବାବଦରେ ଅଜ୍ଞ ରହିଥାନ୍ତି । ଯଦି ପେଲଭିକ୍ ଅଙ୍ଗପ୍ରତ୍ୟଙ୍ଗ ନିମ୍ନଗାମୀ ନ ହେବା ପର୍ଯ୍ୟନ୍ତ ମହିଳାମାନେ ପିଓପିର ଲକ୍ଷଣ ଅନୁଭବ କରିପାରନ୍ତି ନାହିଁ । ଆଉ ଏହି ଲକ୍ଷଣ ପିଓପିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହିଁ ଦେଖାଦେଇଥାଏ । ଅନେକ ମହିଳା ଯନ୍ତ୍ରଣା ବିଷୟରେ ଅଭିଯୋଗ ତ କରନ୍ତି ନାହିଁ । କିନ୍ତୁ ସେମାନେ ଆଦୌ ସହଜ ମନେକରନ୍ତି ନାହିଁ । ଏଭଳି ସ୍ଥିତି ମହିଳାମାନଙ୍କୁ ଭାରି ଅଡୁଆ ଲାଗେ । ଶରୀରରୁ ଅଂଗପ୍ରତ୍ୟଙ୍ଗ ଖସିପଡିବା ଭଳି ଲାଗିବା ନିଶ୍ଚିତ ଭାବେ ମହିଳାଙ୍କ ପାଇଁ ଏକ ଭୟଙ୍କର ଅନୁଭବ । ତେବେ ପିଓପିର ଷ୍ଟେଜ୍ -୩ କି ୪ ମଧ୍ୟ ଜରୁରୀ ପରିସ୍ଥିତି ନୁହେଁ । ମହିଳାମାନଙ୍କୁ ଆଶ୍ୱାସନା ଦିଆଯାିପାରିବ ଯେ,ଯାହା ହେଲେ ବି ଶରୀରରୁ ଅଂଗପ୍ରତ୍ୟଙ୍ଗ ଖସିପାରିବ ନାହିଁ ।
କାହିଁକି ଏମିତି ଘଟେ ?
ପ୍ରୋଲାପ୍ସ ହଠାତ୍ ଘଟେ ନାହିଁ । ଯେଉଁ ମହିଳାମାନେ ଏକାଧିକ ଗର୍ଭଧାରଣ କରିସାରିଥିବେ ଓ କୋଷ୍ଠକାଠିନ୍ୟରେ ପୀଡିତ ଥିବେ, ସେମାନେ ଏହି ପ୍ରୋଲାପ୍ସ ଅନୁଭବ କରିବେ । ବ୍ଲାଡର, ୟୁଟେରାସ ଓ ରେକ୍ଟମକୁ ନିଜ ନିଜ ସ୍ଥାନରେ ଏକାଠି ରଖୁଥିବା ଯୋଡ ଦୁର୍ବଳ ହୋଇଗଲେ ମହିଳାମାନଙ୍କୁ ପ୍ରୋଲାପ୍ସ ହୁଏ । ଯେଉଁ ମହିଳାମାନେ ସେମାନଙ୍କ କାମରେ ଓଜନିଆ ବସ୍ତୁ ଉଠାଇଥାଆନ୍ତି, ସେମାନଙ୍କର ଆବଡୋମିନାଲ ପ୍ରେସର୍ ବୃଦ୍ଧି ହେବା ସମ୍ଭାବନା ଅଧିକ ଥାଏ । ତେଣୁ ସେହି ମହିଳାମାନଙ୍କଠାରେ ବି ପ୍ରୋଲାପ୍ସ ଦେଖାଯାଏ । କିଛି ଜନ୍ମଜାତ ସମସ୍ୟା ଯୋଗୁଁ ବି ପ୍ରୋଲାପ୍ସ ଅନୁଭୂତ ହୁଏ । ଟିସୁ ଡିଜଅର୍ଡର, ନ୍ୟୁରୋଲୋତିକାଲ ଓ ବୟସ ସଂପର୍କିତ ସମସ୍ୟା ଏହାର କାରଣ । ବୟସ ବଢିବା ସହ ମହିଳାଙ୍କ ହରମୋନ ସ୍ତର ବା ଏଷ୍ଟ୍ରୋଜେନ୍ ସ୍ତର ହ୍ରାସ ପାଏ । ଏହାଦ୍ୱାରା ଭାଜିନାଲ ୱାଲ୍ରେ ଶିଥିଳତା ଆସିଯାଏ । ପରିସ୍ମ ସ୍ୱରୂପ ପ୍ରୋଲାପ୍ସ ସୃଷ୍ଟି ହୁଏ । ପ୍ରୋଲାପ୍ସ ବଂଶାନୁକ୍ରମିକ ବି ହୋଇଥାଏ । ଯୋନିରେ ପୂର୍ଣ୍ଣତା ଓ ଗରିଷ୍ଠତା ଅନୁଭବ ହୁଏ । ଅଂଗର ନିମ୍ନଗତି ଅଡୁଆ ସୃଷ୍ଟିକରେ । ବାରମ୍ବାର ପରିସ୍ରା , ଲିକେଜ୍ ଓ ଲଗାତାର ଝାଡା ଫେରିବା ଆଦି ସମସ୍ୟା ଦେଖାଯାଏ । ଏସବୁ ସମସ୍ୟା ମହିଳାଙ୍କୁ ପ୍ରଭାବିତ କରିଥାଏ ।
ଚିକିତ୍ସା
ଜଣେ ଗାଇନୋକୋଲୋଜିଷ୍ଟ ବା ୟୁରୋଗାଇନୋକୋଲୋଜିଷ୍ଟ ପେସାରୀର ପ୍ରେସକ୍ରାଇବ କରିବେ, ଯାହା କି ଯୋନି ଜରିଆରେ ପଶାଯାଇ ପେଲଭିକ ଅବତରଣକୁ ରୋକାଯାଇପାରିବ । ଏଷ୍ଟ୍ରୋଜେନ ବଟିକା ଖାଇଲେ ବି ସୁସ୍ଥ ଯୋନି ମାଂସପେଶୀ ବଜାୟ ରଖିହେବ । ଯଦି ଦରକାର ପଡେ, ତାହା ହେଲେ ସର୍ଜରୀ କରାଯିବା ଉଚିତ ।