ଓଡିଶା

odisha

ETV Bharat / sukhibhava

କାହିଁକି ଗର୍ଭବତୀଙ୍କୁ ଅମୃତଭଣ୍ଡା ସେବନ ବାରଣ ହୁଏ, ଜାଣନ୍ତୁ

ଅମୃତଭଣ୍ଡା ସ୍ବାସ୍ଥ୍ୟ ଉପକାରୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଗର୍ଭବତୀଙ୍କୁ ଖାଇବାକୁ ବାରଣ କରାଯାଏ । ଏହା ପଛର କାରଣ କଣ, ଜାଣନ୍ତୁ...

papaya
papaya

By

Published : Feb 19, 2023, 7:54 AM IST

ହାଇଦ୍ରାବାଦ: ଗର୍ଭବତୀ ମହିଳାମାନଙ୍କୁ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିଥାଏ । କାରଣ ଗର୍ଭଧାରଣ ଏପରି ଏକ ସୂକ୍ଷ୍ମ ସମୟ, ଯେତେବେଳେ ଏକ ଛୋଟ ଭୁଲ ମଧ୍ୟ ଗର୍ଭପାତ କରାଇପାରେ । ଏଥିପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ଉଭୟ ଶାରୀରିକ ଓ ମାନସିକ ଅସୁସ୍ଥତାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏହି ସମୟରେ କ'ଣ ଖାଇବା ଏବଂ କ'ଣ ନଖାଇବା ଉଚିତ୍ ସେଥିପ୍ରତି ସଚେତନ ରହିବା ଆବଶ୍ୟକ । ଯଦି ଆପଣ ଗର୍ଭବତୀ ଅଛନ୍ତି କିମ୍ବା ଗର୍ଭଧାରଣ ପାଇଁ ଯୋଜନା କରୁଛନ୍ତି, ତେବେ ଆଜିର ଆର୍ଟିକିଲ୍ ଉପକାରୀ ସାବ୍ୟସ୍ତ ହୋଇପାରେ...

papaya good or bad for pregnant women

ଏହା ମଧ୍ୟ ପଢନ୍ତୁ:-ଆଶ୍ଚର୍ଯ୍ୟ କରାଇଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ, ଏହି ରାଜ୍ୟରେ ପ୍ରତି 6ରେ ଜଣେ ଗର୍ଭବତୀ

ପ୍ରକୃତିରୁ ମିଳୁଥିବା ବିଭିନ୍ନ ଫଳ ଓ ପନିପରିବାରେ କିଛିନା କିଛି ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଥାଏ । ମାତ୍ର ସମସ୍ତଙ୍କ ଉପରେ ଏହାର ସମାନ ପ୍ରଭାବ ପଡିନଥାଏ । ସେଥିମଧ୍ୟରୁ ଅମୃତଭଣ୍ଡା ଅନ୍ୟତମ । ଗର୍ଭବତୀ ମହିଳାଙ୍କୁ ସାଧାରଣତଃ ଅମୃତଭଣ୍ଡା ଖାଇବାକୁ ମନାକରାଯାଏ ବୋଲି ଶୁଣିଥିବେ ନିଶ୍ଚୟ । ସେହିପରି ଅଙ୍ଗୁର ମଧ୍ୟ ବାରଣ କରାଯାଇଥାଏ । କୁହାଯାଏ ଯେ, ଅଙ୍ଗୁରୁ ଚୋପା ହଜମ ହୋଇନଥାଏ । ଧନିଆ ପତ୍ରକୁ ନେଇ ମଧ୍ୟ ଗର୍ଭପାତ ସନ୍ଦେହ କରାଯାଏ । ତେବେ ଗର୍ଭବତୀ ମହିଳାମାନଙ୍କୁ ଅମୃତଭଣ୍ଡା ଖାଇବାକୁ କାହିଁ ବାରଣ କରାଯାଏ, ଏ ପ୍ରଶ୍ନ ମନରେ ଉଙ୍କି ମାରୁଥିବ ନିଶ୍ଚୟ । ଏହାର କାରଣ କଣ, ଜାଣନ୍ତୁ...

କାହିଁକି ଗର୍ଭବତୀ ମହିଳାମାନେ ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ ?

ଗର୍ଭାବସ୍ଥାରେ ଅମୃତଭଣ୍ଡା ଖାଇବାକୁ ନେଇ ଅନେକ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ । କୁହାଯାଏ ଗର୍ଭବତୀ ମହିଳାଙ୍କ ପାଇଁ ପାଚିଲା ଅମୃତଭଣ୍ଡା ଭଲ । କିନ୍ତୁ କଞ୍ଚା ଅମୃତଭଣ୍ଡା ଭଲ ନୁହେଁ । ପାଚିଲା ଅମୃତଭଣ୍ଡାରେ ବିଟା କାରୋଟିନ୍, କଲିନ୍, ଫାଇବର, ଫୋଲେଟ୍, ପୋଟାସିୟମ୍, ଭିଟାମିନ୍ ଏ, ବି ଏବଂ ସି ଥାଏ । ସେହିପରି କଞ୍ଚା ଅମୃତଭଣ୍ଡାରେ, ଲାଟେକ୍ସ, ପେପେନ୍ ଥାଏ । ତେବେ ଏହି ଲାଟେକ୍ସ ଗର୍ଭବତୀ ମହିଳାଙ୍କ ପାଇଁ ହାନିକାରକ ହୋଇପାରେ । ଏହା ଗର୍ଭାଶୟ ସଂକୋଚନକୁ ଟ୍ରିଗର କରିପାରେ, ଯେଉଁ କାରଣରୁ ଲେବର୍ ପେନ୍ ହୋଇପାରେ । କଞ୍ଚା ଅମୃତଭଣ୍ଡାରେ ପେପେନ୍ ଥାଏ, ଯାହା ଭୃଣକୁ ସପୋର୍ଟ କରୁଥିବା ଗୁରୁତ୍ୱପୂର୍ଣ୍ଣ ଝିଲ୍ଲୀକୁ ଦୁର୍ବଳ କରିପାରେ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details