ଓଡିଶା

odisha

ETV Bharat / sukhibhava

ମେଦବହୁଳ ମହିଳା ପୁରୁଷଙ୍କ ତୁଳନାରେ ଦୀର୍ଘ କୋଭିଡ ଲକ୍ଷଣ ଭୋଗି ପାରନ୍ତି - long covid symptoms

ଏକ ନୂତନ ଅନୁସନ୍ଧାନ ଅନୁସାରେ ମେଦବହୁଳ ଥିବା ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଦୀର୍ଘ କୋଭିଡ ଲକ୍ଷଣର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ(Overweight women more likely to experience long Covid than men) । ଅଧିକ ପଢନ୍ତୁ

ମେଦବହୁଳ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଦୀର୍ଘ କୋଭିଡ ଲକ୍ଷଣ ଭୋଗିପାରନ୍ତି
ମେଦବହୁଳ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଦୀର୍ଘ କୋଭିଡ ଲକ୍ଷଣ ଭୋଗିପାରନ୍ତି

By

Published : Dec 1, 2022, 2:07 PM IST

ଲଣ୍ଡନ: ଅଧିକ ଓଜନ ବିଶିଷ୍ଟ ମହିଳାମାନଙ୍କଠାରେ ପୁରୁଷଙ୍କ ଅପେକ୍ଷା ଦୀର୍ଘଦିନ ପର୍ଯ୍ୟନ୍ତ କୋଭିଡ ଲକ୍ଷଣ ଦେଖାଦେଇପାରେ (Overweight women more likely to experience long Covid than men) । ଯେପରିକି ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା, ଛାତି ଯନ୍ତ୍ରଣା, ଥକାପଣ, ସ୍ମୃତି ସମସ୍ୟା ଏବଂ ଚିନ୍ତା ପରି ଅନୁଭବ କରିବାର ସମ୍ଭାବନା ଅଧିକ ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ।

ବ୍ରିଟେନର ଇଷ୍ଟ ଆଙ୍ଗଲିଆ ବିଶ୍ୱବିଦ୍ୟାଳୟ(East Anglia University, UEA)ର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଅଧିକ ବଡି ମାସ୍ ଇଣ୍ଡେକ୍ସ(BMI) ରହିବା ଏହି ଅବସ୍ଥା ସହିତ ଜଡିତ ଏବଂ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଲଙ୍ଗ୍ କୋଭିଡ(ong Covid) ଲକ୍ଷଣ ଅନୁଭବ କରିବାର ସମ୍ଭାବନା ଅଧିକ । PLOS ଗ୍ଲୋବାଲ୍ ପବ୍ଲିକ୍ ହେଲଥ୍ ପତ୍ରିକାରେ ପ୍ରକାଶିତ ଏହି ଗବେଷଣାରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଦୀର୍ଘ ସମୟ ଧରି କୋଭିଡରେ ସଂକ୍ରମିତ ଥିବା ବ୍ୟକ୍ତିମାନେ ଶୀଘ୍ର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ତୁଳନାରେ ଅତିରିକ୍ତ, ଏପରିକି ଅନେକ ସମୟରେ ଚିରସ୍ଥାୟୀ ଚିକିତ୍ସା ଆବଶ୍ୟକ କରନ୍ତି ।

UEA ର ନୋରୱିଚ୍ ମେଡିକାଲ୍ ସ୍କୁଲର ପ୍ରଫେସର ୱାସିଲିଓସ୍ ୱାସିଲିଓ କହିଛନ୍ତି ଯେ, ଲଙ୍ଗ୍ କୋଭିଡ୍ ଏକ ଜଟିଳ ଅବସ୍ଥା, ଯାହା କୋଭିଡ୍ ସମୟରେ କିମ୍ବା ପରେ ବିକଶିତ ହୁଏ । ସଂକ୍ରମଣର 12 ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଲକ୍ଷଣ ଜାରି ରହିଲେ ତାହାକୁ ଲଙ୍ଗ୍ କୋଭିଡ୍ ଶ୍ରେଣୀଭୂକ୍ତ କରାଯାଏ । ନିଶ୍ବାସ-ପ୍ରଶ୍ବାସ ନେବାରେ କଷ୍ଟ, କାଶ, ହୃଦ୍ ସ୍ପନ୍ଦନ ବୃଦ୍ଧି, ମୁଣ୍ଡବିନ୍ଧା ଏବଂ ପ୍ରବଳ ଥକ୍କା ଏହାର ସବୁଠାରୁ ଗମ୍ଭୀର ଲକ୍ଷଣ ।

ୱାସିଲିଓ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା କିମ୍ବା କଠିନତା, ମସ୍ତିଷ୍କ ଅସ୍ତିରତା, ଅନିଦ୍ରା, ମୁଣ୍ଡ ବୁଲାଇବା, ଗଣ୍ଠି ଯନ୍ତ୍ରଣା, ଉଦାସୀନତା ବା ଚିନ୍ତା, ଟିନ୍ନାଇଟସ୍, ଭୋକ ହ୍ରାସ, ମୁଣ୍ଡବିନ୍ଧା ଏବଂ ଗନ୍ଧ କିମ୍ବା ସ୍ୱାଦର ପରିବର୍ତ୍ତନ ହୋଇପାରେ । ତେବେ ଟିନ୍ନାଇଟସ୍(Tinnitus) ହେଉଛି ଏକ ଅବସ୍ଥା, ଯେତେବେଳେ ଜଣେ ବ୍ୟକ୍ତି ଗୋଟିଏ କିମ୍ବା ଉଭୟ କାନରେ କିଛି ଶବ୍ଦ କିମ୍ବା କୋଳାହଳ ହେଉଥିବା ଭଳି ଅନୁଭବ କରନ୍ତି, ମାତ୍ର ଏହାକୁ ଅନ୍ୟକେହି ଶୁଣିପାରନ୍ତି ନାହିଁ ।

ଅର୍ଥାତ୍ ଏହା ସେମାନଙ୍କ ଆଭ୍ୟନ୍ତରରେ ଘଟିଥାଏ । ଟିନ୍ନାଇଟସ୍ ଏକ ସାଧାରଣ ସମସ୍ୟା, ଏହା ପ୍ରାୟ 15% ରୁ 20% ଲୋକଙ୍କୁ ପ୍ରଭାବିତ କରିଥାଏ ଏବଂ ସାଧାରଣତଃ ବୟସ୍କଙ୍କ ଠାରେ ବିଶେଷ ଦେଖାଯାଏ ।

ଅନୁସନ୍ଧାନକାରୀ ଦଳ ନର୍ଫାଲ୍କ(Norfolk)ରେ ରୋଗୀଙ୍କୁ ସର୍ଭେ କରିଥିଲେ, ଯେଉଁମାନେ 2020ରେ ଏକ କୋଭିଡ PCR ପରୀକ୍ଷାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ । ମୋଟ 1,487 ଲୋକ ଏକ ଅନଲାଇନ୍ ସର୍ଭେରେ ଅଂଶଗ୍ରହଣ କରିଥିଲେ ଯେଉଁଥିରେ ଦୀର୍ଘ କୋଭିଡ ଲକ୍ଷଣ ଯେପରିକି ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା, ଛାତି ଯନ୍ତ୍ରଣା, ଥକାପଣ, ସ୍ମୃତି ସମସ୍ୟା ଏବଂ ଚିନ୍ତା ପରି ଲକ୍ଷଣ ରହିଥିଲା ।

ୱାସିଲିଓ କହିଛନ୍ତି ଯେ, ଆମେ ଏକ କୌତୁହଳର ବିଷୟ ଜାଣିବାକୁ ପାଇଲୁ ଯେ, ପୁରୁଷଙ୍କ ଅପେକ୍ଷା ଅଧିକ ମହିଳାଙ୍କର ଦୀର୍ଘ କୋଭିଡ ଲକ୍ଷଣ ରହିଛି, ଯେଉଁମାନେକି ମେଦବହୁଳ ।" ଏହି ଟିମ୍ ଆହୁରି ମଧ୍ୟ ଜାଣିବାକୁ ପାଇଛି ଯେ, ଦୀର୍ଘ କୋଭିଡ ଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ଅପେକ୍ଷାକୃତ ତିନି ଗୁଣା ଅଧିକ ସ୍ୱାସ୍ଥ୍ୟ ସେବା ବ୍ୟବହାର କରିବାର ସମ୍ଭାବନା ଅଧିକ ରହିଛି ।

ABOUT THE AUTHOR

...view details