ଓଡିଶା

odisha

ETV Bharat / sukhibhava

Mango Overeating: ସ୍ବାଦ ଲୋଭରେ ଖାଆନ୍ତୁ ନାହିଁ ଅଧିକ ଆମ୍ବ, ଏହି ସମୟରେ ଖାଇବା ଆବଶ୍ୟକ - କେତେବେଳେ ଆମ୍ବ ଖାଇବାର ଉପଯୁକ୍ତ ସମୟ

ଆମ୍ବ ଖାଇବା ପାଇଁ ସମସ୍ତେ ଭଲ ପାଇଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଖାଇବା ପାଇଁ କେଉଁ ସମୟ ଉପଯୁକ୍ତ ? ପଢନ୍ତୁ ପୁରା ଖବର

Mango Overeating
Mango Overeating

By

Published : Jun 8, 2023, 12:48 PM IST

ହାଇଦ୍ରାବାଦ:ଆମ୍ବ... ନାଁ ଶୁଣିଲେ ହିଁ ପାଟିରେ ପାଣି ଆସିଯାଏ । ବାଇଗଣପଲି, ଆଖୁର, ସୁନ୍ଦରୀ, ଗୁଲାପଖ ଏବଂ ଅର୍କ ଭଳି ନାଲି ହଳଦିଆ ଟହଟହ ଆମ୍ବ କାହାକୁ ବା ଖାଇବାକୁ ଭଲ ନଲାଗେ । ଏହା ଅତ୍ୟନ୍ତ ଲୋକପ୍ରିୟ ଫଳ । ଗ୍ରୀଷ୍ମ ଋତୁରେ ଫଳଗୁଡିକ ମଧ୍ୟରେ ଯଦି ଲୋକମାନେ କୌଣସି ଫଳକୁ ଅଧିକ ଭଲ ପାଆନ୍ତି, ତେବେ ତାହା ଆମ୍ବ ଅଟେ । ସ୍ୱାଦରେ ପରିପୂର୍ଣ୍ଣ ଏହି ଆମ୍ବ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବେଳେବେଳେ ଲୋକେ ଇଚ୍ଛା ମୁତାବକ ଆମ୍ବ ଖାଇବା ଦ୍ବାରା ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡଥାଏ । ଆପଣ ଜାଣନ୍ତି କି ଆମ୍ବ ଖାଇବା ପାଇଁ ମଧ୍ୟ ଏକ ଉପଯୁକ୍ତ ସମୟ ଏବଂ ଓଜନ ଅଛି ? ପେଟ ବ୍ୟଥା ଏବଂ ଚର୍ମ କୁଞ୍ଚନ ଠାରୁ ଦୂରେଇ ରହିବା ପାଇଁ ଆମ୍ବ ଖାଇବା ପାଇଁ ସଠିକ୍ ସମୟ ଏବଂ ସଠିକ୍ ଉପାୟ ବିଷୟରେ ଜାଣନ୍ତୁ ।

କାହିଁକି ଆମ୍ବକୁ ଫଳର ରାଜା କୁହାଯାଏ: ଫଳର ରାଜା କୁହାଯାଉଥିବା ଆମ୍ବ ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ବର ଉତ୍ସ ଅଟେ । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଆମ୍ବ ପ୍ରୋଟିନ୍, ଫାଇବର, ଭିଟାମିନ୍ ସି, କପର, ଫୋଲେଟ୍, ଭିଟାମିନ୍ ବି 6, ଭିଟାମିନ୍ ଏ, ଭିଟାମିନ୍ କେ, ଭିଟାମିନ୍ ଇ, ନିୟାସିନ୍, ପୋଟାସିୟମ୍, ରାଇବୋଫ୍ଲାଭିନ, ମ୍ୟାଗ୍ନେସିୟମ୍, ଥିଏମାଇନର ଏକ ଉତ୍କୃଷ୍ଟ ଉତ୍ସ ଅଟେ । ମଧୁମେହ ରୋଗୀମାନେ ମାନେ ଅଳ୍ପ ପରିମାଣରେ ଦେଶୀ ଆମ୍ବ ଖାଇପାରିବେ । ଏହି ଫଳରେ ରହିଛି ଅନେକ ଔଷଧୀୟ ଗୁଣ ରହିଛି । ତେଣୁ ଆମ୍ବକୁ ଫଳର ରାଜା କୁହାଯାଏ ।

କେତେବେଳେ ଆମ୍ବ ଖାଇବାର ଉପଯୁକ୍ତ ସମୟ: ନ୍ୟୁଟ୍ରୋସେନିଷ୍ଟଙ୍କ ଅନୁଯାୟୀ, ଆମ୍ବ ଖାଇବା ପାଇଁ “ମଧ୍ୟାହ୍ନ ଭୋଜନ” ହେଉଛି ଉପଯୁକ୍ତ ସମୟ, ଅର୍ଥାତ୍ ମଧ୍ୟାହ୍ନ ଭୋଜନ ଖାଇବାର କିଛି ସମୟ ପରେ ଆମ୍ବ ଖାଇପାରିବେ । ଆମ୍ବକୁ ସ୍ନାକ୍ସ ଭାବରେ ମଧ୍ୟ ଖାଇ ପାରିବେ । ଏହି ସମୟରେ ଖାଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ସ୍ବାଭାବିକ ରହିବ । ଖାଲି ପେଟରେ ଆମ୍ବ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ଶୀଘ୍ର ବଢିଯାଇଥାଏ । ସେଥିପାଇଁ ସକାଳେ ଖାଲି ପେଟରେ ଆମ୍ବ ନ ଖାଇବାକୁ ଚେଷ୍ଟା କରିବା ଉଚିତ୍ । ଯଦି ଆପଣ କିଛି ଖାଇବା ପରେ ଆମ୍ବ ଖାଆନ୍ତି, ତେବେ ଶର୍କରାର ସ୍ତର ଶୀଘ୍ର ବୃଦ୍ଧି ହୋଇନଥାଏ ।

ଖାଇବା ପୂର୍ବରୁ ଆମ୍ବକୁ ପାଣିରେ ଭିଜାଇବା ଉଚିତ: ନ୍ୟୁଟ୍ରୋସେନିଷ୍ଟଙ୍କ କହିବା ଅନୁସାରେ, ବଜାରରୁ ଆମ୍ବ କିଣିବା ପରେ ଏହାକୁ ତୁରନ୍ତ ଖାଇବା ଉଚିତ ନୁହେଁ କାରଣ ଆମ୍ବରେ ଫାଇଟିକ୍ ଏସିଡ୍ ନାମକ ଏକ ମଲିକ୍ୟୁଲ ରହିଥାଏ । ଆମ୍ବ ଖାଇବା ପୂର୍ବରୁ ଏହାକୁ ଅତିକମରେ ଅଧ ଘଣ୍ଟାରୁ 1 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡ଼ାଇ ରଖିବା ଉଚିତ । ଅଧିକ ପରିମାଣରେ ଫାଇଟିକ୍ ଏସିଡ୍ ଗ୍ରହଣ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଆମ୍ବକୁ ପାଣିରେ ରଖି କିଛି ସମୟ ଛାଡିଦେଲେ ପାଣି ଅତିରିକ୍ତ ଫାଇଟିକ୍ ଏସିଡ୍ ଶୋଷିନେଇଥାଏ ।

ଗୋଟିଏ ଦିନରେ କେତେ ଆମ୍ବ ଖାଇବା ଉଚିତ୍: ବେଙ୍ଗାଲୁରୁ ସିଏମଆଇ ହସ୍ପିଟାଲର ଡାକ୍ତର କହିଛନ୍ତି, ଗୋଟିଏ ଥରେ ପୁରା ଆମ୍ବ ଖାଇବା ପରିବର୍ତ୍ତେ ଦିନ ସାରା ଭିତରେ ଅଳ୍ପ ଅଳ୍ପ କରି ଗୋଟିଏ ଆମ୍ବ ଖାଆନ୍ତୁ । ଏଥିରେ ଫ୍ରୁକଟୋଜର ମାତ୍ରା ଅଧିକ ଥିବାରୁ ଏହା ରକ୍ତରେ ଶର୍କରା ସ୍ତରକୁ ବଜାୟ ରଖେ ।

ରାତ୍ରି ଖାଇବା ପରେ ଆମ୍ବ ଖାଆନ୍ତୁ ନାହିଁ: ଆମ୍ବକୁ ରାତ୍ରି ଭୋଜନ ପରେ ମିଠା ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ । ରାତିରେ ଆମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । ଏହା ଶୀଘ୍ର ରକ୍ତରେ ଶର୍କରା ସ୍ତରକୁ ବଢାଇଥାଏ, ଯେଉଁ କାରଣରୁ ମଧୁମେହ ହେବାର ଆଶଙ୍କା ବଢିପାରେ, ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଅଧିକ ବିପଦଜନକ ହୋଇପାରେ । ତେଣୁ ରାତ୍ରି ଭୋଜନ ପରେ ଆମ୍ବ ଖାଇବା ଉଚିତ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details