ହାଇଦ୍ରାବାଦ:ସାଧାରଣତଃ ନିଜ ପିଲାଙ୍କ ପ୍ରତି ପିତାମାତା ଅଧିକ ଯତ୍ନଶୀଳ ହୋଇ ଅତ୍ୟଧିକ ଅନୁଶାସନ କରନ୍ତି । ମାତ୍ର ଏହା ହୋଇଥାଏ ଘାତକ । ଆବଶ୍ୟକଠୁ ଅଧିକ ଆକଟ ପିଲାଙ୍କ ଆଚରଣଗତ ସମସ୍ୟା ସୃଷ୍ଟି କରିପାରେ । କିନ୍ତୁ ଆପଣ ଜାଣନ୍ତି କି ପିଲାଙ୍କର ପ୍ରତ୍ୟେକ ଭୁଲକୁ ଅଣଦେଖା କରିବା, ସେମାନଙ୍କ ପ୍ରତ୍ୟେକ ଠିକ୍ କିମ୍ବା ଭୁଲ ଅଭ୍ୟାସ ତଥା କାର୍ଯ୍ୟକୁ ସମର୍ଥନ କରିବା ମଧ୍ୟ ପିଲାମାନଙ୍କ ମଧ୍ୟରେ ଆଚରଣଗତ ସମସ୍ୟା ସୃଷ୍ଟି କରିପାରେ!
ମନସ୍ତତ୍ତ୍ବବିତ ଡ଼ ରେନୁକା ଶର୍ମା କହିଛନ୍ତି ଯେ ପିତାମାତାଙ୍କର ଅତ୍ୟଧିକ ଅନୁଶାସନ(Overptotective Behaviour) ଅର୍ଥାତ ପିତାମାତାଙ୍କ ଅଧିକ ହସ୍ତକ୍ଷେପ ପିଲାମାନଙ୍କ ଜୀବନରେ ପ୍ରଭାବ ପକାଇଥାଏ । ଏହା ପିଲାମାନଙ୍କର ମାନସିକ ସ୍ବାସ୍ଥ୍ୟ ଏବଂ ସେମାନଙ୍କର ଆଚରଣକୁ ବହୁଳ ଭାବରେ ପ୍ରଭାବିତ କରିପାରେ । ସେ ଆହୁରି କହିଛନ୍ତି ଯେ ଆବଶ୍ୟକଠାରୁ ଅଧିକ ଅନୁଶାସନ ତଥା ଆବଶ୍ୟକ ଠାରୁ ଅଧିକ ଅଣଦେଖା ଏହି ୨ଟି ଆଚରଣ ପିତାମାତାଙ୍କୁ 'ଆଦର୍ଶ ପିତାମାତା' ଶ୍ରେଣୀର ଅନ୍ତର୍ଭୁକ୍ତ କରିନଥାଏ ।
ପିତାମାତା ଏପରି କରିବା ଦ୍ବାରା ଶିଶୁଙ୍କ ଆତ୍ମବିଶ୍ବାସ, ନିର୍ଣ୍ଣୟ ନେବାର କ୍ଷମତା, କୌଣସି ଏକ ପ୍ରସଙ୍ଗକୁ ତର୍ଜମା କରିବାର କ୍ଷମତା, ଭୁଲ ଓ ଠିକକୁ ବୁଝିବା, ଅନ୍ୟ ସହିତ ବ୍ୟବହାର ଆଦି ପ୍ରଭାବିତ ହୋଇଥାଏ । ଏହି ସମସ୍ତ ଦିଗ ପ୍ରତି ପିତାମାତା ଦୃଷ୍ଟି ଦେଇ ନିଜ ସନ୍ତାନର ଲାଳନ ପାଳନ କରିବା ଆବଶ୍ୟକ । ଅତ୍ୟଧିକ ଅନୁଶାସନ ହେଉଛି ପିତାମାତାଙ୍କର ଏକ ପରିବେଶ ଯେଉଁଠାରେ ପିଲାଙ୍କ ଜୀବନ ଯେପରିକି ସେ, କେବେ ଏବଂ କେତେ ଖାଏ, ସେ କ’ଣ ପିନ୍ଧନ୍ତି, କେଉଁ ସାଙ୍ଗମାନଙ୍କ ସହିତ ଖେଳନ୍ତି, ସେ କ’ଣ ପଢନ୍ତି ଏବଂ ସମସ୍ତଙ୍କ ସହ କିପରି ବ୍ୟବହାର କରନ୍ତି ଏହା ପିତମାତା ବୁଝନ୍ତି ।