ହାଇଦ୍ରାବାଦ:ଓଭାରିଆନ ସିଷ୍ଟ ଝିଅମାନଙ୍କ ନିକଟରେ ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ପ୍ରାୟତଃ ଜାଣିନଥାନ୍ତି ଏହି ଓଭାରିଆନ ସିଷ୍ଟ କଣ ?କହିବାକୁ ଗଲେ ଓଭାରିର ଚାରିପାଖରେ ବେଲୁନ ଆକାରର ଗୋଲ ଗୋଲ ହୋଇଯାଇଥାଏ । ଏହାକୁ ସିଷ୍ଟ କୁହନ୍ତି । ଏହି ବେଲୁନ ଆକାରର ଗୋଲ ଭିତରେ ତରଳ ପଦାର୍ଥ ଭର୍ତ୍ତି ହୋଇ ରହିଥାଏ । ତେବେ ଏଠି ପ୍ରଶ୍ନ ଉଠେ ଏହା କଣ ପାଇଁ ହୋଇଥାଏ । ରିସର୍ଚ୍ଚରୁ ଜଣାପଡିଛି ଯେ, ଯେତେବେଳେ ମହିଳାମାନଙ୍କର ଋତୁସ୍ରାବ ହୋଇଥାଏ, ସେତେବେଳେ ହରମୋନରେ ପରିବର୍ତ୍ତନ ହୋଇ ଏହି ଓଭାରିଆନ ସିଷ୍ଟ ହୋଇଥାଏ ।
ପରବର୍ତ୍ତୀ ସମୟରେ କ୍ୟାନ୍ସର ହୋଇପାରେ ଓଭାରିଆନ ସିଷ୍ଟ: ଡାକ୍ତରଙ୍କ ଅନୁଯାୟୀ, ଯଦି ଓଭାରିଆନ୍ ସିଷ୍ଟର ଆକାର ଛୋଟ ହୋଇଥାଏ, ତେବେ ଏହା କ୍ଷତିକାରକ ନୁହେଁ ଏବଂ ଏହା ସମୟ ଅନୁସାରେ ଆପେ ଭଲ ହୋଇଯାଏ । କିନ୍ତୁ ଯଦି ଏହା ବୃଦ୍ଧି ପାଇବା ଆରମ୍ଭ କରେ ତେବେ ଏହା ବହୁତ ଚିନ୍ତାଜନକ ଅଟେ । ବଡ ହୋଇ ଏହା କର୍କଟ ରୋଗ କରିପାରେ । ଏକ ଫୋଲିକଲ୍ ହେଉଛି ଏକ ଛୋଟ ଥଳି ପରି ଗଠନ ଯାହା ପ୍ରତ୍ୟେକ ଥର ଋତୁସ୍ରାବ ସମୟରେ ବଢିଥାଏ । ଯେତେବେଳେ ଓଭାରିରୁ ଓଭର ବାହାରିଥାଏ ସେତେବେଲେ ଫୋଲିକଲ୍ ବଡ ହୋଇଥାଏ । କିନ୍ତୁ ଏହା ଦୁଇରୁ ତିନି ସପ୍ତାହ ମଧ୍ୟରେ ଅଦୃଶ୍ୟ ହୁଏ । ହରମୋନ୍ ପରିବର୍ତ୍ତନ, ଗର୍ଭଧାରଣ ଏବଂ ଏଣ୍ଡୋମେଟ୍ରିଓସିସ୍ ହେଉଛି କେତେକ କାରଣ ଯାହା ଏକ ଓଭାରିନ୍ ସିଷ୍ଟର ବିକାଶ କରିଥାଏ ।
ସିଷ୍ଟ କାରଣରୁ ଏହା ଦେଖାଯାଏ: କେତେକ ସିଷ୍ଟସ୍ ଆଲସର ଭଳି ହୋଇଥାଏ ଏବଂ କ୍ୟାନ୍ସର ହୋଇନଥାଏ । ଏହାର ସାଂଘାତିର ଲକ୍ଷଣ ମଧ୍ୟରେ ଋତୁସ୍ରାବର ସମୟରେ ପରିବର୍ତ୍ତନ ହୋଇଥାଏ । ଏହାସହ ତଳ ପେଟରେ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ । ପ୍ରତ୍ୟେକ ମହିଳା ସିଷ୍ଟର ଲକ୍ଷଣ ଭିନ୍ନ ହୋଇପାରେ । ଯେ କୌଣସି ମହିଳା ସିଷ୍ଟ କାରଣରୁ ସାମାନ୍ୟ କିମ୍ବା ପ୍ରବଳ ଯନ୍ତ୍ରଣା ଅନୁଭବ କରିପାରନ୍ତି । କିନ୍ତୁ ତଳ ପେଟ ଯନ୍ତ୍ରଣା ସମସ୍ତଙ୍କର ନିକଟରେ ଦେଖାଯାଇଥାଏ।
ଓଭାରିଆନ ସିଷ୍ଟର ପ୍ରକାରଭେଦ: