ଲକ୍ଷ୍ନୌ: ବର୍ତ୍ତମାନ ସମୟରେ କିଶୋରାବସ୍ଥାରେ ମଧ୍ୟ ମାନସିକ ରୋଗ ପ୍ରଭାବିତ କରୁଛି । ଅଧିକାଂଶ କିଶୋର ଏବଂ ଯୁବକମାନେ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଆସୁଛନ୍ତି । ତେବେ ଏହାର କାରଣ ଅନଲାଇନ୍ ଗେମ୍ ନିଶା ବୋଲି ଉତ୍ତର ପ୍ରଦେଶର ଏକ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ତଥା ଡାକ୍ତରଖାନାର ମୁଖ୍ୟ ଅଧୀକ୍ଷକ ଡ. ଦୀନେଶ ରାଠୋର କହିଛନ୍ତି(Online Game Side Effect) । ସେ କହିଛନ୍ତି ଯେ, ଅନଲାଇନ୍ ଗେମ୍, ଯେପରିକି ଅନଲାଇନ୍ ଲୁଡୋ, ପବ୍ଜି, ରୁମି ଇତ୍ୟାଦି ନିଶା ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି(Online game addiction is making children mentally ill) ।
ଡାକ୍ତର ଦିନେଶ କହିଛନ୍ତି ଯେ, ଆଗ୍ରାର ଜଣେ 35 ବର୍ଷୀୟ ବ୍ୟବସାୟୀ ମୋବାଇଲରେ ଅନଲାଇନ୍ ଗେମ୍ ସାଇଡ୍ରେ ଏକଦମ୍ ଅଭ୍ୟସ୍ତ ହୋଇଯାଇଥିଲେ । ସେ ଖେଳରେ ଜିତିବା ସହ ବୁହୁବାର ମଧ୍ୟ ପରାସ୍ତ ହୋଇଥିଲେ । ଫଳରେ ତାଙ୍କୁ ଆର୍ଥିକସ୍ତରରେ କ୍ଷତି ସହିବାକୁ ପଡିଥିଲା । ଯେଉଁଥିପାଇଁ ସେ ଅସ୍ଥିରତା, ସ୍ନାୟୁଗତ ସମସ୍ୟା ଏବଂ ବିରକ୍ତିକର ଅନୁଭବ କରିଥିଲେ । ତା’ପରେ ପରିବାର ଲୋକେ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଇଥିଲେ ।
ଅନଲାଇନ୍ ଗେମ୍ ନିଶାର ଶିକାର ଏବଂ ଏଥିରେ ଋଣଗ୍ରସ୍ତ ମାନସିକ ରୋଗର କାରଣ ବୋଲି ଜାଣିବାକୁ ପାଇଥିଲେ । ବର୍ତ୍ତମାନ ଚିକିତ୍ସା ପରେ ବ୍ୟବସାୟୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା ଡାକ୍ତର କହିଛନ୍ତି । ଚିକିତ୍ସା ପରେ ଏଭଳି ଯୁବକ ଓ କିଶୋରମାନେ ମଧ୍ୟ ସୁସ୍ଥ ହୋଇଯିବା ଏକ ଆରାମଦାୟକ ବିଷୟ ବୋଲି ଡାକ୍ତର କହିଛନ୍ତି । ସେହିପରି ଡାକ୍ତର ଦିନେଶ ଅନ୍ୟ ଜଣେ ମାନସିକ ରୋଗୀ ବାବଦରେ ବର୍ଣ୍ଣନା କରି କହିଛନ୍ତି ଯେ, ତାଜ୍ନଗରୀର ଜଣେ 11 ବର୍ଷୀୟ ଛାତ୍ର ମଧ୍ୟ ମୋବାଇଲରେ ଅନଲାଇନ୍ ଗେମ୍ ଖେଳିବାରେ ଅଭ୍ୟସ୍ତ ଥିଲେ । ଛାତ୍ର ଜଣକ ଟଙ୍କା ଖର୍ଚ୍ଚ କରି ଖେଳରେ ବାଜି ଲଗାଉଥିଲେ । ଏହା ପରେ ସେ ସାଙ୍ଗମାନଙ୍କଠାରୁ ଋଣ ନେଇ ଖେଳ ଖେଳିବା ଆରମ୍ଭ କଲେ । ଏହି କାରଣରୁ ସେ ଋଣଗ୍ରସ୍ତ ହୋଇ ନିଜ ଘରୁ ଚୋରି କରିବା ଆରମ୍ଭ କଲେ ।