ଓଡିଶା

odisha

ETV Bharat / sukhibhava

ଦଶ ଜଣଙ୍କ ମଧ୍ୟରୁ ଜଣେ ଶିଶୁକୁ ହେଉଛି ଏକଜେମା, ସତର୍କତା ଜରୁରୀ - ଏକଜେମାର ଲକ୍ଷଣ

Eczema precaution: 10 ଜଣଙ୍କ ମଧ୍ୟରୁ ଜଣେ ଶିଶୁକୁ ହେଉଛି ଏକଜେମା । ଶୀତ ଦିନରେ ଏହି ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ନିଅନ୍ତୁ ଯତ୍ନ ।

eczema in children
eczema in children

By ETV Bharat Odisha Team

Published : Nov 17, 2023, 4:47 PM IST

ହାଇଦ୍ରାବାଦ:ଅନେକ ସମୟରେ ଛୋଟ ଛୁଆଙ୍କ ଠାରେ ଏକଜେମା ସମସ୍ୟା ଦେଖାଯାଇଥାଏ । କେତେକ ଛୁଆଙ୍କର ଚର୍ମ ଶୁଷ୍କ ହେବା ସହିତ ଲାଲ ପଡିଯାଇଥାଏ । ଫଳରେ କୁଣ୍ଡିଆ ହୋଇଥାଏ ଏବଂ ଛୁଆମାନେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏହି ଚର୍ମ ସମସ୍ୟାକୁ ଏକଜେମା କୁହାଯାଇଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, 10 ଜଣ ଛୁଆଙ୍କ ମଧ୍ୟରୁ ଜଣେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏକଜେମାର କାରଣ ଅନେକ ରହିଥିଲେ ହେଁ ଫିଲାଗ୍ରୀନ ନାମକ ପ୍ରୋଟିନର ଅଭାବ ଯୋଗୁଁ ଏହି ସମସ୍ୟା ଅଧିକ ଦେଖାଯାଇଥାଏ । ଏହା ଦ୍ବାରା ଚର୍ମ ଶୀଘ୍ର ଶୁଷ୍କ ହୋଇଯାଇଥାଏ । ଜଳବାୟୁରେ ପରିବର୍ତ୍ତନ ସମୟରେ ଚର୍ମର ସହନଶୀଳ କ୍ଷମତା କମ ହୋଇଯାଇଥାଏ । ଫଳରେ ବ୍ୟାକ୍ଟେରିଆ ସଂକ୍ରମଣର ସମସ୍ୟା ବୃଦ୍ଧି ପାଇଥାଏ । ଶିଶୁଙ୍କ କ୍ଷେତ୍ରରେ ଏହି ସମସ୍ୟା ଶରୀରର କାନ୍ଧ, ମୁହଁ, ଗୋଡ ଇତ୍ୟାଦି ସ୍ଥାନରେ ଦେଖାଯାଇଥାଏ । ଯଦି ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ଟିପ୍ସ ଉପରେ ନଜର ପକାନ୍ତୁ ।

ଏହା ମଧ୍ୟ ପଢନ୍ତୁ: ବର୍ଷା ଋତୁରେ ବୃଦ୍ଧି ପାଉଛି ଏକଜେମା, ଏପରି କରିଲେ ପାଇବେ ମୁକ୍ତି

ସାବୁନ୍, ଡିଟରଜେଣ୍ଟ, ପରିବେଶ ପ୍ରଦୂଷଣ କିମ୍ବା ଖାଦ୍ୟ ଆଲର୍ଜି, ହରମୋନ୍ ପରିବର୍ତ୍ତନ ଏବଂ ଚର୍ମ ସଂକ୍ରମଣ ଦ୍ବାରା ସୃଷ୍ଟି ହୋଇପାରେ । ଆଷ୍ଟେଟୋଟିକ୍ ଏକଜେମାକୁ ଶୀତଦିନିଆ କୁଞ୍ଚନ ବା ୱିଣ୍ଟର ଇଚ୍ ମଧ୍ୟ କୁହାଯାଏ । ଶୀତଋତୁରେ, ଚର୍ମ ଶୁଷ୍କ ହୋଇପାରେ ଏବଂ କେତେକ କ୍ଷେତ୍ରରେ, ଫାଟିଯାଇଥାଏ । ଅତ୍ୟଧିକ ଶୁଷ୍କତା କାରଣରୁ କୁଣ୍ଡେଇ ହୋଇ ଘା' ମଧ୍ୟ ହୋଇପାରେ । ଏହାକୁ ରୋକିବା ପାଇଁ ପ୍ରଥମେ ଚର୍ମକୁ ହାଇଡ୍ରେଟ୍ ରଖିବା ହେଉଛି ପ୍ରାଥମିକ ଚିକିତ୍ସା ।

⚛ ଗାଧୋଇବା ସମୟରେ ମଶ୍ଚରାଇଜିଂ ସାବୁନ ବ୍ୟବହାର କରନ୍ତୁ । ଏହା ଦ୍ବାରା ଚର୍ମ ଅଧିକ ଶୁଷ୍କ ହେବ ନାହିଁ।

⚛ ଛୋଟଛୁଆଙ୍କୁ ଟାଇଟ୍‌ ପୋଷାକ ପିନ୍ଧାନ୍ତୁ ନାହିଁ । ଏହା ଦ୍ବାରା ଶରୀରରେ ଅନେକ ପ୍ରକାର ଚର୍ମ ସମସ୍ୟା ଦେଖାଯାଇଥାଏ ।

⚛ ଛୋଟଛୁଆଙ୍କର ନଖ ବଢିବାକୁ ଦିଅନ୍ତୁ ନାହିଁ । ଏହା ଦ୍ବାରା ଚର୍ମ ସମସ୍ୟା ବା ସଂକ୍ରମଣ ଦେଖାଯିବାର ସମ୍ଭାବନା ଅଧିକ ଦେଖାଯାଇଥାଏ । ତେଣୁ ନିୟମିତ ବ୍ୟବଧାନରେ ନଖ କାଟିବା ଉଚିତ୍‌ ବୋଲି କୁହାଯାଇଛି ।

⚛ ଯେଉଁ ଖାଦ୍ୟ ଉପରେ ଛୁଆଙ୍କର ଆଲର୍ଜି ରହିଛି, ସେଭଳି ଖାଦ୍ୟ ପଦାର୍ଥ ଠାରୁ ଛୁଆଙ୍କୁ ଦୂରେଇ ରଖନ୍ତୁ।

⚛ ସାଧାରଣତଃ ଛୁଆମାନେ ଅଧିକ ପାଣି ପିଇନଥାନ୍ତି । କିନ୍ତୁ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ। ଏଭଳି ସ୍ଥଳେ ଛୁଆଙ୍କୁ ଅଧିକ ପାଣି ପିଇବାକୁ ପରାମର୍ଶ ଦେବା ଦ୍ବାରା ଚର୍ମ ଶୁଷ୍କ ହୋଇନଥାଏ। ଡାକ୍ତରଙ୍କ ପରାମର୍ଶ ନେଇ ଛୁଆଙ୍କୁ ପାଣି ପିଇବା ପାଇଁ କୁହନ୍ତୁ।

⚛ ଚର୍ମରେ ଏକଜେମା ସମସ୍ୟା ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେଇ ଲୋସନ, ମେଡିସିନ, କ୍ରିମ ଇତ୍ୟାଦି ବ୍ୟବହାର କରିବା ଜରୁରୀ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details