ଓଡିଶା

odisha

ETV Bharat / sukhibhava

UN Report: 2021ରେ ପ୍ରତି ସାଢେ 4 ସେକେଣ୍ଡରେ ଯାଇଛି ଶିଶୁ-ଯୁବକଙ୍କ ଜୀବନ - ମୃତ୍ୟୁ ହାର ଉପରେ ଜାତିସଂଘ ରିପୋର୍ଟ

ଶିଶୁ ଓ ଯୁବ ମୃତ୍ୟୁହାରକୁ ଜାତିସଂଘର ରିପୋର୍ଟ ପ୍ରକାଶ । ବର୍ଷ 2021ରେ ପ୍ରତି ସାଢେ ଚାରି ସେକେଣ୍ଡରେ ଜଣେ ଶିଶୁ କିମ୍ବା ଯୁବକଙ୍କ ମୃତ୍ୟୁ ଘିଟିଥିବା ରିପୋର୍ଟରେ ପ୍ରକାଶ । ଅଧିକ ପଢନ୍ତୁ

children
children

By

Published : Jan 12, 2023, 12:25 PM IST

ହାଇଦ୍ରାବାଦ: ଶିଶୁ କିମ୍ବା ଯୁବ ମୃତ୍ୟୁହାରକୁ ନେଇ ଜାତିସଂଘ ପ୍ରକାଶ କରିଥିବା ରିପୋର୍ଟ ଉଦ୍‌ବେଗ ଜନକ । ବର୍ଷ 2021ରେ ପ୍ରତି ସାଢେ ଚାରି ସେକେଣ୍ଡରୁ କମ୍ ସମୟରେ ଜଣେ ଶିଶୁ କିମ୍ବା ଯୁବକଙ୍କ ମୃତ୍ୟୁ ଘିଟିଥିବା ରିପୋର୍ଟରେ ପ୍ରକାଶ ପାଇଛି । ନିକଟରେ ମିଳିତ ଜାତିସଂଘର ଇଣ୍ଟର-ଏଜେନ୍ସି ଗ୍ରୁପ୍ ଫର ଚାଇଲ୍ଡ ମୋର୍ଟାଲିଟ୍ ଏଷ୍ଟିମେସନ ରିପୋର୍ଟରେ ଏହା ଦର୍ଶାଯାଇଛି । ଏଥିରେ କୁହାଯାଇଛି ଯେ, ପାଖାପାଖି 50 ଲକ୍ଷ ଶିଶୁ ସେମାନଙ୍କର ପଞ୍ଚମ ଜନ୍ମଦିନ ପୂର୍ବରୁ ପ୍ରାଣ ହରାଇଛନ୍ତି ଏବଂ 2021 ମସିହାରେ 5 ରୁ 24 ବର୍ଷ ବୟସର ଅନ୍ୟ 21 ଲକ୍ଷ ଶିଶୁ ଏବଂ ଯୁବକ ପ୍ରାଣ ହରାଇଛନ୍ତି ।

ସେହିପରି 19 ଲକ୍ଷ ଶିଶୁ ଜନ୍ମ ପୂର୍ବରୁ ପ୍ରାଣ ହରାଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଜାତିସଂଘର ଏହି ଗ୍ରୁପ୍ ଦୁଃଖର ସହ କହିଛି ଯେ, "ଅଧିକାଂଶ ଶିଶୁମାନଙ୍କୁ ରକ୍ଷା କରାଯାଇ ପାରିଥାନ୍ତା । ଡାଟା ଆନାଲିଟିକ୍ସ, ଯୋଜନା ଏବଂ ମନିଟରିଂ ବିଭାଗର ୟୁନିସେଫ୍ ନିର୍ଦ୍ଦେଶକ ବିଧ୍ୟା ଗଣେଶ କହିଛନ୍ତି ଯେ, ପ୍ରତ୍ୟେକ ଦିନ ଅନେକ ପିତାମାତା ସନ୍ତାନ ହରାଇବା ଦୁଃଖର ସମ୍ମୁଖୀନ ହେଉଛନ୍ତି । ଏହାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ, ଦୃଢ ରାଜନୈତିକ ଇଚ୍ଛାଶକ୍ତି, ପ୍ରତ୍ୟେକ ମହିଳା ଏବଂ ଶିଶୁଙ୍କ ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ସୁବିଧା ଯୋଗାଇଦେଲେ ଏହାକୁ ରୋକାଯାଇ ପାରିବ ।"

ଏହା ମଧ୍ୟ ପଢନ୍ତୁ:- ଜନ୍‌ସନ୍ ଆଣ୍ଡ ଜନ୍‌ସନ୍ କମ୍ପାନୀକୁ ଆଶ୍ବସ୍ତି, ବେବି ପାଉଡର୍ ପ୍ରସ୍ତୁତ ପାଇଁ ମିଳିଲା ଅନୁମତି

2000 ମସିହାରୁ ବିଶ୍ବସ୍ତରରେ ମୃତ୍ୟୁ ହେବାର ଆଶଙ୍କା କମ୍ ଥିବା ରିପୋର୍ଟରେ କିଛି ସକରାତ୍ମକ ଫଳାଫଳ ଦେଖାଯାଇଛି । ଶତାବ୍ଦୀର ଆରମ୍ଭରୁ ବିଶ୍ବର ପାଞ୍ଚ ବର୍ଷରୁ କମ୍ ମୃତ୍ୟୁ ହାର 50% ହ୍ରାସ ପାଇଥିବାବେଳେ ଶିଶୁ ଏବଂ ଯୁବକମାନଙ୍କ ମୃତ୍ୟୁ ହାର 36 କୁ ହ୍ରାସ ପାଇଛି । ମୃତ ଶିଶୁ ଜନ୍ମହାର ଶତକଡା 35 ପ୍ରତିଶତକୁ ହ୍ରାସ ପାଇଛି । ମହିଳା, ଶିଶୁ ଏବଂ ଯୁବକମାନଙ୍କୁ ଉପକୃତ କରିବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ଦ୍ବାରା ଏହା ଫଳପ୍ରଦ ହୋଇପାରିଥିଲା । ତେବେ, 2010 ପରଠାରୁ ଲାଭ ହ୍ରାସ ହେତୁ 54 ଟି ଦେଶ ପାଞ୍ଚ ବର୍ଷରୁ କମ୍ ମୃତ୍ୟୁହାର ପାଇଁ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେଉଛନ୍ତି । ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ 2030 ପୂର୍ବରୁ ପ୍ରାୟ 59 ନିୟୁତ ଶିଶୁ ଏବଂ ଯୁବକଙ୍କ ମୃତ୍ୟୁ ଘଟିବ ଏବଂ ପ୍ରାୟ 16 ନିୟୁତ ମୃତ ଶିଶୁ ଜନ୍ମ ନେବେ ବୋଲି ଜାତିସଂଘର ଇଣ୍ଟର-ଏଜେନ୍ସି ଗ୍ରୁପ୍ ଫର ଚାଇଲ୍ଡ ମୋର୍ଟାଲିଟ୍ ଆକଳନ କରିଛି ।

ଗ୍ଲୋବାଲ୍ ଡିରେକ୍ଟର ଫର୍ ହେଲ୍‌ଥ ଜୁଆନ ପାବଲୋ ଉରିବେ କହିଛନ୍ତି, "ଏହି ସଂଖ୍ୟା ପଛରେ ଲକ୍ଷ ଲକ୍ଷ ଶିଶୁ ଏବଂ ପରିବାର ଅଛନ୍ତି, ଯେଉଁମାନେ ସ୍ୱାସ୍ଥ୍ୟସେବାରେ ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟସେବା ସହ ନିରନ୍ତର ଆର୍ଥିକ ସହାୟତା ପାଇଁ ଆମକୁ ରାଜନୈତିକ ଇଚ୍ଛାଶକ୍ତି ଏବଂ ନେତୃତ୍ୱର ଆବଶ୍ୟକତା ରହିଛି, ଯାହା ଦେଶ ତଥା ବିକାଶ କ୍ଷେତ୍ରରେ ଥିବା ସହଭାଗୀମାନେ କରିପାରିବେ । ଗର୍ଭଧାରଣ ଏବଂ ଜନ୍ମ ସମୟରେ ମହିଳାମାନେ ଗୁଣାତ୍ମକ ଚିକିତ୍ସା ପାଇପାରିଲେ ଏହି ସଂଖ୍ୟାକୁ ନିଶ୍ଚିତ ରୂପେ ରୋକାଯାଇ ପାରିବ । ପ୍ରଥମ 28 ଦିନ ବଞ୍ଚିଥିବା ପିଲାମାନଙ୍କ ପାଇଁ ନିମୋନିଆ, ଡାଇରିଆ ଏବଂ ମ୍ୟାଲେରିଆ ଭଳି ସଂକ୍ରାମକ ରୋଗ ସବୁଠୁ ବଡ ବିପଦ । ତେଣୁ ଏସବୁ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ସେବାକୁ ତ୍ବରିତ କରିବାର ଆବଶ୍ୟକତା ରହିଛି ।

ABOUT THE AUTHOR

...view details